‘ଦବଙ୍ଗ ୩’ରେ ପ୍ରଶଂସକଙ୍କ ଡାଏଲଗ କହିବେ ସଲମାନ

ମୁମ୍ବାଇ: ବଲିଉଡ୍‌ ଭାଇଜାନ୍‌ ସଲମାନ ଖାଁ ଏବେ ତାଙ୍କ ପ୍ରଶଂସକଙ୍କ ଡାଏଲଗ କହିବେ ବୋଲି ଶୁଣିବାକୁ ମିଳିଛି। ନିକଟରେ ସେ ତାଙ୍କ ଇନଷ୍ଟାଗ୍ରାମରେ ‘ଦବଙ୍ଗ ୩’କୁ ନେଇ ଏକ ଭିଡିଓ ଅପଲୋଡ କରିଛନ୍ତି। ଯେଉଁଥିରେ ସେ ତାଙ୍କ ଫ୍ୟାନମାନଙ୍କୁ ଡାଏଲଗ ମାଗିଥିବା ଦେଖାଯାଇଛି। ସେଥିରେ ସଲମାନ ପୋଲିସ ପୋଷାକରେ ଦେଖାଦେଇଛନ୍ତି। କୁହାଯାଉଛି କି ସଲମାନ ଏଥର ଫିଲ୍ମରେ ତାଙ୍କ ପ୍ରଶଂସକଙ୍କ ଡାଏଲଗ ନେବାକୁ ଚାହୁଁଛନ୍ତି। ଯେଉଁ ଭିଡିଓରେ ସଲମାନ ପୋଲିସ ପୋଷାକରେ ଆସୁଛନ୍ତି ସେଠାରେ ତାଙ୍କୁ ଦଳେ ଗୁଣ୍ଡା କିଛି କହୁଛନ୍ତି। ହେଲେ ସଲମାନ ଚୁପ୍‌ ରହିଛନ୍ତି। ଏଥିପାଇଁ କ’ଣ କୁହାଯିବ ତାକୁ ନେଇ ସେ ପ୍ରଶଂସକଙ୍କ ମତ ଲୋଡିଛନ୍ତି। କୁହାଯାଉଛି ଯଦି ଏଥିପାଇଁ କାହାର ଡାଏଲଗ ସଲମାନଙ୍କୁ ପସନ୍ଦ ଆସିଲା ତେବେ ସେ ତାକୁ ତାଙ୍କ ଫିଲ୍ମ ‘ଦବଙ୍ଗ ୩’ରେ ସ୍ଥାନ ଦେବେ। ସୂଚନା ମୁତାବକ ଏହି ଫିଲ୍ମ ଆସନ୍ତା ମାସରେ ରିଲିଜ୍‌ ହେବାର ଯୋଜନା ରହିଛି।

Share