ଦରବୃଦ୍ଧି ରୋକିବା ଦାବି କଲା ସିପିଆଇଏମ୍‌

ଭୁବନେଶ୍ୱର, ୧ା୧୨ (ବ୍ୟୁରୋ)
ସିପିଆଇଏମ୍‌ ଭୁବନେଶ୍ୱର ଜିଲ୍ଲା କମିଟି ପକ୍ଷରୁ ଆକାଶଛୁଆଁ ଦରବୃଦ୍ଧି ରୋକିବା ଦାବିରେ ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ସଭା ଆୟୋଜିତ ହୋଇଯାଇଛି। କେନ୍ଦ୍ର ସରକାରଙ୍କ ଆର୍ଥିକ ନୀତି ଯୋଗୁ ଦେଶ ଘୋର ଆର୍ଥିକ ସଙ୍କଟର ସମ୍ମୁଖିନ ହେଉଛି। ତେଣୁ ରାଜ୍ୟ ସରକାର ରାଶନକାର୍ଡ ଜରିଆରେ ଯଥାଶୀଘ୍ର ଦୈନନ୍ଦିନ ଜୀବନରେ ଆବଶ୍ୟକ ସମସ୍ତ ଅତ୍ୟାବଶ୍ୟକୀୟ ସାମଗ୍ରୀ ପ୍ରଦାନ କରିବା, ନିତ୍ୟ ବ୍ୟବହାର୍ଯ୍ୟ ଖାଦ୍ୟ ଯେପରି ଆଳୁ ପିଆଜ, ଅଦା, ରସୁଣର ଉତ୍ପାଦନ ବୃଦ୍ଧି ପାଇଁ ପଦକ୍ଷେପ ଗ୍ରହଣ କରିବା ଆଦି ଦାବିରେ ସଙ୍ଗଠନ ପକ୍ଷରୁ ଏହି ପ୍ରତିବାଦ କରାଯାଉଛି। ଆୟୋଜିତ ଏହି ସଭାରେ ସିପିଆଇଏମ୍‌ ସାଲ ମାର୍ଣ୍ଡି, ଜଗଦିଶ ଜେନା, ରବୀନ୍ଦ୍ର ଟୁଡ଼ୁ ପ୍ରମୁଖ ଉପସ୍ଥିତ ଥିଲେ।