‘ଥିଲେ ଦିଅ, ନଥିଲେ ନିଅ’

ଭୁବନେଶ୍ୱର,୨ା୧(ବ୍ୟୁରୋ): ଶୀତ ଆନ୍ଦୋଳନର ପ୍ରବର୍ତ୍ତକ ମାୟାଧର ନାୟକଙ୍କ ଶୀତ ଅଭିଯାନରେ ଅନୁପ୍ରାଣିତ ହୋଇ ଉଡ୍ର ଚାରିଟେବଲ୍‌ ଟ୍ରଷ୍ଟ ପକ୍ଷରୁ ବାପୁଜୀ ନଗରସ୍ଥିତ ପ୍ୟାରିସ୍‌ ବେକେରି ଆଉଟ୍‌ଲେଟ୍‌ରେ ପୁରୁଣା ବସ୍ତ୍ର ସଂଗ୍ରହ ଅଭିଯାନର ଶୁଭାରମ୍ଭ ହୋଇଛି। ‘ଥିଲେ ଦିଅ, ନ ଥିଲେ ନିଅ’ ନାରାରେ ଏହାକୁ ଆରମ୍ଭ କରାଯାଇଥିତ୍ବାବେଳେ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ଅଭିନେତା ଆକାଶ ଦାସ ନାୟକ, ଅଭିନେତ୍ରୀ ଏଲିନା ସାମନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ। ଉଡ୍ର ଚାରିଟେବଲ୍‌ ଟ୍ରଷ୍ଟ ପକ୍ଷରୁ ସାରା ରାଜ୍ୟରେ ଚାଲିଥିବା ସମସ୍ତ ପ୍ୟାରିସ୍‌ ବେକେରି ଓ ରେଡ୍‌ ଏଫ୍‌ଏମ୍‌ କାର୍ଯ୍ୟାଳୟ ସାମ୍ନାରେ ପୁରୁଣା ବସ୍ତ୍ର ଏବଂ ନୂଆ ବସ୍ତ୍ର ସଂଗ୍ରହ କରିବା ବ୍ୟବସ୍ଥା କରାଯାଇଛି। ନିରାଶ୍ରୟଙ୍କ ପାଇଁ ଲୋକମାନେ ନିଜର ପୁରୁଣା ତଥା ନୂଆ ବସ୍ତ୍ର ଏଠାରେ ଦାନ କରିପାରିବେ। ୩୧ ଜାନୁୟାରୀ ଯାଏ ଏହି ବସ୍ତ୍ର ସଂଗ୍ରହ ଅଭିଯାନ ଚାଲିବ।