Categories: ଜାତୀୟ

ଦରବୃଦ୍ଧି, ବେରୋଜଗାରକୁ ନେଇ ମୋଦି ସରକାରଙ୍କୁ ଟାର୍ଗେଟ କଲେ ପ୍ରିୟଙ୍କା

ନୂଆଦିଲ୍ଲୀ,୧୪।୧: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ଓ ଦରବୃଦ୍ଧିକୁ ନେଇ ବାରମ୍ବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାରଙ୍କୁ ଟାର୍ଗେଟ କରୁଛି କଂଗ୍ରେସ। ଏପଟେ ଖାଦ୍ୟ ପଦାର୍ଥ ଓ ଇନ୍ଧନର ଦରବୃଦ୍ଧି ୫ ବର୍ଷ ମଧ୍ୟରେ ସର୍ବାଧିକ ହୋଇଛି ବୋଲି ମଙ୍ଗଳବାର ଏହା ପ୍ରକାଶ କରିଛନ୍ତି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା। ସେ କହିଛନ୍ତି ମୋଦି ସରକାର ଗରିବଙ୍କ ପେଟ କାଟି ତାଙ୍କ ପେଟରେ ଗୋଇଠା ମାରିଛନ୍ତି। ପ୍ରିୟଙ୍କା ଟୁଇଟ୍‌ କରି କହିଛନ୍ତି, ପନିବରିବା, ଅନ୍ୟ ଖାଦ୍ୟ ସାମଗ୍ରୀର ଦାମ୍‌ ଏତେ ବଢିଯାଇଛି ଯେ ଜଣେ ସାଧାରଣ ଲୋକେ ତାକୁ ଛୁଇଁ ପାରିବେ ନାହିଁ। ଯଦି ଏମିତି ଭାବେ ପରିବା, ତେଲ, ଡାଲି ସବୁର ଦର ବୃଦ୍ଧି ହୁଏ ତେବେ ଗରିବ ଲୋକେ ଖାଇବେ କ’ଣ ବୋଲି ପ୍ରିୟଙ୍କା ପ୍ରଶ୍ନ କରିଛନ୍ତି। ଅନ୍ୟପଟେ ଅର୍ଥ ବ୍ୟବସ୍ଥା ଖରାପ ଥିବାରୁ ଲୋକଙ୍କୁ କାମ ମଧ୍ୟ ମିଳିପାରୁନାହିଁ। କଂଗ୍ରେସ ନେତା ରଣଦୀପ ସୁରଜଓ୍ବୋଲା କହିଛନ୍ତି ଶାସନ ନୁହେଁ ଏବେ ବିଭାଜନ ଭାରତୀୟ ଜନତା ପାର୍ଟି(ଭାଜପା)ର ନୂଆ ନାଁ ପାଲଟିଯାଇଛି।

Share