ଥାଇଲାଣ୍ଡରେ ପ୍ରବାସୀ ଭାରତୀୟଙ୍କୁ ମୋଦିଙ୍କ ଉଦ୍‌ବୋଧନ: ଆତଙ୍କବାଦର ମୂଳକୁ ଛେଦିଛି ଭାରତ

ବ୍ୟାଙ୍କକ୍‌,୩ା୧୧(ପି.ଟି.): ଆତଙ୍କବାଦ ଓ ବିଚ୍ଛିନ୍ନତାବାଦର ମୂଳ କାରଣ ଥିଲା ଜମ୍ମୁ-କଶ୍ମୀରରେ ଦୀର୍ଘଦିନ ଧରି ଲାଗୁ ହୋଇଥିବା ସମ୍ବିଧାନର ଅନୁଚ୍ଛେଦ ୩୭୦। ଏହି ଅନୁଚ୍ଛେଦକୁ ଉଚ୍ଛେଦ କରିବା ଫଳରେ ଆତଙ୍କବାଦର ମୂଳକୁ ଛେଦନ କରାଯାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଠାରେ ପ୍ରବାସୀ ଭାରତୀୟଙ୍କୁ ଉଦ୍‌ବୋଧନ ଦେଇ କହିଛନ୍ତି। ଆମେ ଉତ୍ତରପୂର୍ବ ଭାରତର ବିକାଶ କରୁଛୁ। ଏହା ଦକ୍ଷିଣପୂର୍ବ ଏସିଆର ପ୍ରବେଶ ଦ୍ୱାର ହେବ ବୋଲି ମୋଦି କହିଥିଲେ। ଯେତେବେଳେ ନିଷ୍ପତ୍ତି ଠିକ୍‌, ଏହାର ସ୍ବର ସାରା ବିଶ୍ୱରେ ପ୍ରତିଧ୍ୱନିତ ହୋଇଥାଏ। ଥାଇଲାଣ୍ଡରେ ମଧ୍ୟ ସେ ଏହାକୁ ଶୁଣିପାରୁଥିବା ‘ସାଓ୍ବାସଦି ପିଏମ୍‌ ମୋଦି’ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି। ଅନୁଚ୍ଛେଦ ୩୭୦ ଉଚ୍ଛେଦ ସମ୍ପର୍କରେ ସେ କହିବା ବେଳେ ଉପସ୍ଥିତ ଶ୍ରୋତାମାନେ ଛିଡ଼ାହୋଇ ଏହାକୁ ସ୍ବୀକୃତି ଜଣାଇଥିଲେ। ଭାରତ ଓ ଥାଇଲାଣ୍ଡ ମଧ୍ୟରେ ସମ୍ପର୍କ ଅଧିକ ଦୃଢ଼ୀଭୂତ ହେଉଛି ବୋଲି ମୋଦି କହିଥିଲେ। ଭାରତର ନୀତି ଆଦର୍ଶର ମୂଲ୍ୟବୋଧ ସାରା ବିଶ୍ୱରେ ଅନୁଭୂତ ହୋଇଛି। ଥାଇଲାଣ୍ଡ ଆସି ସେ ଏଠାରେ ଭାରତୀୟତା ଅନୁଭବ କରୁଛନ୍ତି। ରାଣୀ ମହା ଚକ୍ରି ସିରିନ୍ଧୋର୍ନ ଜଣେ ସଂସ୍କୃତ ପଣ୍ଡିତ, ଯାହାଙ୍କର ଭାରତ ସହ ଘନିଷ୍ଠ ସମ୍ପର୍କ ଥିଲା ବୋଲି ବ୍ୟାଙ୍କକ୍‌ରେ ପ୍ରବାସୀ ଭାରତୀୟମାନଙ୍କ ସହ ଆଲୋଚନା ବେଳେ ପ୍ରଧାନମନ୍ତ୍ରୀ କହିଥିଲେ।
ଆସିଆନ୍‌-ଇଣ୍ଡିଆ ସମ୍ମିଳନୀରେ ଯୋଗଦେବା ଲାଗି ୩ ଦିନିଆ ଥାଇଲାଣ୍ଡ ଗସ୍ତରେ ଯାଇଥିବା ପ୍ରଧାନମନ୍ତ୍ରୀ ୧୬ ଏସିଆ-ପ୍ରଶାନ୍ତ ମହାସାଗରୀୟ ଦେଶ ସହ ମୁକ୍ତ ବାଣିଜ୍ୟ ଚୁକ୍ତିନାମା (ଆର୍‌ସିଇପି) ସମ୍ପର୍କରେ ଆଲୋଚନା କରିବେ।

Share