ଦବଙ୍ଗ-୩ରେ ସଲମାନଙ୍କ ବାପା ଚରିତ୍ରରେ ନଜର ଆସିବେ ଧର୍ମେନ୍ଦ୍ର

ମୁମ୍ବାଇ,୧୦।୬: ସଲମାନ ଖାଁ ନିଜର ଅପ୍‌ କମିଂ ଫିଲ୍ମ ଦବଙ୍ଗ-୩ର ଶୁଟିଂରେ ବ୍ୟସ୍ତ ଅଛନ୍ତି। ଏହି ଫିଲ୍ମରେ ପୁଣି ଥରେ ସଲ୍ଲୁମିଅଁ।ଙ୍କ ସହ ନଜର ଆସିବେ ସୋନାକ୍ଷୀ ସିହ୍ନା। ଚଳିତ ଥର ଦବଙ୍ଗ-୩ରେ ଭେଟେରାନ ଅଭିନେତା ଧର୍ମେନ୍ଦ୍ରଙ୍କ ଏଣ୍ଟ୍ରି ହେବାକୁ ଯାଉଛି। ଏହି ଫିଲ୍ମରେ ଧର୍ମେନ୍ଦ୍ର ସଲମାନଙ୍କ ପିତା ଚରିତ୍ରରେ ନଜର ଆସିବେ। ବିନୋଦ ଖନ୍ନାଙ୍କ ମୃତ୍ୟୁ ହେବାପରେ ଧର୍ମେନ୍ଦ୍ର ଏହି ଚରିତ୍ରରେ ଅଭିନୟ କରିବେ ବୋଲି ସୂଚନା ରହିଛି। ନିକଟରେ ଏହି ଫିଲ୍ମରେ ଡିମ୍ପଲ କପାଡିଆଙ୍କୁ ନେଇ ବେଶ୍‌ ଚର୍ଚ୍ଚା ହୋଇଥିଲା। ହେଲେ ସେ ଏହି ଫିଲ୍ମରେ ନଜର ଆସିବେ ନାହିଁ ବୋଲି ଏବେ ସ୍ପଷ୍ଟ ହୋଇଯାଇଛି। କାରଣ ଦବଙ୍ଗ ସିରିଜ୍‌ର ପ୍ରଥମ ଫିଲ୍ମରେ ଡିମ୍ପଲ ନୈନା ଚରିତ୍ରରେ ଅଭିନୟ କରୁଥିବା ବେଳେ ସେଥିରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ତେବେ ସିରିଜ୍‌-୩ରେ ଅଚାନକ୍‌ ତାଙ୍କର ଚରିତ୍ରକୁ ପୁଣି ଆଣିବା ସମ୍ଭବପର ନୁହେଁ ବୋଲି ମେକର୍ସ କହିଛନ୍ତି।

Share