Categories: ଜାତୀୟ

ଦନ୍ତଓ୍ବାଡା ପ୍ରାଥମିକ ସ୍କୁଲ କାନ୍ଥରେ ମାଓବାଦୀଙ୍କ ବାର୍ତ୍ତା ପଢିଲେ ପିଲା

ଦନ୍ତଓ୍ବାଡା,୨।୭: ଛତିଶଗଡ଼ର ଦନ୍ତଓ୍ବାଡାରେ ଥିବା ପ୍ରାଥମିକ ସ୍କୁଲ କାନ୍ଥରେ ମାଓବାଦୀମାନେ ଲେଖିଥିବା ବାର୍ତ୍ତାକୁ ପିଲାମାନେ ପଢୁଛନ୍ତି। ତାହା ପୁଣି ଲୁଚାଇ ଛପାଇ ନୁହେଁ ବରଂ ବଡ ପାଟିରେ ଏହା ପିଲା ପଢୁଥିଲେ ବି ଶିକ୍ଷକ ଏହାକୁ ଆକଟ କରୁ ନାହାଁନ୍ତି। ସୂଚନାଯୋଗ୍ୟ, ଦନ୍ତଓ୍ବାଡାରେ ଥିବା ପାଖାପାଖି ୨ ଡଜନରୁ ଅଧିକ ସ୍କୁଲର କାନ୍ଥରେ ମାଓବାଦୀମାନେ କିଛି ନା କିଛି ବାର୍ତ୍ତା ଲେଖିଛନ୍ତି। ଦୀର୍ଘ ୬ ମାସ ତଳୁ ଏହା ଲେଖାଯାଇଥିବା ବେଳେ ଏଥିରେ ରାଷ୍ଟ୍ରବିରୋଧି ବାର୍ତ୍ତା ବି ସାମିଲ ହୋଇଛି। ଗତ ବିଧାନସଭା ନିର୍ବାଚନରେ ଜନ ପ୍ରତିନିଧିଙ୍କୁ ବିରୋଧ କରି ମାଓବାଦୀମାନେ ଲାଲ ଅକ୍ଷରରେ ବାର୍ତ୍ତା ଲେଖିଥିଲେ। ଯାହା ଆଜିବି ସ୍କୁଲ ଗୁଡିକର କାନ୍ଥ, କବାଟ, ଝରକା ସବୁଠି ଦେଖିବାକୁ ମିଳୁଛି। ତେବେ ପିଲାଙ୍କୁ ସ୍କୁଲ ଆସିବା ପରେ ସ୍ବାଗତ କରିବା, ସେମାନଙ୍କୁ ଜାତୀୟ ସଙ୍ଗିତ ଗାନ କରିବା ଭଳି କଥା ଶିଖାଯାଉଥିବା ବେଳେ ଆଜି ପର୍ଯ୍ୟନ୍ତ ମାଓବାଦୀଙ୍କ ବାର୍ତ୍ତାକୁ ନ ହଟାଇବାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Share