Categories: ଖେଳ

ଥାଇଲାଣ୍ଡ ପାରା ବ୍ୟାଡ୍‌ମିଣ୍ଟନ: ପ୍ରମୋଦ ସିଙ୍ଗଲ୍ସ, ଡବଲ୍ସ କ୍ୱାର୍ଟରରେ

ଭୁବନେଶ୍ୱର, ୧୯।୯(କ୍ରୀଡ଼ା ପ୍ରତିନିଧି)- ବ୍ୟାଙ୍କକ୍‌ର ହୁଆମାର୍କ ଇନ୍‌ଡୋର ଷ୍ଟାଡିୟମରେ ଚାଲିଥିବା ଥାଇଲାଣ୍ଡ ଅନ୍ତର୍ଜାତୀୟ ପାରା ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌ର ଉଭୟ ପୁରୁଷ ସିଙ୍ଗଲ୍ସ ଓ ଡବଲ୍ସ କ୍ୱାର୍ଟର ଫାଇନାଲରେ ଓଡ଼ିଶାର ପ୍ରମୋଦ ଭଗତ ପ୍ରବେଶ କରିଛନ୍ତି। ପ୍ରତିଯୋଗିତାର ତୃତୀୟ ଦିବସରେ ବୁଧବାର ଅନୁଷ୍ଠିତ ପ୍ରି-କ୍ୱାର୍ଟର ଫାଇନାଲରେ ପ୍ରମୋଦ ମାଲେସିଆର ହୁଜାରୀ ଅବଦୁଲ ମାଲିକଙ୍କୁ ୨୧-୧୮, ୧୯-୨୧,୨୧-୧୫ ପଏଣ୍ଟରେ ପରାସ୍ତ କରିଛନ୍ତି। ରାଉଣ୍ଡ-୨ରେ ସେ ୟୁଏଇ(ୟୁନାଇଟେଡ ଆରବ ଏମିରେଟ୍ସ)ର ଫିରୋଜ ଶାହାଙ୍କୁ ୨୧-୧୨, ୨୧-୧୪ରେ ହରାଇ ଦେଇଥିଲେ। ଡବଲ୍ସରେ ମନୋଜ ସରକାରଙ୍କୁ ସାଥିକରି ଖେଳୁଥିବା ପ୍ରମୋଦ ଅଷ୍ଟ୍ରେଲିଆ ଯୋଡ଼ି ବୋଗନର ହେଡେନ ଓ ସୋନବନ୍‌ଙ୍କୁ ୨୧-୭, ୨୧-୯ରେ ହରାଇ କ୍ୱାର୍ଟର ଫାଇନାଲରେ ପହଞ୍ଚତ୍ଛନ୍ତି। ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ଅନ୍ୟତମ ଓଡ଼ିଆ ଖେଳାଳି ଦୀପ ରଞ୍ଜନ ବିଶୋଇ ଓ ଦିଲେଶ୍ୱର ରାଓ ଡବଲ୍ସର ରାଉଣ୍ଡ-୨ରେ ହାରି ଯାଇଛନ୍ତି। ସେହିପରି ସିଙ୍ଗଲ୍ସରେ ଦୀପ ରଞ୍ଜନ ରାଉଣ୍ଡ-୨ରେ ଏବଂ ଦିଲେଶ୍ୱର ପ୍ରି-କ୍ୱାର୍ଟରରେ ହାରି ବିଦାୟ ନେଇଛନ୍ତି।

Share