ଦଣ୍ଡକୁ ଝୁରୁଛି ଗଁ। ଦାଣ୍ଡ

(ଉପେନ୍ଦ୍ର ରାଉତ)
ବଅଁରପାଳ,୨୩ା୫ – ଲୋକକଳା ଦଣ୍ଡନୃତ୍ୟ ଓଡ଼ିଶାର ଘରେ ଘରେ ପରିଚିତ। ବିଶେଷକରି ଚୈତ୍ର ମାସରେ ଦଣ୍ଡୁଆମାନେ ଶିବ ଉପାସନା ପୂର୍ବକ ଦଣ୍ଡନୃତ୍ୟ କରିଥାନ୍ତି। ହେଲେ ଢେଙ୍କାନାଳ ଓ ଅନୁଗୋଳ ଜିଲାର ଜନଜୀବନରେ ଏହାର ଉପସ୍ଥିତି ଅତି ସ୍ବତନ୍ତ୍ର। କେବଳ ବର୍ଷା ଋତୁକୁ ବାଦ୍‌ ଦେଲେ ବର୍ଷର ବାକି ସମୟରେ ଏହାର ଆଦର ଏଠାରେ କାହିଁରେ କେତେ। ପର୍ବପର୍ବାଣି ବ୍ୟତୀତ ସାଧାରଣ ଦିନମାନଙ୍କରେ ମଧ୍ୟ ଦଣ୍ଡନୃତ୍ୟ ଗଁ। ପରିବେଶକୁ ଉତ୍ସବମୁଖର କରିଥାଏ। ହେଲେ କରୋନା କଟକଣା ଯୋଗୁ ଦୁଇମାସ ହେଲା ଏହି ଲୋକକଳା କି କଳାକାରଙ୍କ ପାଦ ପଡ଼ିନି ଦୁଇ ଜିଲାରେ। ଫଳରେ ନୀରବ, ନିଶ୍ଚଳ ହୋଇଯାଇଥିବା ଏଠାକାର ଗଁ। ଦାଣ୍ଡ ଏବେ ଝୁରି ହେଉଛି ଦଣ୍ଡନୃତ୍ୟକୁ। ରୋଜଗାର ଚାଲିଯାଇଥିବାରୁ ୫ ହଜାର କଳାକାର ମଧ୍ୟ ପଡ଼ିଛନ୍ତି ଦୁର୍ଦ୍ଦିନରେ।
ଢେଙ୍କାନାଳ ଓ ଅନୁଗୋଳ ଜିଲାରେ ଦଣ୍ଡନୃତ୍ୟ ପାଇଁ କୌଣସି ନିର୍ଦ୍ଦିଷ୍ଟ ତିଥି କି ଦିନ ଧାର୍ଯ୍ୟ ନାହିଁ। ବିଭିନ୍ନ ପର୍ବପର୍ବାଣି ଓ ଯାନିଯାତ୍ରା ସହ ଅନ୍ୟ ସମୟରେ ମଧ୍ୟ ଏହି ଲୋକକଳାର ଆୟୋଜନ ବେଶ୍‌ ଧୁମ୍‌ଧାମରେ ହୋଇଥାଏ। ବିଶେଷକରି ଗଁ। ଗଁ। ରେ ବାଦଦଣ୍ଡ ପ୍ରତିଯୋଗିତା କରାଯାଇଥାଏ। ଏଥିରେ ୨ଟି ଦଣ୍ଡ ଅନୁଷ୍ଠାନର କଳାକାରମାନେ କଳା ପରିବେଷଣ କରିଥାନ୍ତି। ଦିନକୁ ଦିନ ଅଧିକ ପ୍ରତିଯୋଗିତା ହେଉଥିବାରୁ ଉଭୟ ଜିଲାରେ ୫ ହଜାର କଳାକାରଙ୍କୁ ନେଇ ପ୍ରାୟ ୧୫୦ ଦଣ୍ଡ ଅନୁଷ୍ଠାନ କାର୍ଯ୍ୟ କରୁଛନ୍ତି। ଜଣେ ଜଣେ କଳାକାର ରାତିକ ପାଇଁ ୮ ଶହରୁ ୨ ହଜାର ଟଙ୍କା ପର୍ଯ୍ୟନ୍ତ ପାରିଶ୍ରମିକ ନେଇଥାନ୍ତି। ଢେଙ୍କାନାଳ ଜିଲାରେ ଜଟିଆ, ମହୁଲପାଳ, କୂଆଲୁ, ଗୁଲେହି, ରାସୋଳ, ହିନ୍ଦୋଳ, ମୁକ୍ତାପଶି, ନୁଧୁଣି, ମଝିକା ଓ ଅନୁଗୋଳର କୁଲାଡ଼, ଗିରାଙ୍ଗ, ବଳରାମପ୍ରସାଦ, କାଣ୍ଡସର, ରନ୍ତଲେଇ, ହେମସୁରପଡା, ଗୋପୀନାଥପୁର, ନୂଆହତା, କରଡାଗାଡ଼ିଆ, ଜୋରାଗାଡିଆ, ପୁରୁଣାଗଡ଼, ଗଡ଼ସନ୍ତ୍ରୀ, ସୋଲଡା, ଲୋକେଇପଶି ସମେତ ଏଭଳି ଅନେକ ଦଣ୍ଡ ଅନୁଷ୍ଠାନ ରହିଛି। କିନ୍ତୁ କରୋନା ଯୋଗୁ ଏହି କଳାକାରମାନେ ଏବେ ରୋଜଗାରଶୂନ୍ୟ ହୋଇଯାଇଛନ୍ତି। ପରିବାର ଚଳାଇବାକୁ ସେମାନଙ୍କ ନିକଟରେ ଅର୍ଥ ନ ଥିବା ଉତ୍କଳୀୟ ଦଣ୍ଡ ସଂସ୍କୃତି ମହାସଂଘ ସଭାପତି ହରମୋହନ ସାହୁ କହିଛନ୍ତି। ଢେଙ୍କାନାଳ ଜଟିଆ ଦଣ୍ଡ ଅନୁଷ୍ଠାନର ପରିଚାଳକ ପ୍ରଶ୍ନ ପୃଷ୍ଟି ଓ ଅନୁଗୋଳ କୁଲାଡ଼ ପାର୍ଟିର ପରିଚାଳକ ବାମଦେବ ସେଠ କହିଛନ୍ତି, କେବଳ କଳାକାର ନୁହନ୍ତି, ଦଣ୍ଡପାର୍ଟି ମାଲିକମାନେ ମଧ୍ୟ ପ୍ରଭାବିତ ହୋଇଛନ୍ତି। ବାଦଦଣ୍ଡ ଆୟୋଜନ ହେଉ ନ ଥିବାରୁ କଳାକାରମାନଙ୍କୁ ସେମାନଙ୍କ ପାଉଣା ଦେବା ସମ୍ଭବ ହେଉନି। କଳାକାର ରମେଶ ଚନ୍ଦ୍ର ଗଡ଼ନାୟକ ଓ ଚିନ୍ମୟ ସାମଲ କହିଛନ୍ତି, ଏଥିରୁ ହିଁ ପରିବାର ଭରଣ ପୋଷଣ କରିଥାଉ। ମାତ୍ର କରୋନା ସମସ୍ତଙ୍କ ଜୀବିକା ଛଡାଇ ନେଇଛି। ଦୀର୍ଘଦିନ ହେଲା ଘରେ ବସିଥିବାରୁ ସରକାର ସହାୟତା ଦେଲେ ଭଲ ହୁଅନ୍ତା ବୋଲି କଳାକାରମାନେ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟିକିଏ କଥାରେ ସାଙ୍ଗର ପେଟରେ ଛୁରି ଭୁସି ବାହାର କରିଦେଲେ ଅନ୍ତବୁଜୁଳା

ବାରିପଦା,୮।୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୁରଭଞ୍ଜ ଜିଲା କୁଳିଅଣା ଥାନା ଅନ୍ତର୍ଗତ ବାଇଗଣବାଡିଆ ସ୍ଥିତ ବିବି କଲେଜରେ ଦୁଇ ଛାତ୍ର ମଧ୍ୟରେ ସଂଘର୍ଷ ହୋଇଛି। ଏଥିରେ ଜଣେ...

ଶୀତରେ ଥରୁଛି ଜି.ଉଦୟଗିରି: ଜନଜୀବନ ଅସ୍ତବ୍ୟସ୍ତ

ଜି.ଉଦୟଗିରି,୮।୧୨(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): ସାରା ରାଜ୍ୟରେ ହାଡ଼ଭଙ୍ଗା ଶୀତ ଜାରି ରହିଥିବାବେଳେ ଥଣ୍ଡା ଶୁଷ୍କ ବାୟୁ ପ୍ରଭାବରେ ୧୨ ଯାଏ ଶୀତ ଲହରୀ ଜାରି...

ଟାଇକୋଣ୍ଡୋ ଏକାଡେମୀର ଗୌରବମୟ ସଫଳତା: ସୋହନଙ୍କୁ ମିଳିଲା…

ଛତ୍ରପୁର,୮।୧୨(ଦିଲ୍ଲୀପ ସାମଲ): ଛତ୍ରପୁର ନିକଟ ଧିରେଶର୍‌ ବିଦ୍ୟାପୀଠର ନବମ ଶ୍ରେଣୀ ଛାତ୍ର ଏସ୍‌. ସୋହନ ରେଡ୍ଡି ଅରୁଣାଞ୍ଚଳ ପ୍ରଦେଶରେ ହୋଇଥିବା ଜାତୀୟ ବିଦ୍ୟାଳୟ ସମୂହ କ୍ରୀଡା...

କାମ ଦେଉଛି AI କ୍ୟାମେରା: ପୁଣି ଗିରଫ ହେଲେ ୨ ଶିକାରୀ

ନୀଳଗିରି,୮ା୧୨(ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ବର ଜିଲା ନୀଳଗିରି ଉପଖଣ୍ଡ ଅଧୀନ କୁଲଡିହା ଅଭୟାରଣ୍ୟରୁ ପୁଣି ଦୁଇ ଶିକାରୀଙ୍କୁ ଧରାଇଦେଲା ଏ.ଆଇ କ୍ୟାମେରା। କିଛି ଦିନ ପୂର୍ବରୁ...

ପଲିଥିନ୍‌ କାରଖାନାରେ ଲାଗିଲା ନିଆଁ

କଟକ,୮ା୧୨(କାର୍ତ୍ତିକ ସାହୁ): ସୋମବାର କଟକ ଜଗତପୁରର ଗୁଜରପୁରଠାରେ ଥିବା ଏକ ପଲିଥିନ ଉତ୍ପାଦନ ୟୁନିଟ ‘ଜଗା କାଳିଆ ପଲିପ୍ୟାକ୍‌ ଏଣ୍ଟରପ୍ରାଇଜେସ’ ରେ ଏକ ବଡ଼ ଧରଣର...

ହ୍ୟୁମାନଙ୍କ ମୃତ୍ୟୁ ମାମଲାରେ ଆସିଲା ବଡ଼ ଟୁଇଷ୍ଟ: ଅର୍ପିତାଙ୍କୁ ନେଇ ପ୍ରଥମ ଥର ମୁହଁ ଖୋଲିଲେ ସ୍ତ୍ରୀ ଶ୍ରୀୟା

ବଲାଙ୍ଗୀର,୮।୧୨(ସୁନିଲ ମହାନ୍ତି): ବଲାଙ୍ଗୀର ଟିଟିଲାଗଡ଼ରେ ରବିବାର ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ପାଇଁ ଥିଲା ଶ୍ରଦ୍ଧାଞ୍ଜଳି ସଭା। ଏହି ସଭାରେ ଅଭିନେତା ଅନୁଭବ ମହାନ୍ତି, ଅସିମା...

ପିକ୍‌ନିକ୍‌ ସ୍ପଟ୍‌ ଶାନ୍ତିବନ: ମନ ଭିତରେ ଆପେ ଆପେ ସୃଷ୍ଟି ହୋଇଯାଏ ଆଧ୍ୟାତ୍ମିକ ଭାବନା

କର୍ଲାମୁଣ୍ଡା,୮ା୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ କୁଶୁର୍ଲା ଓ ମ. ରାମପୁର ବ୍ଲକ୍‌ ମସ୍କାଦାଣ୍ଡି ଗ୍ରାମ ସୀମାରେ ରହିଛି ଶାନ୍ତିବନ ଗ୍ରାମ୍ୟ ଜଙ୍ଗଲ।...

ହ୍ୟୁମାନଙ୍କ ଗୀତ ଶୁଣି ଷ୍ଟେଜ୍‌ରେ କାନ୍ଦି ପକାଇଲେ ମା’-ସ୍ତ୍ରୀ-ଝିଅ

ବଲାଙ୍ଗୀର,୮ା୧୨(ସୁନିଲ କୁମାର ମହାନ୍ତି): ଓଡ଼ିଶାର ସୁନାମଧନ୍ୟ ଗାୟକ ହ୍ୟୁମାନ ସାଗରଙ୍କ ଉଦ୍ଦେଶ୍ୟରେ ଟିଟିଲାଗଡ଼ର ବୟଜ ହାଇସ୍କୁଲ ପଡ଼ିଆରେ ଓଡ଼ିଶା କଳାକାର ଏକତା ମଞ୍ଚ ପକ୍ଷରୁ ରବିବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri