Posted inଖେଳ

ଥାଇଲାଣ୍ଡ ଅନ୍ତର୍ଜାତୀୟ ପାରା ବ୍ୟାଡ୍‌ମିଣ୍ଟନ:ପ୍ରମୋଦଙ୍କୁ ୨ ରୌପ୍ୟ ପଦକ

ଭୁବନେଶ୍ୱର, ୨୨।୯(କ୍ରୀଡ଼ା ପ୍ରତିନିଧି)-
ବ୍ୟାଙ୍କକ୍‌ଠାରେ ଶନିବାର ଶେଷ ହୋଇଥିବା ଥାଇଲାଣ୍ଡ ଅନ୍ତର୍ଜାତୀୟ ପାରା ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟରେ ଓଡ଼ିଶାର ପ୍ରମୋଦ ୨ଟି ରୌପ୍ୟ ପଦକ ପାଇଛନ୍ତି। ସିଙ୍ଗଲ୍ସ ଫାଇନାଲରେ ସେ ଅନ୍ୟତମ ଭାରତୀୟ ଖେଳାଳି ତଥା ତାଙ୍କ ଡବଲ୍ସ ପାର୍ଟନର ମନୋଜ ସରକାରଙ୍କ ବିପକ୍ଷ ମ୍ୟାଚ ଅଧାରୁ ଓହରି ଯାଇଥିଲେ। ପାଦରେ ଆଘାତ ଯୋଗୁ ସେ ୯-୧୧ରେ ପଛୁଆ ଥିବାବେଳେ ରିଟାୟର୍ଡ ହେବାକୁ ପସନ୍ଦ କରିଥିଲେ। ପୂର୍ବରୁ ଅନୁଷ୍ଠିତ ଡବଲ୍ସ ଫାଇନାଲରେ ପ୍ରମୋଦ-ମନୋଜ ଯୋଡ଼ି ଥାଇଲାଣ୍ଡର ମଙ୍ଗ୍‌ଖୋନ୍‌ ବୁନ୍‌ସୁନ ଏବଂ ସିରିପଙ୍ଗ ଟିମାରୋମ୍‌ ଯୋଡ଼ିଙ୍କଠାରୁ ୧୬-୨୧, ୨୧-୮, ୧୪-୨୧ ପଏଣ୍ଟରେ ପରାସ୍ତ ହୋଇଥିଲେ। ”ଆହତ ସମସ୍ୟା ଯୋଗୁ ମୁଁ ରିସ୍କ ନେବାକୁ ଚାହିଁଲିନାହିଁ। ତେଣୁ ମନୋଜଙ୍କ ବିପକ୍ଷ ସିଙ୍ଗଲ୍ସ ଫାଇନାଲ ଅଧାରୁ ଓହରି ଯାଇଥିଲି। ତେଣୁ ରୌପ୍ୟ ପଦକ ପାଇ ମନରେ ଦୁଃଖ ନାହିଁ। ୩ ଦିନପରେ ଚାଇନା ଅନ୍ତର୍ଜାତୀୟ ପାରା ବ୍ୟାଡ୍‌ମିଣ୍ଟନ ଆରମ୍ଭ ହେବ। ତେଣୁ ବିଶ୍ରାମ ନେଇ ଚଳିତମାସ ୨୪ରୁ ୨୯ ପର୍ଯ୍ୟନ୍ତ ହେବାକୁଥିବା ଏହି ପ୍ରତିଯୋଗିତାରେ ଭଲ ପ୍ରଦର୍ଶନ କରିବାକୁ ଆଶା ରଖିଛି“ ବୋଲି ପ୍ରମୋଦ ପ୍ରକାଶ କରିଛନ୍ତି। ପ୍ରମୋଦ ଏଠାରେ ରୌପ୍ୟ ପଦକରେ ସନ୍ତୁଷ୍ଟ ହୋଇଥିଲେ ହେଁ ଟୋକିଓ ଅଲିମ୍ପିକ୍ସ ଆଶା ଉଜ୍ଜୀବିତ ରହିଛି। କାରଣ ନିକଟ ଅତୀତରେ ଅନୁଷ୍ଠିତ ଅନ୍ତର୍ଜାତୀୟ ମ୍ୟାଚ ଗୁଡ଼ିକରେ ଭଲ ପ୍ରଦର୍ଶନ କରିଥିବାରୁ ତାଙ୍କର ପଏଣ୍ଟ ସଂଖ୍ୟା ୫୫୩୦ରେ ପହଞ୍ଚତ୍ଛି। ଯାହାକି ଅନ୍ୟ ପ୍ରତିଯୋଗୀଙ୍କଠାରୁ ସର୍ବାଧିକ। ଡାନିଏଲ ବେଥେଲ ୫୪୧୦, ମନୋଜ ସରକାର ୨୫୭୦, ଦାଇଶୁକେ ଫୁଜିହାରା ୨୪୮୦, ଉକୁନ ରୁକେଣ୍ଡି ୨୨୧୦ ଓ ବିକ୍ରମ କୁମାର ୧୪୭୦ ପଏଣ୍ଟ ସହିତ ଯଥାକ୍ରମେ ୨ୟରୁ ୬ଷ୍ଠ ସ୍ଥାନରେ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଟି୨୦ ବିଶ୍ୱକପ୍‌: ଅଷ୍ଟ୍ରେଲିଆ ଦଳରେ ସ୍ପିନରଙ୍କୁ ପ୍ରାଧାନ୍ୟ

ମେଲବୋର୍ନ,୧ା୧: ଶ୍ରୀଲଙ୍କା ଏବଂ ଭାରତରେ ହେବାକୁଥିବା ଟି୨୦ କ୍ରିକେଟ ବିଶ୍ୱକପ୍‌ ପାଇଁ ଅଷ୍ଟ୍ରେଲିଆ ଚୟନକର୍ତ୍ତା ଏକ ୧୫ଜଣିଆ ଦଳ ଘୋଷଣା କରିଛନ୍ତି। ଦଳରେ ସ୍ପିନରଙ୍କୁ ପ୍ରାଧାନ୍ୟ...

ଅବସର ନେବେ ଉସମାନ ଖ୍ବାଜା? ପଞ୍ଚମ ଟେଷ୍ଟ ପୂର୍ବରୁ କରିବେ ପ୍ରେସ କନଫରେନ୍ସ

ସିଡ଼ନୀ,୧।୧: ତାଙ୍କ ଟେଷ୍ଟ ଭବିଷ୍ୟତକୁ ନେଇ କଳ୍ପନାଜଳ୍ପନା ମଧ୍ୟରେ, ଅଷ୍ଟ୍ରେଲିୟ ଓପନର ଉସମାନ ଖ୍ବାଜା ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ପଞ୍ଚମ ଆଶେସ ଟେଷ୍ଟ ପୂର୍ବରୁ ଏକ...

ଏହିଦିନ ଫେରିବେ Shubman Gill, T-20 ବିଶ୍ୱକପରୁ ବାହାର ହେବା ପରେ ଏହି ଦଳ ବିପକ୍ଷରେ ଖେଳିବେ…

ନୂଆଦିଲ୍ଲୀ,୧।୧: ୨୦୨୬ ଟି୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ନିକଟରେ ଘୋଷଣା କରାଯାଇଥିଲା। ଖରାପ ଫର୍ମ ଏବଂ ଆଘାତ ସହିତ ସଂଘର୍ଷ କରୁଥିବା ଶୁବମନ ଗିଲଙ୍କୁ...

ନୂଆବର୍ଷରେ ଭାଇରାଲ ହେଲା ସ୍ମୃତି ମନ୍ଧାନାଙ୍କ ପୋଷ୍ଟ, ଗୋଟିଏ ଧାଡିରେ ଲେଖିଦେଲେ ମନର କଥା

ନୂଆଦିଲ୍ଲୀ,୧।୧: ଭାରତୀୟ ମହିଳା କ୍ରିକେଟ ଦଳର ତାରକା ସ୍ମୃତି ମନ୍ଧାନାଙ୍କ ପାଇଁ ୨୦୨୫ ବର୍ଷ ଏକ ରୋଲରକୋଷ୍ଟର ଯାତ୍ରାଠାରୁ କମ ନଥିଲା। କ୍ରିକେଟ କ୍ଷେତ୍ରରେ ମନ୍ଧାନା...

ଟି-୨୦ ବିଶ୍ୱକପ ପାଇଁ ଶକ୍ତିଶାଳୀ ଦଳ ଘୋଷଣା କଲା ଅଷ୍ଟ୍ରେଲିଆ: ଟିମରେ ଧୁରନ୍ଧର ଖେଳାଳିଙ୍କ ଏଣ୍ଟ୍ରି

ନୂଆଦିଲ୍ଲୀ,୧।୧: ଅଷ୍ଟ୍ରେଲିଆ ୨୦୨୬ର ଆଇସିସି ପୁରୁଷ ଟି୨୦ ବିଶ୍ୱକପ ପାଇଁ ମିଚେଲ ମାର୍ଶଙ୍କ ନେତୃତ୍ୱରେ ୧୫ ଜଣିଆ ଦଳ ଘୋଷଣା କରିଛି। ସ୍ପିନର ମାଥ୍ୟୁ କୁହନେମାନ,...

୨୦୨୬ରେ ଅବସର ନେବେ ଏହି ୫ କ୍ରିକେଟର ! ଲିଷ୍ଟରେ ଅଛି ଚକିତ କଲା ଭଳି ନାଁ

ନୂଆଦିଲ୍ଲୀ,୧।୧: ସମଗ୍ର ବିଶ୍ୱ ଏକ ନୂତନ ବର୍ଷରେ ପ୍ରବେଶ କରିବାକୁ ଯାଉଛି। ୨୦୨ ମସିହାରେ କ୍ରିକେଟ ଜଗତରେ ପ୍ରମୁଖ ଟୁର୍ନାମେଣ୍ଟ ଦେଖିବାକୁ ମିଳିଥିଲା, ଯେପରିକି ଚାମ୍ପିଅନ୍ସ...

ହାତରେ ମଦ ବୋତଲ ଧରି ବୁଲୁଛନ୍ତି ତେନ୍ଦୁଲକରଙ୍କ ଝିଅ ସାରା, ଭିଡିଓ ଭାଇରାଲ୍

ଗୋଆ,୩୧ା୧୨: କ୍ରିକେଟ୍ ଦୁନିଆର ମହାନ ଖେଳାଳି ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ଏବେ ଚର୍ଚ୍ଚାରେ। ନିକଟରେ ସାରାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri