ଥାନାରେ ପାରମ୍ପରିକ ଦଶହରା ପର୍ବ ପାଳନ, ମହୁଲି ମଦ ସହ ପହଞ୍ଚିଲା ଛେଳି

ଦାରିଙ୍ଗବାଡ଼ି,୮।୧୦(ଡି.ଏନ.ଏ.):କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଳକ ଅଞ୍ଚଳରେ ଶାରଦୀୟ ପୂଜା ଧୁମ୍‌ଧାମ୍‌ରେ ପାଳନ କରାଯାଇଛି। ଏହି ଅବସରରେ ଦାରିଙ୍ଗବାଡ଼ି ଏବଂ ସିମନବାଡ଼ିଠାରେ ସ୍ବତନ୍ତ୍ର ପୁଜାମଣ୍ଡପ କରାଯାଇ ମା’ଦୁର୍ଗାଙ୍କ ମୃଣ୍ମୟୀ ମୁର୍ତ୍ତିରେ ପୂଜାର୍ଚ୍ଚନା କରାଯାଇଛି। ଉକ୍ତ ବ୍ଳକର ଦାରିଙ୍ଗବାଡ଼ି ଏବଂ ବ୍ରାହ୍ମଣୀଗାଁ ଥାନା ପରିସର ମଧ୍ୟରେ ମଧ୍ୟ ଦଶହରା ପୂଜା ପାଳନ କରାଯାଇଛିା ଦାରିଙ୍ଗବାଡ଼ି ଥାନାରେ ପାରମ୍ପରିକ ତଥା ଲୋକ ସଂସ୍କୃତିକୁ ନେଇ ନିଆରା ଢ଼ଙ୍ଗରେ ପାରମ୍ପରିକ ପୁଜାର୍ଚ୍ଚନା କରାଯାଇଛି ା ପ୍ରତିବର୍ଷ ଦଶହରା ଦିନ ଉକ୍ତ ବ୍ଳକର ଗ୍ରୀନବାଡ଼ି ପଞ୍ଚାୟତବାସୀ ଶତାଧିକ ମହିଳା ପୁରୁଷ ଗ୍ରାମରେ ସ୍ବତନ୍ତ୍ର ଭାବେ ମହୁଲିମଦ ପ୍ରସ୍ତୁତ କରି ମହୁଲି ମଦ ସହ ଏକ ଛେଳିକୁ ନେଇ ବିରାଟ ଶୋଭାଯାତ୍ରାରେ ଆସି ଥାନାରେ ପହଞ୍ଚିଥାନ୍ତି ା ଥାନା ପକ୍ଷରୁ ତାଙ୍କୁ ଫୁଲଚନ୍ଦନ ଦେଇ ସ୍ବାଗତ କରାଯାଏା କାହିଁ କେଉଁ କାଳରୁ ଏହି ପାରମ୍ପରିକ ପୁଜାର୍ଚ୍ଚନା କରାଯାଉଥିବା ଗ୍ରୀନବାଡ଼ି ବାସିନ୍ଦା କହିଛନ୍ତି। ପରେ ବାଦ୍ୟଯନ୍ତ୍ର ମହୁରୀ, ଢ଼ୋଲ ବାଦ୍ୟରେ ଏକ ଶୋଭାଯାତ୍ରାରେ ଗ୍ରୀନବାଡ଼ି ବାସୀ ଥାନା ଅଧିକାରୀଙ୍କ ସମେତ ଅନ୍ୟ ଅଧିକାରୀଙ୍କୁ ତାଙ୍କ ସରକାରୀ ବାସଭବନରୁ ଫୁଲଚନ୍ଦନ ଦେଇ ନୂତନ ବସ୍ତ୍ର ପିନ୍ଧିବାକୁ ଦେଇ ସ୍ବାଗତ କରି ଥାନା ପରିସର ମଧ୍ୟରେ କରାଯାଇଥିବା ପୂଜା ମଣ୍ଡପକୁ ନେଇ ଆସିଥାନ୍ତି ା ସେହିପରି ଆଇଆଇସି କୌଶିକ ମାଝୀ, ସବଇନ୍ସପେକ୍ଟର ଗୋପାଳକୃଷ୍ଣ ଆଗୁପାତ୍ର, ସୌମ୍ୟରଜଂନ ଜେନା ଏବଂ ଏଏସଆଇ ଆର.ଭିମୋରାଓ ରେଡ୍ଡିଙ୍କୁ ଗ୍ରୀନବାଡ଼ିବାସୀ ଶୋଭାଯାତ୍ରାରେ ତାଙ୍କୁ ତାଙ୍କ ବାସଭବନରୁ ପୂଜା ମଣ୍ଡପ ପର୍ଯ୍ୟନ୍ତ ଆଣିଥିଲେ। ପରେ ସେଠାରୁ ବିରାଟ ଶେଭାଯାତ୍ରାରେ ଗ୍ରୀନବାଡ଼ିବାସୀଙ୍କ ସହ ଥାନା ଅଧିକାରୀ ମାଝୀ ଓ ଅନ୍ୟ କର୍ମଚାରୀମାନେ ଜଳତୁଠକୁ ଯାଇ ଗଙ୍ଗା ପୂଜା କରି କଳସରେ ପାଣି ଉଠାଇ ପୁଜାମଣ୍ଡପକୁ ନେଇ ଆସିଥିଲେ। ସେଠାରେ ମା’ ଦୁର୍ଗାଙ୍କୁ ପୁଜାର୍ଚ୍ଚନା କରାଯିବା ସହ ଗ୍ରୀନବାଡ଼ି ବାସୀ ଆଣିଥିବା ମହୁଲୀମଦ ଏବଂ ଛେଳିକୁ ପୂଜା କରାଯାଇଥିଲା। ଛେଳିକୁ ବଳି ପୁଜା କରାଯାଉଥିଲା କିନ୍ତୁ ପର୍ଯ୍ୟାୟ କ୍ରମେ ଜନସଚେତନ ହେବା ପରେ ଏବେ କାକୁଡ଼ି କିମ୍ବା କଖାରୁ ବଳି ଚଢ଼ାଯାଇଥିଲା ବୋଲି ମୁଖ୍ୟପୂଜକ ବୁଲୁ ତ୍ରୀପାଠି କହିଛନ୍ତି। ଏଭଳି ପରମ୍ପରାକୁ ଦେଶ ସ୍ବାଧିନତା ପୂର୍ବରୁ ଶତାଧିକ ବର୍ଷ ହେଲା ଚାଲିଆସିଛି ତତ୍କାଳ ଥାନା ଅଧିକାରୀ ମା’ପାଟଖଣ୍ଡାଙ୍କ ପୂଜାର୍ଚ୍ଚନା ସହ ଏହି ପରମ୍ପରାକୁ ଆରମ୍ଭ କରିଥିବା ଗ୍ରୀନବାଡ଼ି ଗ୍ରାମର ସଂସ୍କୃତିପ୍ରେମୀ ତଥା କବି ବିଦେଶୀ ନାୟକ କହିଛନ୍ତିା