Categories: ଜାତୀୟ

ଦରମା ନେଉ ନାହାନ୍ତି ସିଦ୍ଧୁ

ଚଣ୍ଡିଗଡ଼,୧୩।୧୨: ଭାରତୀୟ ଦଳର ପୂର୍ବତନ କ୍ରିକେଟର ତଥା ଅମ୍ରିତସର ପୂର୍ବ ବିଧାନସଭା ଆସନରୁ ବିଧାୟକ ଥିବା କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁ ପଞ୍ଜାବ ସରକାରଙ୍କ କ୍ୟାବିନେଟ ମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରଠାରୁ ତାଙ୍କ ଦରମା ନେଇ ନ ଥିବା ଜଣାପଡିଛି। ପଞ୍ଜାବ ବିଧାନସଭାର ସଚିବ ଲଖନପାଲ ମିଶ୍ର ଏହି ସୂଚନା ଦେଇଛନ୍ତି। ତେବେ ସିଦ୍ଧୁଙ୍କୁ ଦରମା, ବକେୟା ଅର୍ଥ ସବୁ ଏକାଥରେ ମିଳିବ ବୋଲି ସେ କହିଛନ୍ତି। ଇସ୍ତଫା ଦେବା ପରଠାରୁ ସେ ବିଧାନସଭାକୁ ଆସି ନ ଥିବାରୁ ଏସବୁ ବାକି ରହିଯାଇଛି ହେଲେ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଏହା ତାଙ୍କୁ ମିଳିଯିବ। ସେ ବିଧାୟକର ଦରମା ପାଇବେ ବୋଲି ଲଖନପାଲ ସ୍ପଷ୍ଟ କରିଛନ୍ତି। ସୂଚନାଯୋଗ୍ୟ, ଜୁଲାଇ ୨୦ରୁ ସେ ଇସ୍ତଫା ଦେଇଥିବାରୁ ସେବେଠାରୁ ଆଜି ପର୍ଯ୍ୟନ୍ତ ତାଙ୍କର ଦରମା ପଡିରହିଛି।

Share