Posted inଖେଳ

ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ଦଳ ଘୋଷଣା: ରାହୁଲଙ୍କୁ ନେଇ ଦ୍ୱନ୍ଦ୍ୱ, ରୋହିତ ଫେରିବା ସମ୍ଭାବନା, ଈଶ୍ୱରନ ଡାର୍କ ହର୍ସ

ନୂଆଦିଲ୍ଲୀ,୧୨।୯ (ପି.ଟି.)- ଆସନ୍ତାମାସ ଠାରୁ ଆରମ୍ଭ ହେବାକୁ ଯାଉଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ ପାଇଁ ଗୁରୁବାର ଭାରତୀୟ ଘୋଷଣା ହେବ। ଚୟନକର୍ତ୍ତାମାନେ ବୈଠକରେ ବସି ଏହି ୩ ମ୍ୟାଚ୍‌ ବିଶିଷ୍ଟ ସିରିଜ ପାଇଁ ଦଳ ଚୟନ କରିବେ। ଦୁର୍ବଳ ଫର୍ମ ଦେଇ ଗତି କରୁଥିବା ଲୋକେଶ ରାହୁଲ ଏବେ ରୋହିତ ଶର୍ମାଙ୍କ ପାଇଁ ସୁଯୋଗ ସୃଷ୍ଟି କରିଛି।
ଗତ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟ ସିରିଜରେ ଦିନିକିଆ ଉପ-ଅଧିନାୟକ ରୋହିତ ଶର୍ମା ଖେଳିବାର ସୁଯୋଗ ପାଇ ନ ଥିଲେ। ହନୁମା ବିହାରୀ ଓ ଆଜିଙ୍କ୍ୟ ରାହାନେ ଯଥାକ୍ରମେ ୫ ଓ ୬ ନମ୍ବରରେ ନିଜର ସ୍ଥାନ ପକ୍କା କରିବା ପରେ ରୋହିତଙ୍କୁ ଓପନର ହିସାବରେ ଦଳରେ ସାମିଲ କରିବାର ସମ୍ଭାବନା ସୃଷ୍ଟି ହୋଇଛି। ରୋହିତ ଶେଷଥର ପାଇଁ ୨୦୧୮ରେ ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ ଖେଳିଥିଲେ। ଟେଷ୍ଟ ସ୍ପୋଶଲିଷ୍ଟ କୁହାଯାଉଥିବା ଚେତେଶ୍ୱର ପୂଜାରା ୩, ଅଧିନାୟକ ବିରାଟ କୋହଲି ୪ ନମ୍ବରରେ ବ୍ୟାଟିଂ କରିବେ। ବୀରେନ୍ଦ୍ର ସେହ୍ବାଗଙ୍କ ଉଦାହରଣକୁ ଦୃଷ୍ଟିରେ ରଖି ବିସ୍ଫୋରକ ରୋହିତଙ୍କୁ ସୁଯୋଗ ଦେବା ପାଇଁ କୋଚ୍‌ ଶାସ୍ତ୍ରୀ ଓ କୋହଲି ନିଷ୍ପତ୍ତି ନେଇପାରନ୍ତି। ସେହିପରି ଘରୋଇ କ୍ରିକେଟରେ ଦମ୍‌ଦାର ପ୍ରଦର୍ଶନ କରିଥିବା ବେଙ୍ଗଲ ଓପନର ଅଭିମନ୍ୟୁ ଈଶ୍ୱରନଙ୍କୁ ରିଜର୍ଭ ଓପନର ହିସାବରେ ସ୍ଥାନ ମିଳିପାରେ। ତେବେ ରାହୁଲଙ୍କୁ ବାଦ୍‌ ଦିଆଗଲେ ଈଶ୍ୱରନଙ୍କୁ ସୁଯୋଗ ମିଳିପାରେ। ସେହିପରି ଗୁଜୁରାଟ ଓପନର ପ୍ରିୟଙ୍କ ପଞ୍ଚାଲ ଓ ପଞ୍ଜାବ ଓପନର ଶୁବମନ ଗିଲଙ୍କ ନେଇ ମଧ୍ୟ ଚୟନକର୍ତ୍ତା ବିଚାର କରିପାରନ୍ତି। ରାହୁଲ ଗତ ୩୦ଟି ଟେଷ୍ଟ ଇନିଂସରେ ୬୬୪ ରନ ସଂଗ୍ରହ କରି କରି ଖରାପ୍‌ ଫର୍ମ ଦେଇ ଗତି କରୁଛନ୍ତି। ମୟଙ୍କ ଅଗ୍ରଓ୍ବାଲ ସ୍ଥାନ ବଜାୟ ରଖିବା ଏକ ପ୍ରକାର ନିଶ୍ଚିତ ମନେହେଉଛି। ଦ୍ୱିତୀୟ ଓପନର ସ୍ଥାନ ପାଇଁ ରୋହିତ ଓ ଈଶ୍ୱରନଙ୍କୁ ସାମିଲ କରାଯିବାର ଯଥେଷ୍ଟ ସମ୍ଭାବନା ରହିଛି।
ବୋଲିଂରେ ଫିଟ୍‌ ନ ଥିବାରୁ ଭୁବନେଶ୍ୱର କୁମାରଙ୍କୁ ସ୍ଥାନ ନ ମିଳିପାରେ। ଯଦି ହାର୍ଦ୍ଦିକ ପାଣ୍ଡ୍ୟା ଦଳକୁ ଫେରନ୍ତି ତାହାଲେ ନବଦୀପ ସଇନି ବ୍ୟାକ୍‌ ଅଫ୍‌ ଦ୍ରୁତ ବୋଲର ଭାବେ ଦଳରେ ସାମିଲ ହୋଇପାରନ୍ତି। ଯୁବ ଉଇକେଟ କିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ପ୍ରଥମ ପସନ୍ଦ ହୋଇଥିଲେ ମଧ୍ୟ ଅଭିଜ୍ଞ ରିଦ୍ଧିମାନ ଶାହ ମଧ୍ୟ ଦଳରେ ସ୍ଥାନ ପାଇବା ସମ୍ଭାବନା ରହିଛି। ୩ ସ୍ପିନର ରବୀନ୍ଦ୍ର ଜାଡେଜା, କୁଲଦୀପ ଯାଦବ ଓ ରବିଚନ୍ଦ୍ରନ ଅଶ୍ୱିନ ଦଳରେ ସାମିଲ ହେବା ନିଶ୍ଚିତ। ସେହିପରି ଦ୍ରୁତ ବୋଲିଂରେ ଯଶପ୍ରୀତ ବୁମ୍‌ରା, ମହମ୍ମଦ ସାମି ଓ ଈଶାନ୍ତ ଶର୍ମା ସାମିଲ ହେବା ନିଶ୍ଚିତ। ଯଦି ମହମ୍ମଦ ସାମିଙ୍କୁ ବିଶ୍ରାମ ଦିଆଯାଏ ତା,ହେଲେ ଉମେଶ ଯାଦବଙ୍କୁ ସୁଯୋଗ ମିଳିବ।
ସମ୍ଭାବ୍ୟ ଦଳ:
ଓପନର: ମୟଙ୍କ ଅଗ୍ରଓ୍ବାଲ, ରୋହିତ ଶର୍ମା।
ମିଡଲ ଅର୍ଡର: ଚେତେଶ୍ୱର ପୂଜାରା, ବିରାଟ କୋହଲି, ଅଜିଙ୍କ୍ୟ ରାହାନେ, ହନୁମା ବିହାରୀ।
ଅଲରାଉଣ୍ଡର: ହାର୍ଦ୍ଦିକ ପାଣ୍ଡ୍ୟା।
ଉଇକେଟକିପର: ରିଷଭ ପନ୍ତ, ରିଦ୍ଧିମାନ ଶାହ।
ଦ୍ରୁତ ବୋଲର: ଯଶପ୍ରୀତ ବୁମ୍‌ରା, ଈଶାନ୍ତ ଶର୍ମା, ମହମ୍ମଦ ସାମି/ ଉମେଶ ଯାଦବ।
ସ୍ପିନର: ରବିଚନ୍ଦ୍ରନ ଅଶ୍ୱିନ୍‌, ରବୀନ୍ଦ୍ର ଜାଡେଜା, କୁଲଦୀପ ଯାଦବ।
ନଜରରେ ରହିଛନ୍ତି: ଅଭିମନ୍ୟୁ ଈଶ୍ୱରନ (ତୃତୀୟ ଓପନର), ପ୍ରିୟଙ୍କ ପଞ୍ଚାଲ (ତୃତୀୟ ଓପନ), ନବଦୀପ ସଇନି (ରିଜର୍ଭ ଦ୍ରୁତ ବୋଲର), କୋନା ଶ୍ରୀକର ଭରଦ (ଦ୍ୱିତୀୟ ଉଇକେଟକିପର)।


Enter your email to get our daily news in your inbox.

All Right Reserved By Dharitri.Com

ରାଜଧାନୀରେ ଚାଞ୍ଚଲ୍ୟ: ଟ୍ୟୁଶନ ଯାଇ ନିଖୋଜ ହେଲେ ନାବାଳିକା

ଭୁବନେଶ୍ୱର,୧୫।୪: ଟ୍ୟୁଶନ ଯାଇ ନିଖୋଜ ହେଲେ ନାବାଳିକା। ଏଭଳି ଅଭାବନୀୟ ଘଟଣା ଘଟିଛି ନୟାପଲ୍ଲୀ ଥାନା ଅଞ୍ଚଳରେ। ନୟାପଲ୍ଲୀ ଥାନା ସାଲିଆସାହି ନାବାଳିକାଙ୍କ ପତ୍ତା ମିଳୁନି ।…

ମୋକିମଙ୍କ ନୂଆ ଦଳରେ ସୋଫିଆ? ରାଜ୍ୟ ରାଜନୀତିରେ ଚହଳ

ଭୁବନେଶ୍ୱର,୧୫।୪: ନୂଆ ଆଞ୍ଚଳିକ ଦଳ ଲୋକାର୍ପଣ କଲେ ମହମ୍ମଦ ମୋକିମ। ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ଏକ ବିରାଟ ସମାବେଶରେ ଲୋକାର୍ପଣ ହେଲା ନୂଆଦଳ। ମୋକିମଙ୍କ ନୂଆ ଦଳ…

ସମ୍ବଲପୁରରେ ବଡ଼ ଘୋଷଣା କଲେ କେନ୍ଦ୍ରମନ୍ତ୍ରୀ : ଉଦ୍‌ଘାଟିତ ହେଲା ବୀର ସୁରେନ୍ଦ୍ର ସାଏ ସଂଗ୍ରହାଳୟ

ସମ୍ବଲପୁର,୧୫।୪(ପ୍ରମୋଦ ବହିଦାର): ସମ୍ବଲପୁରର ଐତିହାସିକ ଗୌରବକୁ ନୂଆ ପରିଚୟ ଦେବା ପାଇଁ ବୁଧବାର ବୀର ସୁରେନ୍ଦ୍ର ସାଏ ସଂଗ୍ରହାଳୟ ଲୋକାର୍ପିତ ହୋଇଯାଇଛି। କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର…

ଅବନୀତଙ୍କ ଗ୍ଲାମରସ୍‌ ଲୁକ୍‌କୁ ନେଇ ଉଠିଲା ପ୍ରଶ୍ନ

ଅଭିନେତ୍ରୀ ଅବନୀତ କୌର ଯେତିକି ଗ୍ଲାମରସ୍‌ ସେତିକି ଚର୍ଚ୍ଚିତ ମଧ୍ୟ। ନିଜ ଚମକଦାର ଲୁକ ପାଇଁ ପ୍ରାୟତଃ ପ୍ରଶଂସା ସାଉଁଟନ୍ତି। ନିକଟରେ ସେ ତାହା ତ୍ୱଚାରେ ବୋଟକ୍ସ…

8th Pay Commissionକୁ ନେଇ ଆସିଲା ବଡ଼ ଅପ୍‌ଡେଟ୍‌: ସର୍ବନିମ୍ନ ମୌଳିକ ଦରମା…

ନୂଆଦିଲ୍ଲୀ,୧୫।୪: ଅଷ୍ଟମ ବେତନ କମିଶନକୁ ନେଇ ଚର୍ଚ୍ଚା ବଢ଼ିବାରେ ଲାଗିଛି। ବେତନ କମିଶନର ସରକାରୀ ୱେବସାଇଟ ମଧ୍ୟ ବିଭିନ୍ନ ସହରର ଅଂଶୀଦାରମାନଙ୍କ ସହିତ ଆଲୋଚନା ପାଇଁ ଏକ…

ରାଘବ ଚଢାଙ୍କୁ କେନ୍ଦ୍ର ଦେଲା ‘Z’ ସିକ୍ୟୁରିଟି, ଏଏପିକୁ ଝଟ୍‌କା

ନୂଆଦିଲ୍ଲୀ,୧୫।୪: ପଞ୍ଜାବର ଆମ ଆଦମୀ ପାର୍ଟି (ଆପ) ସରକାର ରାଘବ ଚଢାଙ୍କ ସୁରକ୍ଷା ପ୍ରତ୍ୟାହାର କରିନେଇଛି, ଯାହା ପରେ କେନ୍ଦ୍ର ସରକାର ତାଙ୍କୁ ‘Z’ ବର୍ଗର ସୁରକ୍ଷା…

ଗଜପତି ପାଇଁ ଗୌରବ ଆଣିଲେ ଯାଜ୍ଞସେନୀ: ପ୍ରବନ୍ଧ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରି ମୁଖ୍ୟମନ୍ତ୍ରୀଙ୍କଠୁ ପାଇଲେ ପୁରସ୍କାର

ମୋହନା,୧୫।୪( ମନ୍ମଥ ମିଶ୍ର ): ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଓଡ଼ିଶା ସରକାର ପକ୍ଷରୁ ଓଡ଼ିଆ ସାହିତ୍ୟ ପକ୍ଷ ୨୦୨୬ ପ୍ରବନ୍ଧ ଲିଖନ ପ୍ରତିଯୋଗିତାରେ…

ଆଇନଜୀବୀଙ୍କ ମସ୍ତିଷ୍କରେ ବିରଳ ଅସ୍ତ୍ରୋପଚାର ସଫଳ: ମୁଣ୍ଡରୁ ବାହାରିଲା ୩ ଶହ ଗ୍ରାମର ଓଜନର…ଡାକ୍ତର ଆଶ୍ଚର୍ଯ୍ୟ

ଦିଗପହଣ୍ଡି,୧୫।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ର ଜଣାଶୁଣା ଆଇନଜୀବୀ ତଥା ଖେମୁଣ୍ଡି ଓକିଲ ସଂଘର ପୂର୍ବତନ ସଭାପତି ହରପ୍ରସାଦ ରଥଙ୍କ ମସ୍ତିଷ୍କରେ ଟ୍ୟୁମର ହୋଇଥିବାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri