ଦମକଳକୁ ବାଟ ଓଗାଳିଲା ମିକ୍ସଚର ମେଶିନ

ବଲାଙ୍ଗୀର ଅଫିସ, ୨୫ା୫:  ବଲାଙ୍ଗୀର ସହରର ବରପାଲିପଡାରେ ଶନିବାର ଏକ ଟ୍ରାନ୍ସଫର୍ମରରେ ନିଅଁା ଲାଗି ଜଳି ଯାଇଛି। ଏ ନେଇ ଫୋନ୍‌ ପାଇବା ପରେ ଅଗ୍ନିଶମ ବିଭାଗ କର୍ମଚାରୀ ତତ୍‌କ୍ଷଣାତ୍‌ ଦମକଳ ସହ ବରପାଲିପଡା ଅଭିମୁଖେ ଛୁଟିଥିଲେ। ହେଲେ ବ୍ରାହ୍ମଣପଡାଠାରେ ଡ୍ରେନ୍‌ କାମରେ ନିୟୋଜିତ ମିକ୍ସଚର ମେଶିନ୍‌ଟି ଦମକଳକୁ ବାଟ ଓଗାଳିଥିଲା। ରାସ୍ତା ମଝିରେ ଏହି ମିକ୍ସଚର ମେଶିନକୁ ରଖିଦେଇ ସେଠାରେ କାମ କରୁଥିବା ଲୋକେ କୁଆଡେ ଯାଇଥିଲେ। ଫଳରେ ଦମକଳଟି ସେଠାରୁ ଆଉ ଆଗକୁ ଯାଇପାରି ନ ଥିଲା। ଶେଷରେ ଅଗ୍ନିଶମ ବିଭାଗ କର୍ମଚାରୀ ଗାଡିରୁ ଓହ୍ଲାଇ ମିକ୍ସଚର ମେଶିନ୍‌କୁ ରାସ୍ତା କଡକୁ ଠେଲି ସାଇଡ୍‌ କରିଥିଲେ। ଏଣୁ ଦମକଳ ବରପାଲିପଡାରେ ପହଞ୍ଚତ୍ଲା ବେଳକୁ ବିଳମ୍ବ ହୋଇଥିଲା।