ବୁଗୁଡ଼ା,୧୩ା୪(କାଳିଚରଣ ଦାଶ): ଗଞ୍ଜାମ ଜିଲା ବୁଗୁଡା ବ୍ଲକ ଅଧୀନ ସଂକୁରୁ ଗ୍ରାମରେ ଦଣ୍ଡନାଚରେ ଲଙ୍କା ଦହନ ବେଳେ ଅଘଟଣ ଘଟିଛି। ରାମାୟଣ ପରିବେଷଣ ବେଳେ ଗଛ ଉପରେ ଚଢି ଅଭିନୟ କରୁଥିବା ହନୁମାନ ଅଚେତ ହୋଇପଡ଼ିଲେ।
ସଂକୁରୁ ଗ୍ରାମର ବଡ଼ ଦାଣ୍ଡରେ ଦୁଇଟି ଦଣ୍ଡ ଦଳ କାନକୁଟୁରୁ ଓ ଭାବସର ଗ୍ରାମର ଦଣ୍ଡ ନାଚ ହୋଇଥିଲା। ଦିନରେ ଉଭୟ ଦଳର ଧୂଳିଦଣ୍ଡ ଓ ପାଣି ଦଣ୍ଡ ସରିବା ପରେ ରାତ୍ରିରେ ଉଭୟ ଦଳ ରାମାୟଣ ପରିବେଷଣ କରିଥିଲେ। ଗୋଟିଏ ସାହିରେ ୨ଟି ଦଣ୍ଡନାଚ ଚାଲିଥିବାରୁ ପ୍ରତିଯୋଗିତା ମୂଳକ ବାତାବରଣ ସୃଷ୍ଟି ହୋଇଥିଲା। ରାମାୟଣର ଶେଷ ଆଡକୁ ଲଙ୍କା ଦହନ ଦୃଶ୍ୟ ଥିଲା। ଏହି ଦୃଶ୍ୟକୁ ଆକର୍ଷଣୀୟ କରିବା ପାଇଁ ନିକଟରେ ଥିବା ଏକ ନଡ଼ିଆ ଗଛ ଉପରୁ ଷ୍ଟେଜ ପର୍ଯ୍ୟନ୍ତ ଏକ ରଶି ବନ୍ଧା ଯାଇଥିଲା ଏବଂ ଏହି ରଶି ସହାୟତାରେ ହନୁମାନ ଗଛ ଉପରୁ ସିଧା ଷ୍ଟେଜକୁ ଉପରେ ଉଡିଲା ଭଳି ଆସିଥାନ୍ତେ। ଏଥିପାଇଁ ଭାବସର ଦଳରେ ହନୁମାନ ରୋଲ କରୁଥିବା ମଙ୍ଗୁଳୁ ନାୟକ (୨୨) ସୋମବାର ୬ଟା ବେଳେ ନିର୍ଦ୍ଧାରିତ ନଡ଼ିଆ ଗଛ ଉପରକୁ ଚଢି ଥିଲେ ଏବଂ ଗଛ ଉପରେ ଅସୁସ୍ଥତା ଅନୁଭବ କରି ଅଚେତ ହୋଇପଡିଥିଲେ।
ସୌଭାଗ୍ୟ ବଶତଃ ତାଙ୍କର ଗୋଡ଼ ବାହୁଙ୍ଗା ମଧ୍ୟରେ ଫସି ରହିଥିଲା। ଏହାଦେଖି ଆଉ ୨ ଜଣ ଗଛରେ ଚଢି ବେହୋସ ହନୁମାନଙ୍କୁ ଧରି ରଖିଥିଲେ। ତାପରେ ସେ ନଡିଆ ଗଛ ଉପରୁ ତାଙ୍କୁ ଉଦ୍ଧାର କରିବା ପାଇଁ ବୁଗୁଡ଼ା ଦମକଳ ବାହିନୀ, ପୋଲିସ ଓ ଆମ୍ବୁଲାନ୍ସ ଘଟଣା ସ୍ଥଳ

