ଥାଇରଏଡ୍‌ ସମସ୍ୟାରୁ ଦୂରେଇ ରଖେ ଏସବୁ ଯୋଗାସନ…

ନୂଆଦିଲ୍ଲୀ: କେତେକ କାରଣରୁ କିଛି ଲୋକଙ୍କଠାରେ ଥାଇରଏଡ୍‌ ସମସ୍ୟା ଦେଖାଦେଇଥାଏ। ଏଭଳି ସମସ୍ୟାରେ ଗଳାରେ ଥିବା ଥାଇରଏଡ୍‌ ଗ୍ଲାଣ୍ଡ୍‌କୁ ସ୍ବାଭାବିକ ଭାବେ କାର୍ଯ୍ୟ କରାଇବା ଲାଗି କେତେକ ଯୋଗାସନ କଲେ ସୁଫଳ ମିଳିଥାଏ। ଏହି ସମସ୍ୟାରେ ସେତୁବନ୍ଧାସନ କଲେ ଗଳାର ମାଂସପେଶୀରେ ଚାପ ପଡ଼ି ଥାଇରଏଡ୍‌ ଗ୍ଲାଣ୍ଡ୍‌ ନିୟନ୍ତ୍ରିତ ହୋଇପାରିଥାଏ। ଏହି ଆସନ ଦ୍ୱାରା ମନ ଶାନ୍ତ ରହିବା ସହିତ ବିସାଦ ଭାବନା ଦୂର ହୋଇଥାଏ। ପାଚନ କ୍ରିୟା ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ିଥାଏ। ସେହିପରି ଭୁଜଙ୍ଗାସନ, ସର୍ବାଙ୍ଗାସନ, ମତ୍ସ୍ୟାସନ କରିବା ଦ୍ୱାରା ମଧ୍ୟ ଥାଇରଏଡ୍‌ ଗ୍ଲାଣ୍ଡ୍‌ ଉପରେ ସକାରାତ୍ମକ ପ୍ରଭାବ ପଡ଼ିଥାଏ। ଏସବୁ ଆସନ ସହିତ ସକାଳେ ଓ ସନ୍ଧ୍ୟାରେ କିଛି ସମୟ ଧ୍ୟାନ ଏବଂ ପ୍ରାଣାୟମ କଲେ ମଧ୍ୟ ଥାଇରଏଡ୍‌ ସମସ୍ୟାରୁ ମୁକ୍ତି ମିଳିଥାଏ ବୋଲି ଚିକିତ୍ସକ ପରାମର୍ଶ ଦେଇଥାନ୍ତିି।