ଥ୍ରୀ ଲେୟାର ଝୁମୁକା

ଥ୍ରୀ ଲେୟାର ଝୁମୁକାରେ ସାଧାରଣତଃ ଥାକ ଥାକ ହୋଇ ତିନି ଥାକରେ ଝୁମୁକା ତଳକୁ ଓହଳି ରହିଥାଏ, ଯାହା ଚେହେରାକୁ ଟିକେ ହେଭି ଲୁକ୍‌ ଦେଇଥାଏ। ତେଣୁ ପୂଜାପାର୍ବଣ ହେଉ କିମ୍ବା ଘରୋଇ ଫଙ୍କ୍‌ସନରେ ହେଭି ଓ୍ବାର୍କବାଲା ଆଉଟ୍‌ଫିଟ୍‌ ସହ ଏହି ଇୟର ରିଂକୁ ପିନ୍ଧିଲେ ଗର୍ଜିୟସ୍‌ ଲୁକ୍‌ ମିଳିଥାଏ…
ନାରୀଙ୍କ ସୌନ୍ଦର୍ଯ୍ୟକୁ ଆକର୍ଷଣୀୟ କରିଥାଏ ଝୁମୁକା ଇୟର ରିଂ। ସେଥିପାଇଁ ଏହାର ଟ୍ରେଣ୍ଡ କେବେ ବି ଆଉଟ୍‌ ଅଫ୍‌ ଫ୍ୟାଶନ ହୁଏ ନାହିଁ। ତେବେ ଆଜିକାଲି ମାର୍କେଟ୍‌ରେ ଅନେକ ସୁନ୍ଦର ସୁନ୍ଦର ଡିଜାଇନର ଝୁମୁକା ଇୟର ରିଂ ମିଳୁଥିବା ଦେଖିବାକୁ ମିଳୁଛି। ତନ୍ମଧ୍ୟରୁ ଥ୍ରୀ ଲେୟାର ଝୁମୁକାର ଫ୍ୟାଶନ ଏବେ ଖୁବ୍‌ ଚାଲିଛି। ଇଣ୍ଡିଆନ୍‌ ହେଉ ବା ଓ୍ବେଷ୍ଟର୍ନ ସବୁ ପ୍ରକାର ଆଉଟ୍‌ ଫିଟ୍‌ ସହ ଥ୍ରୀ ଲେୟାର ଝୁମୁକା ବେଶ୍‌ ଭଲ ମାନିବା ସହ ଗ୍ଲାମର୍ସ ଲୁକ୍‌ ଦେଇଥାଏ। ସେଥିପାଇଁ ଯୁବତୀମାନଙ୍କ ଗହଣରେ ଏହାର କ୍ରେଜ୍‌ ଦିନକୁ ଦିନ ବଢ଼ିବାରେ ଲାଗିଛି। ଆଉ ତାକୁ ହିଁ ଲକ୍ଷ୍ୟକରି ମାର୍କେଟ୍‌ରେ ଏବେ କେତେକ ଲାଟେଷ୍ଟ ଡିଜାଇନର ଥ୍ରୀ ଲେୟାର ଝୁମୁକା ମିଳୁଛି। ଆସନ୍ତୁ , ଜାଣିବା ସେ ସମ୍ପର୍କରେ…
ଗୋଲ୍‌ଡେନ ଝୁମୁକା: ଗୋଲ୍‌ଡେନ ବା ସୁନେଲି ରଙ୍ଗର ଥ୍ରୀ ଲେୟାର ଝୁମୁକା ଶାଢ଼ି, ଲେହେଙ୍ଗା କିମ୍ବା ହେଭି ଓ୍ବାର୍କବାଲା ଆଉଟ୍‌ଫିଟ୍‌ ସହ ବେଶ୍‌ ଭଲ ମାନିଥାଏ। ଖାସ୍‌କରି ପୂଜାପାର୍ବଣ ସମୟରେ ଚୁଟିରେ ଖୋସାକରି ସେଥିରେ ଗଜରା ଲଗାଇବା ସହ ଏହି ଇୟର ରିଂକୁ ପିନ୍ଧିଲେ ଲୁକ୍‌ ଗର୍ଜିୟସ୍‌ ଲାଗିଥାଏ। ଆପଣ ଚାହିଁଲେ ସୁନାରେ ତିଆରି ହୋଇଥିବା ଏହି ଇୟର ରିଂ ପିନ୍ଧିପାରିବେ ନଚେତ୍‌ ମାର୍କେଟ୍‌ରେ ମିଳୁଥିବା ଆର୍ଟିଫିସିଆଲ୍‌ ଗୋଲ୍‌ଡେନ ଥ୍ରୀ ଲେୟାର ଝୁମୁକାକୁ ବି ଟ୍ରାଏ କରିପାରିବେ।

ସିଲ୍‌ଭର ଝୁମୁକା: ସିଲ୍‌ଭର ବା ରୁପାରେ ତିଆରି ଥ୍ରୀ ଲେୟାର ଝୁମୁକା ବି ଆକର୍ଷଣୀୟ ଲୁକ୍‌ ଦେଇଥାଏ। କିନ୍ତୁ ଏହାକୁ ହେଭି ଓ୍ବାର୍କବାଲା ଆଉଟ୍‌ଫିଟ୍‌ ସହ ନ ପିନ୍ଧି ଟିକେ ଲାଇଟ୍‌ କାମ ହୋଇଥିବା ତଥା ହାଲ୍‌କା ରଙ୍ଗର ଶାଢ଼ି, ଲେହେଙ୍ଗା କିମ୍ବା ଅନାରକଲି ଡ୍ରେସ୍‌ ସହ ପିନ୍ଧିଲେ ବେଶ୍‌ ଭଲ ମାନିଥାଏ।

ପର୍ଲ ଖଚିତ ଝୁମୁକା: ପର୍ଲ ଖଚିତ ଜୁଏଲେରି ମଧ୍ୟ ମହିଳାମାନଙ୍କୁ ଖୁବ୍‌ ମାନେ। ଏପରିକି ମାର୍କେଟ୍‌ରେ ବି ଏବେ ଅନେକ ଥ୍ରୀ ଲେୟାର ଝୁମୁକାରେ ମଧ୍ୟ ପର୍ଲ ଖଚିତ ହୋଇ ଆସୁଥିବା ଦେଖିବାକୁ ମିଳୁଛି। ଖାସ୍‌କରି ଧଳାରଙ୍ଗର ଆଉଟ୍‌ଫିଟ୍‌ ସହ ପର୍ଲ ଖଚିତ ଏହି ଝୁମୁକା ସୁନ୍ଦର ଦେଖାଯାଇଥାଏ।

ଷ୍ଟୋନ ଖଚିତ ଝୁମୁକା: ଗୋଲ୍‌ଡେନ କଲରର ଥ୍ରୀ ଲେୟାର ଝୁମୁକାରେ ଯଦି କେବଳ ଧଳା ରଙ୍ଗର ଷ୍ଟୋନ ଲାଗିଥିବ, ତା’ହେଲେ ଜରି ବର୍ଡର ବାଲା ଯେକୌଣସି ଆଉଟ୍‌ଫିଟ୍‌ ସହ ଏହାକୁ ମ୍ୟାଚିଂ କରି ପିନ୍ଧିହେବ। ଆଉ ଯଦି ଝୁମୁକାରେ ମଲ୍ଟି କଲରର ଷ୍ଟୋନ ଲାଗିଥିବ, ତା’ହେଲେ ଏହାକୁ କଲରଫୁଲ୍‌ ଆଉଟ୍‌ଫିଟ୍‌ ସହ ପିନ୍ଧିଲେ ବେଶ୍‌ ଭଲ ମାନିବ।

ବିଡ୍ସ ଖଚିତ ଝୁମୁକା: ବିଡ୍ସ ବା ମାଳି ଖଚିତ ଥ୍ରୀ ଲେୟାର ଝୁମୁକାରେ ଯେଉଁ ରଙ୍ଗର ମାଳି ବ୍ୟବହାର ହୋଇଥାଏ ସେହି ରଙ୍ଗର ଆଉଟ୍‌ଫିଟ୍‌କୁ ମ୍ୟାଚିଂକରି ପିନ୍ଧିଲେ ସୋବର୍‌ ଲୁକ୍‌ ମିଳେ। ଆଉ ଯଦି ଝୁମୁକାରେ ମଲ୍ଟି କଲରର ମାଳି ଲାଗିଥିବ, ତା’ହେଲେ ତାକୁ ଯେ କୌଣସି ରଙ୍ଗର ପୋଷାକ ସହ ପିନ୍ଧିହେବ।

ଅକ୍ସିଡାଇଜ୍ଡ ଝୁମୁକା: ଉଭୟ ଟ୍ରାଡିସନାଲ ତଥା ମଡର୍ନ ଆଉଟ୍‌ଫିଟ୍‌ ସହ ଅକ୍ସିଡାଇଜ୍ଡ ଜୁଏଲେରି ବେଶ୍‌ ମାନିଥାଏ। କିନ୍ତୁ ଅକ୍ସିଡାଇଜ୍ଡ ଥ୍ରୀ ଲେୟାର ଝୁମୁକା ଖାସ୍‌କରି ପାରମ୍ପରିକ ଶାଢ଼ି, ଲେହେଙ୍ଗା ତଥା ସାଲଓ୍ବାର୍‌ ସହ ଅଧିକ ସୁନ୍ଦର ଦେଖାଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଚାଣକ୍ୟ କୁହନ୍ତି ଏସବୁ ଖାଦ୍ୟ ଖାଇଲେ ମିଳିବ ୧୦ଗୁଣା ଅଧିକ ଶକ୍ତି, ବୃଦ୍ଧାବସ୍ଥାରେ ରୋଗ ପାଖ ମାଡ଼ିବନି…

ହିନ୍ଦୁ ଧର୍ମରେ ଅନେକ ଜିନିଷ ଅଛି ଯାହାକୁ ଖାଇବା ସମ୍ପୂର୍ଣ୍ଣ ନିଷେଧ ଏବଂ କିଛି ଜିନିଷ ଅଛି ଯାହାକୁ ଖାଇଲେ ୧୦ ଗୁଣ ଅଧିକ ଶକ୍ତି...

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri