ଦରଖଁଡ଼ିଆ ହେଇ ପଡ଼ିଛେ ଅଙ୍ଗନଓ୍ବାଡି କେନ୍ଦ୍ର

ଜହ୍ନାପଙ୍କ, ୧୨ା୮(ଡି.ଏନ୍‌.ଏ.):  ବୌଦ୍ଧ ଜିଲା ସଦର ବ୍ଲକ ଲକ୍ଷ୍ମୀପ୍ରସାଦ ପଁଚେତ୍‌ ଅଧୀନ ନାରାୟଣ ନଗର। ଇ ଗଁାରେ ତିଆର ହେଉଥିବାର ଅଙ୍ଗନଓ୍ବାଡି କେନ୍ଦ-୨ ଅନେକ ଦିନ୍‌ ହେଲା ଦରଖଁଡ଼ିଆ ଅବସ୍‌ତାରେ ପଡ଼ିରହିଛେ। କେନ୍ଦ୍ରର ନିଜର ଘର ନାଇଁଥିଲାବେଲେ କରମୀ ଝନ୍‌କ ଗଁାର ମାଉସୀ ଗୁଡ଼ିନେ ଛୁଆକୁ ପାଠ୍‌ ପଢ଼ଉଥିଲେ। ଇ ବାବ୍‌ଦେ ଭିନେ ଭିନେ ଗଣମାଧ୍ୟମରେ ଖବର ବାହାରଲାରୁ ବ୍ଲକ ପରଶାସନ ଅଙ୍ଗନଓ୍ବାଡି କେନ୍ଦ୍ର ତିଆରି ଲାଗି ୫ ଲାଖ୍‌ ଟଁକା ଅନୁଦାନ ଦେଇଥିଲା। କାମ୍‌ଟା ବିଭାଗୀୟ କନିଷ୍ଠ ଯନ୍ତ୍ରୀକଁର ନଁାରେ ଥିଲାବେଲେ ପେଟି ଠିକାଦାର ଜରିଆରେ କାମ୍‌ କରାଯାଉଛେ। ଯେନ୍‌ଥିରଲାଗି କାମ୍‌ଟା ବହୁତ୍‌ ହଲ୍‌କା ହେଉଥିବାର ସାଧାରନରେ ଅଭିଯୋଗ ହେଉଛେ। ଇଆଡ଼େ ସରକାର ୩ରୁ ୬ ବଛର୍‌ର ଛୁଆକାର ପ୍ରାକ୍‌ ଶିକ୍ଷା ସଂଗେ ପୁଷ୍ଟିକର ଖାଏଦ୍‌, ଗରଭବତୀ, ପ୍ରସୂତୀ ମହିଲାମାନକୁ ଅଙ୍ଗନଓ୍ବାଡି କେନ୍ଦ୍ର ଜରିଆରେ ସେବା ଯୁଗେଇ ଦେଉଛନ୍‌। ଇଥିରଲାଗି ଫିବଛର ସରକାର କୋଟି କୋଟି ଟଁକା ଖରଚ୍‌ କରୁଛନ୍‌। ହେଲେ ଅନେକ ଜାଗାରେ କେନ୍ଦ୍ର ଅଭାବୁ ଛୁଆମାନେ କେନ୍‌ଠାନେ ଗଛ୍‌ତଲେ ପଢ଼ୁଛନ୍‌ ତ ଆରକେନ୍‌ନେ ଭଂଗା ଦଦ୍‌ରା ଘରେ ପଢ଼ୁଛନ୍‌। ସେନ୍‌ତା ଅନେକ ଜାଗାରେ ବିଭାଗୀୟ ଅଧ୍‌କାରୀମାନକର ଖାମଖିଆଲି ମନଭାବ ଲାଗି ସରକାରକଁର ଇ ମହତ୍‌ ଉଦେଶ ଫସର ଫାଟୁଛେ। ନାରାୟଣ ନଗରରେ ତିଆର ହେଉଥିବାର ଅଙ୍ଗନଓ୍ବାଡି କେନ୍ଦ୍ର-୨ ଏନ୍‌ତା ଘଟନାର ଗୁଟେ ଉଦାହରନ୍‌ ଆଏ। ଯେନ୍‌ଥିରଲାଗି ଇ କେନ୍ଦ୍ର ଅଧୀନ୍‌ରେ ଥିବାର ଛାତ୍ରୀଛାତ୍ର ଆଏଜ୍‌ ବି ବିପଦ୍‌ ଅବସ୍‌ତାରେ ପାଠ୍‌ପଢ଼ୁଛନ୍‌। ଯେତେ ଜଲ୍‌ଦି ହେବା ଇ କେନ୍ଦ୍ରର ତିଆରି କାମ୍‌ ସାରବାକେ ଗଁାବାସୀ ଦାବି କରିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ବିଜୁବାବୁଙ୍କ ପ୍ରତି ଅଶାଳୀନ ମନ୍ତବ୍ୟର ପ୍ରତିବାଦ, ଏମ୍‌ପି ନିଶିକାନ୍ତ ଦୁବେଙ୍କ କୁଶପୁତ୍ତଳିକା ଦାହ କରି…

ଦେବଗଡ଼,୨ା୪(ଶଶାଙ୍କ ଶେଖର ଝାଙ୍କର): ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତି ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ଦେଇଥିବା ଅପମାନ ଜନକ ମନ୍ତବ୍ୟକୁ ଦେବଗଡ଼ ଜିଲା ବିଜେଡି ପକ୍ଷରୁ ଦୃଢ଼…

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri