ଦବଙ୍ଗ-୩ରେ ଆଇଟମ୍‌ ନଂ କରିବେ ଏହି ଅଭିନେତ୍ରୀ

‘ଭାରତ’ ବକ୍ସ ଅଫିସରେ ଧୂମ୍‌ ମଚାଇବା ପରେ ସୁପରଷ୍ଟାର ସଲମାନ ଖାନ୍‌ ଦବଙ୍ଗ-୩ ପାଇଁ ଶୁଟିଂ ଆରମ୍ଭ କରିଦେଇଛନ୍ତି। ତେବେ ଏହି ଫିଲ୍ମରେ ଆଇଟମ୍‌ ନଂରେ କିଏ କରିବ ତାକୁ ନେଇ ଯେଉଁ ଚର୍ଚ୍ଚା ଜୋର ଧରିଥିଲା ସେଥିରେ ପୂର୍ଣ୍ଣଚ୍ଛେଦ ପଡିଛି। ମୌନି ରୟ ନୁହେଁ କି କରୀନା କପୁର ନୁହେଁ ଦବଙ୍ଗ-୩ରେ ‘ଲଭରାତ୍ରୀ’ରେ ଲିଡ୍‌ ରୋଲରେ ନଜର ଆସିଥିବା ଅଭିନେତ୍ରୀ ଓ୍ବରିନା ହୁସୈନଙ୍କୁ ଦେଖିବାକୁ ମିଳିବ। ମହବୁବ୍‌ ଷ୍ଟୁଡିଓରେ ସେ ଆଇଟମ୍‌ ଗୀତର ଶୁଟିଂ ଶେଷ ହୋଇଛି। ଏହା ଓ୍ବରିନାଙ୍କ ପ୍ରଥମ ଆଇଟମ୍‌ ନଂ ବୋଲି ଜଣାପଡିଛି। ଆଇଟମ୍‌ ଗୀତକୁ କମ୍ପୋଜ୍‌ କରିଛନ୍ତି ସାଜିଦ୍‌-ଓ୍ବାଜିଦ୍‌ ଯୋଡି। ଦବଙ୍ଗ-୩ରେ ସଲମାନଙ୍କ ବ୍ୟତୀତ ସୋନାକ୍ଷୀ ସିହ୍ନା, ଅରବାଜ ଖାନ, ମାହି ଗିଲ୍‌ ନିକେତନ ଧୀର୍‌ ପ୍ରମୁଖ ଭୂମିକାରେ ନଜର ଆସିବେ। ଧର୍ମେନ୍ଦ୍ର ସଲମାନଙ୍କ ପିତା ଭୂମିକାରେ ଦର୍ଶକ ଦେଖିବାକୁ ପାଇବେ।

Share