ଥାନାରେ ପଡ଼ି ରହିଛି କୋହଲିଙ୍କ ପ୍ରଥମ ଅଡି କାର

ନୂଆଦିଲ୍ଲୀ, ୧୨।୧୨- ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ନିକଟରେ ବହୁ ବିଳାଶପୂର୍ଣ୍ଣ କାର ରହିଛି। ସେ ଅଡି ଇଣ୍ଡିଆର ଜଣେ ବ୍ରାଣ୍ଡ ଆମ୍ବାସାଡର ମଧ୍ୟ। ପ୍ରତ୍ୟେକ ବର୍ଷ ମାର୍କେଟରେ ଲଞ୍ଚ ହେଉଥିବା କାରକୁ କିଣନ୍ତି କୋହଲି। ତେବେ ତାଙ୍କର ପ୍ରଥମ ଅଡି କାର ମୁମ୍ବାଇ ଥାନାରେ ପଡ଼ି ରହିଛି। ଏହାର କାରଣ କ’ଣ ଜାଣିଛନ୍ତି?

୨୦୧୨ରେ ଅଡି ଇଣ୍ଡିଆ ନୂଆ ଆର୮ ମଡେଲ ଲଞ୍ଚ କରିଥିଲା। ଏହା ଥିଲା କୋହଲିଙ୍କ ପ୍ରଥମ ଅଡି କାର। ଏହାକୁ ବ୍ରୋକର ଜରିଆରେ ୨୦୧୬ରେ ସାଗର ଠାକ୍କର ନାମକ ଜଣେ ବ୍ୟକ୍ତିଙ୍କୁ ବିକିଥିଲେ। ପରେ ସେକେଣ୍ଡ ହ୍ୟାଣ୍ଡ କାର କିଣିଥିବା ସାଗର ଏକ ସ୍କାମରେ ଜଡ଼ିତ ଥିବା ଜଣାପଡ଼ିବା ପରେ ପୋଲିସ ଉକ୍ତ ଅଡି କାରଙ୍କୁ ଜବତ କରିଥିଲା। ଏବେ ଉକ୍ତ ଅଡି ଆର୮ ମୁମ୍ବାଇ ପୋଲିସ ଗ୍ରାଉଣ୍ଡରେ ପାର୍କ ହୋଇ ରହିଛି।

Share