‘ଦବଙ୍ଗ-୩’ର ଶୁଟିଂସେଟ୍‌ରେ ସଲମାନ୍‌

ଜୟପୁର: ବଲିଉଡ ସୁପରଷ୍ଟାର ସଲମାନ୍‌ ଖାନ୍‌ ‘ଦବଙ୍ଗ’ର ତୃତୀୟ ଭାଗ ଶୁଟିଂରେ ବର୍ତ୍ତମାନ ବ୍ୟସ୍ତ ଅଛନ୍ତି। ପ୍ରବଳ ବର୍ଷା ସତ୍ତ୍ୱେ ସେ ଏଠାରେ ଶୁଟିଂ ଆରମ୍ଭ କରିଛନ୍ତି। ସଲମାନ୍‌ ଗୁରୁବାର ‘ଦବଙ୍ଗ-୩’ର ଶୁଟିଂସେଟ୍‌ର ଏକ ଭିଡିଓ ଇନ୍‌ଷ୍ଟାଗ୍ରାମ୍‌ରେ ପୋଷ୍ଟ କରିଛନ୍ତି। ଉକ୍ତ ଅଭିନେତା କଳାଶାର୍ଟ ପରିଧାନ କରି ପୋଜ୍‌ ଦେଉଛନ୍ତି। ‘ହାପି ଇଣ୍ଡିପେଣ୍ଡେନ୍ସ ଡେ। ହାପି ରାଖୀ ଆଣ୍ଡ ହାପି ରେନ୍‌ ଇନ୍‌ ବିଉଟିଫୁଲ ଜୟପୁର, ରାଜସ୍ଥାନ’ ବୋଲି ଇନ୍‌ଷ୍ଟାଗ୍ରାମ୍‌ରେ ପୋଷ୍ଟ କରିଛନ୍ତି।
‘ଦବଙ୍ଗ-୩’ର ନିର୍ଦ୍ଦେଶନା ଦେଉଛନ୍ତି ପ୍ରଭୁଦେବା। ଏହାର ପ୍ରଯୋଜନା ଦାୟିତ୍ୱରେ ଅଛନ୍ତି ନିଜେ ସଲମନ୍‌ ଖାନ୍‌ ଏବଂ ତାଙ୍କ ଭାଇ ଅରବାଜ ଖାନ୍‌। ଏହି ଫିଲ୍ମରେ ଏକ ନୂଆ ମୁହଁ ତଥା ଫିଲ୍ମ ନିର୍ମାତା ମହେଶ ମଞ୍ଜରେକରଙ୍କ କନ୍ୟା ସାଇଙ୍କୁ ଦେଖିବାକୁ ମିଳିବ। ମିଳିଥିବା ରିପୋର୍ଟ ଅନୁଯାୟୀ, ଏହି ନୂଆ ଅଭିନେତ୍ରୀ ସୁପରଷ୍ଟାର ସଲମାନ୍‌ ଖାନ୍‌ଙ୍କ ପ୍ରେମିକା ଚୁଲବୁଲ ପାଣ୍ଡେ ଭୂମିକାରେ ଅଭିନୟ କରିବେ।

Share