ଦଣ୍ଡନୃତ୍ୟକୁ ମଞ୍ଚକୁ ଆଣିବା ମୋ ପାଇଁ ବଡ଼ ସଫଳତା

ନାଟ୍ୟଶ୍ରୀ ଗଦାଧର ବାରିକ ଜଣେ ବହୁମୁଖୀ ପ୍ରତିଭା। ଏକାଧାରରେ ସେ ଜଣେ ଅନ୍ତର୍ଜାତୀୟ ପୁରସ୍କାରପ୍ରାପ୍ତ ଅଭିନେତା, ନାଟ୍ୟକାର, ନିର୍ଦ୍ଦେଶକ, କୋରିଓଗ୍ରାଫର। କଳାକ୍ଷେତ୍ରରେ ନିଜକୁ ସମର୍ପିତ କରିଥିବା ଗଦାଧର ବହୁ ଯୁବ କଳାକାର ସୃଷ୍ଟି କରି ପାରିଛନ୍ତି। କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାଣ କରି ଅନ୍ତର୍ଜାତୀୟସ୍ତରରେ ଏକାଧିକ ଥର ପୁରସ୍କୃତ ହୋଇଛନ୍ତି । ନାଟକ କ୍ଷେତ୍ରରେ ତାଙ୍କର ୩୦ ବର୍ଷର ଅଭିଜ୍ଞତା ରହିଛି। ଏବେ ବି ସେ ସାଧନା ଜାରି ରଖିଛନ୍ତି। ବୌଦ୍ଧ ଜିଲା ଚିଲେଶ୍ୱର ପଞ୍ଚାୟତ ବୁରୁବୁଡା ଗ୍ରାମର ମା’ କୌଶଲ୍ୟା ଓ ବାପା ଲୋକନାଥ ବାରିକଙ୍କ ସୁପୁତ୍ର ଗଦାଧରଙ୍କ ସହ ଧରିତ୍ରୀର ଆଳାପ ।

ଆପଣ କେବେ ମଞ୍ଚକୁ ଉଠିଲେ ?
*ସେତେବେଳେ ମୁଁ ତୃତୀୟ ଶ୍ରେଣୀ ଛାତ୍ର। ଗାଁ ରାମଲୀଳାରେ ଶ୍ରୀରାମ ଭୂମିକାରେ ଅଭିନୟ କରିବାର ସୁଯୋଗ ମିଳିଥିଲା। ହାଇସ୍କୁଲରେ ପଢ଼ିଲା ବେଳେ ପ୍ରଥମ ନାଟକ ‘କାଞ୍ଚତ୍ ଅଭିଯାନ’ରେ ମାୟା ନାମ୍ନୀ ଏକ ନାରୀ ଭୂମିକାରେ ଅଭିନୟ କରିଥିଲି।
ନାଟକ ଓ ଲୋକନୃତ୍ୟ କ୍ଷେତ୍ରରେ କାହାକୁ ଗୁରୁ ବୋଲି ମାନନ୍ତି ?
*ନାଟକ କ୍ଷେତ୍ରରେ ମୋର ପ୍ରଥମ ଗୁରୁ ଆମ ସ୍କୁଲର ତତ୍କାଳୀନ ପ୍ରଧାନଶିକ୍ଷକ ଶ୍ୟାମ ସୁନ୍ଦର ମେହେର। ପରେ ଏରା ଦତ୍ତ ଓ ସନତ କୁମାର ବିଶିଙ୍କଠାରୁ ତାଲିମ ପାଇଛି। ନୃତ୍ୟ୍‌ଗୁରୁ ଭିକାରୀ ଚରଣ ନାଏକ, ଲୋକନୃତ୍ୟ ଗୁରୁ ଆମ ଗାଁର ଢୁଲିଆ କୁମରମଣି ବେହେରାଙ୍କଠାରୁ ମୁଁ ନୃତ୍ୟ ଶିକ୍ଷା କରିଛି।
ଏହି ଧାରା କେବେଠୁ ଆରମ୍ଭ ହୋଇଛି ?
*୧୯୭୦ରୁ ମୁଁ ମଞ୍ଚ ନାଟକ କରିଆସିଛି। ୧୯୮୯ରୁ ସୋନପୁରରେ ଅନେକ ପଥପ୍ରାନ୍ତ ନାଟକ କରିଛି। ଏମିତି ୩୦ ବର୍ଷ କଟି ସାରିଛି। ୧୯୭୧ରେ ତୋଫାନ ଡାକୁ ନାଟକ ପାଇଁ ପ୍ରଥମେ ନିର୍ଦ୍ଦେଶନା ଦେଇଥିଲି, ଯାହା ଆଜି ପର୍ଯ୍ୟନ୍ତ ଚାଲି ଆସିଛି।
ଜଣେ କଳାକାର ଭାବେ ଆପଣ କେଉଁଠୁ ପରିଚୟ ପାଇଲେ?
*ସୋନପୁର ମାଟିରୁ ହିଁ ମୋତେ ଜଣେ କଳାକାରର ପରିଚୟ ମିଳିଛି। ନୃତ୍ୟ ଓ ନାଟକ ମୋ ଜୀବନ। ରିହରର୍ସାଲ ସମୟରେ ମୁଁ ସବୁ ଭୁଲିଯାଏ। ନୂଆ କିଛି କରିବା ପାଇଁ ସବୁ ସମୟରେ ଚେଷ୍ଟା କରେ।
ପାରମ୍ପରିକ ଲୋକନୃତ୍ୟ ଉପରେ ଆପଣଙ୍କ ଗବେଷଣା କ’ଣ?
*ଦଣ୍ଡନୃତ୍ୟ ଉପରେ ଗବେଷଣା କରିଛି। ସେହି ନୃତ୍ୟକୁ ମଞ୍ଚକୁ ଆଣିବା ମୋ ପାଇଁ ଏକ ବଡ଼ ସଫଳତା।
ବହୁ ପୁରସ୍କାର ଓ ସମ୍ମାନର ଅଧିକାରୀ, ସେ ବିଷୟରେ କହିବେ ?
*ଗୁରୁ ଭିକାରୀ ଚରଣ ନାଟ୍ୟ ସମ୍ମାନ-ବୌଦ୍ଧ, ପଞ୍ଚମ ବେଦ ନାଟ୍ୟ ସମ୍ମାନ-ଭୁବନେଶ୍ୱର ସର୍ବଭାରତୀୟସ୍ତରର ନାଟ୍ୟ ସମ୍ମାନ, ନାଟ୍ୟଭୀଷ୍ମ ସମ୍ମାନ-କଣ୍ଟାମାଳ, ନାଟ୍ୟସମ୍ମାନ-ମଦଗଲ୍‌ପୁରୀ, ନାଟ୍ୟଶ୍ରୀ ସମ୍ମାନ-ଆଲ୍ଲାହାବାଦ୍‌, ନାଟ୍ୟ ସମ୍ମାନ-ବନାରସ, ରମ୍ଭା ନାଟ୍ୟ ସମ୍ମାନ-ଗୌହାଟୀ, ନାଟ୍ୟ ସମ୍ମାନ ହାପୁଡ ଦିଲ୍ଲୀ-ଗାଜିଆବାଦ, ଗିରିଡା ନାଟ୍ୟ ସମ୍ମାନ-ବିହାର, ମୋଗଲସରାଇ ନାଟ୍ୟ ସମ୍ମାନ-ଆଗ୍ରା, ମଠଖାଇ ନାଟ୍ୟ ସମ୍ମାନ-ବଲାଙ୍ଗୀର ଆଦି ପାଇଛି।
ନାଟକ ଓ ନୃତ୍ୟ କ୍ଷେତ୍ରରେ ଆପଣଙ୍କ କୃତି ?
*ମୋ ନିର୍ଦ୍ଦେଶିତ ନାଟକ ‘ମାନ୍ୟବର ଗାଡ଼ଭାଲୁ’ ଅଲ ଇଣ୍ଡିଆ ରେଡିଓ ,ବଲାଙ୍ଗୀର ଦ୍ୱାରା ୬୦୦ରୁ ଊର୍ଦ୍ଧ୍ୱ ଥର ପ୍ରସାରଣ ହୋଇଛି। ଭରତ ଚନ୍ଦ୍ର ମିଶ୍ରଙ୍କ ରଚିତ ଓ ମୋ ନିର୍ଦ୍ଦେଶିତ ଗୀତିନାଟ୍ୟ ରାଧା ମାଜିଷ୍ଟ୍ରେଟ୍‌ କୃଷ୍ଣ ମୁଦାଲା ବେଶ ସଫଳତା ପାଇଥିଲା। ୨୦ ବର୍ଷ ତଳେ ଏହି ଗୀତିନାଟ୍ୟ ପ୍ରଦର୍ଶନ କରି ୪୦ ହଜାର ଟଙ୍କା ରେଡକ୍ରସ ପାଣ୍ଠିକୁ ପ୍ରଦାନ କରି ପାରିଥିଲୁ। ସୁରେଶ ଚନ୍ଦ୍ର ସାହୁଙ୍କ ରଚନା ଓ ମୋ ନିର୍ଦ୍ଦେଶିତ ନାଟକ ମେରା ଭାରତ ମହାନ୍‌, କଂସର ଆତ୍ମା ଓ ସୃଷ୍ଟି ସର୍ବଭାରତୀୟସ୍ତରରେ ଉଚ୍ଚ ପ୍ରଶଂସିତ ହୋଇଥିଲା।
କେଉଁ ନାଟକ ଆପଣଙ୍କୁ ଦେଶ ବିଦେଶରେ ପରିଚିତ କରିଛି ?
*୬୦୦ରୁ ଊର୍ଦ୍ଧ୍ୱ ନାଟକ ପାଇଁ ନିର୍ଦ୍ଦେଶନା ଦେବା ସହ ଅଭିନୟ କରିଛି। ବିଶ୍ୱ ସନ୍ଥ ଭୀମ, ସୃଷ୍ଟି, ଆଶ୍ରା, ପଘା, ଜୀବ ପରମ ସମ୍ବାଦ ଆଦି ନାଟକ ରଚନା କରିଛି। ମୋ ଦ୍ୱାରା ନିର୍ଦ୍ଦେଶିତ କ୍ଷୁଦ୍ର ଚଳଚ୍ଚିତ୍ର ଶଶିସେଣା ଓ ପଘା ଦେଶ ବିଦେଶରେ ପ୍ରଦର୍ଶିତ ହୋଇ ଉଚ୍ଚ ପ୍ରଶଂସିତ ହୋଇଛି। ଶଶିସେଣା ପାଇଁ ପ୍ୟାରିସ୍‌ରେ ଓ ପଘା ପାଇଁ ବାର୍ସିଲୋନାରେ ସମ୍ବର୍ଦ୍ଧିତ ହୋଇଛି। ଉତ୍ତର ପ୍ରଦେଶର ଶାହାଜାହାନପୁରରେ ୨୨ଟି ହିନ୍ଦୀ ନାଟକ ଓ ଆମର ଗୋଟିଏ ଓଡିଆ ନାଟକ ମଞ୍ଚସ୍ଥ ହୋଇଥିଲା। ଆମ ନାଟକ ୭ଟି ପୁରସ୍କାର ପାଇଥିଲା। ସେହିପରି ଦୂରଦର୍ଶନରେ ପ୍ରସାରିତ ଡକ୍ୟୁମେଣ୍ଟାରୀ ଚଳଚ୍ଚିତ୍ର ମାଟିର ସଙ୍ଗୀତ, ମନ୍ଦିରମାଳିନୀ ସୋନପୁର ଓ ସୁବର୍ଣ୍ଣ ସୁରଭି ଦର୍ଶକଙ୍କ ଦ୍ୱାରା ଆଦୃତ ହୋଇଥିଲା। ସିଡୀ ଚଳଚ୍ଚିତ୍ର ନାବ୍‌କେଲୀ, ସାଇଲେନ୍ସ ପ୍ଲିଜ୍‌ ଓ ପ୍ରଥମ ଭେଟ୍‌ କୁ ଦର୍ଶକ ଗ୍ରହଣ କରିଥିଲେ।
ଦୂରଦର୍ଶନରେ ଆପଣଙ୍କ ନିର୍ଦ୍ଦେଶିତ ଲୋକନୃତ୍ୟ କ’ଣ?
*ଶବର-ଶବରୁଣୀ, ବୀଣାକାର-କାରୁଆଣୀ, ପତର ସଉରା-ସଉରାଣୀ, କରମସାନୀ ନୃତ୍ୟ, ଶିବପାର୍ବତୀ ନୃତ୍ୟ, ସମ୍ପ୍ରଦା ନୃତ୍ୟ, ଭାଇ ଦରବାର, ଡାଲଖାଇ ନୃତ୍ୟ ଓ ଚୁଟ୍‌କୁଚୁଟା କୃଷି ସମ୍ବନ୍ଧୀୟ ଲାଇଫ୍‌ ଟେଲିକାଷ୍ଟର ନିର୍ଦ୍ଦେଶନା ଦେଇଛି। ଏହା ଦୂରଦର୍ଶନରେ ପ୍ରସାରିତ ହୋଇଛି।
ଚଳଚ୍ଚିତ୍ରରେ ଅଭିନୟ ସମ୍ପର୍କରେ କିଛି କହିବେ ?
*ସବ୍ୟସାଚୀ ମହାପାତ୍ରଙ୍କ ନିର୍ଦ୍ଦେଶିତ ଶଲାବୁଢ଼ାରେ ଖଳ ନାୟକ ଲୋଚନ ଚରିତ୍ରରେ ଅଭିନୟ କରି ଅନ୍ତର୍ଜାତୀୟ ସମ୍ମାନ ପାଇଛି। ସେହିପରି ଆଦିମ ବିଚାରରେ ମାଷ୍ଟ୍ରେ ଆଜ୍ଞା ଚରିତ୍ର ପାଇଁ ବି ଅନ୍ତର୍ଜାତୀୟ ସମ୍ମାନ ମିଳିଛି। ନିକଟରେ ମୁକ୍ତିଲାଭ କରିଥିବା ଶଲାବୁଢ଼ାର ବଦ୍‌ଲାରେ ମୁଁ ମଙ୍ଗଲୁ ଚରିତ୍ରରେ ଅଭିନୟ କରିଛି। ସେହିପରି ତରଙ୍ଗ ଟିଭିରେ ପ୍ରସାରିତ ଦୁର୍ଗା ସିରିୟଲରେ ମୁଁ ରଘୁ ଅଜା ଭୂମିକାରେ ଅଭିନୟ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଆରମ୍ଭ ହେଲା ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା

ବାଲିଗୁଡା,୨।୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାର ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା ଆରମ୍ଭ ହୋଇଯାଇଛି। ଏନେଇ ଗାଁଠୁ ସହର ଉତ୍ସବମୁଖର ହୋଇପଡିଛି। ଶତାଧିକ ମାନସିକଧାରୀ ଦଣ୍ଡୁଆ ମା’ଙ୍କ ଦଣ୍ଡଯାତ୍ରାରେ…

୨୫ ଫୁଟ ଉଚ୍ଚ ପାଣି ଟାଙ୍କିରେ ଚଢ଼ିଗଲେ ଛାତ୍ର, ସୁରକ୍ଷାକୁ ନେଇ ବଢ଼ିଲା ଚିନ୍ତା

ଖଜୁରିପଡ଼ା,୨ା୪(ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପିରିକୁଡ଼ି ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶତାଧିକ ଛାତ୍ରୀଛାତ୍ର ହଷ୍ଟେଲରେ ରହି ପାଠପଢୁଥିବା ବେଳେ ସେମାନଙ୍କ ସୁରକ୍ଷାକୁ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

୨୦୨୬ ଆଇପିଏଲରେ ଖେଳିବା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହେଲେ RCB ବୋଲର, ପୂରା ଘଟଣା ଜାଣିଲେ…

ନୂଆଦିଲ୍ଲୀ,୨।୪: IPL ୨୦୨୬ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB)ର ଶ୍ରୀଲଙ୍କାର ଦ୍ରୁତ ବୋଲର ନୁୱାନ ତୁଷାରା IPL ୨୦୨୬…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ସରିଲା ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ଅଧରପଣା ପାଇ ଫେରିଗଲେ ସର୍ବଦେବାଦେବୀ

ପୁରୁଷୋତ୍ତମପୁର,୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ଅଧିଷ୍ଟାତ୍ରୀ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ଦୀର୍ଘ ଏକମାସ ଧରି ମହାଆଡମ୍ବର ସହକାରେ ପାଳିତ ହେଉଥିବା ପ୍ରସିଦ୍ଧ ଚୈତ୍ରପର୍ବ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri