‘ଦବଙ୍ଗ ୩’ରେ ନାହିଁ ତ୍ରିକୋଣୀୟ ପ୍ରେମ

ମୁମ୍ବାଇ: ‘ଦବଙ୍ଗ ୩’ରେ ତ୍ରିକୋଣୀୟ ପ୍ରେମ ନାହିଁ ବୋଲି ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ପ୍ରକାଶ କରିଛନ୍ତି। ସେ ଏଥିରେ ରାଜୋ ଭୂମିକାରେ ପୁଣି ଆସୁଛନ୍ତି। ସୋମବାର ଏଠାରେ ସାଲୋନ୍‌ ବ୍ରାଣ୍ଡ୍‌ର ରେଟ୍ରୋ ରେମିକ୍ସ କଲେକ୍ସନ୍‌ ଲଞ୍ଚ୍‌ ଅବସରରେ ସୋନାକ୍ଷୀ ଏହା ପ୍ରକାଶ କରିଛନ୍ତି। ପ୍ରଭୁଦେବାଙ୍କ ନିର୍ଦ୍ଦେଶିତ ଦବଙ୍ଗ ୩ରେ ସୋନାକ୍ଷୀଙ୍କ ସହିତ ଆଉ ଜଣେ ଅଭିନେତ୍ରୀ ଅଭିନୟ କରିବା ନେଇ ଯେଉଁ କଳ୍ପନା ଜଳ୍ପନା ପ୍ରକାଶ ପାଉଛି ତାହାକୁ ସୋନାକ୍ଷୀ ଅସ୍ବୀକାର କରିଛନ୍ତି। ସେ କହିଛନ୍ତି ଅବଶ୍ୟ ଏହା ହେଉଛି ଏକ ପୃଥକ୍‌ ଷ୍ଟୋରି। ଏଥିରେ କେତେକ ନୂଆ ଚରିତ୍ର ଆସୁଛନ୍ତି ଯାହାଙ୍କ ନଁା ବର୍ତ୍ତମାନଠୁ କହିବା ଉଚିତ ହେବନାହିଁ। ଏହା ଏକ ଚମକପ୍ରଦ ଫିଲ୍ମ ବୋଲି ଜାଣନ୍ତୁ।
ସିରିଜରେ ପ୍ରଥମେ ମଲାଇକା ଆରୋରା ଏବଂ କରୀନା କପୁର ଖାନ୍‌ ଏକ ସ୍ବତନ୍ତ୍ର ସଂଗୀତ କାର୍ଯ୍ୟକ୍ରମରେ ଦେଖାଦେଇଥିଲେ। ଦବଙ୍ଗଠୁ ଦର୍ଶକମାନେ କ’ଣ ଆଶା କରିପାରିବେ ପ୍ରଶ୍ନରେ ସୋନାକ୍ଷୀ କହିଥିଲେ, ଦବଙ୍ଗ ସିରିଜ୍‌ରେ ବଳିଷ୍ଠ କାହାଣୀ ରହିଛି। ବଛା ବଛା କଳାକାରମାନେ ଆସି ଫିଲ୍ମ ପାଇଁ ସଂଗୀତ କାର୍ଯ୍ୟକ୍ରମ ପ୍ରସ୍ତୁତ କରିଛନ୍ତି।
ଏହାକୁ ମିଳିତ ଭାବେ ପ୍ରସ୍ତୁତ କରୁଛନ୍ତି ସଲମାନ୍‌ ଖାନ୍‌ ଏବଂ ଅରବାଜ୍‌ ଖାନ୍‌।

Share