Categories: ଜାତୀୟ

ଦରକାର ପଡିଲେ ବନ ଅଧିକାରୀଙ୍କୁ ପିଟ: ଭାଜପା ଏମ୍‌ପି

ଆଦିଲାବାଦ,୨୨।୭: ତେଲେଙ୍ଗାନା ଆଦିଲାବାଦର ଭାଜପା ଏମ୍‌ପି ସ୍ବୟମ ବାପୁ ରାଓ ଏକ ବିବାଦୀୟ ବୟାନ ପାଇଁ ଏବେ ଆସିଛନ୍ତି ଚର୍ଚ୍ଚାକୁ। ଶନିବାର ସେ ଉତନୁର ମଣ୍ଡଲଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ କହିଛନ୍ତି ଦରକାର ପଡିଲେ ବନ ବିଭାଗ ଅଧିକାରୀଙ୍କୁ ପିଟ। ଯାହା ହେବ ସେ କଥା ମୁଁ ବୁଝିବି। ଏମିତି ନିର୍ଦ୍ଦେଶ ସେ ଆସିବାସୀମାନଙ୍କୁ ଦେଇଛନ୍ତି। ସୂଚନାଯୋଗ୍ୟ, ଶନିବାର ଆଦିବାସୀଙ୍କ ମୁଖ୍ୟ ଓ ଟୁଡୁମ ଦେବାର ପ୍ରତିଷ୍ଠାତା ସିଦ୍ଦମ ଶମ୍ଭୁଙ୍କ ଶ୍ରାଦ୍ଧବାର୍ଷିକୀ ପାଇଁ ଉତନୁର ମଣ୍ଡଲଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହି ବିବାଦୀୟ ବୟାନ ଦେଇଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ବନ ବିଭାଗ ଅଧିକାରୀମାନେ ଯେଉଁ ଚାରା ରୋପଣ କରୁଛନ୍ତି ତାକୁ ମଧ୍ୟ ଉପାଡି ଦିଅ।

Share