ଥାଇରଏଡ୍‌ ଓ କର୍କଟ ରୋଗକୁ ନିୟନ୍ତ୍ରଣରେ ରଖିଥାଏ ପଣସ

ପଣସରେ ଭିଟାମିନ ଏ, ସି, ଥାଇମିନ, ପୋଟାସିୟମ, କ୍ୟାଲସିୟମ, ଆଇରନ, ଫଲିକ ଏସିଡ ଓ ମ୍ୟାଗ୍ନେସିୟମ ଭଳି ଅନେକ ପୌଷ୍ଟିକ ଗୁଣ ରହିଥାଏ। ଯାହା ଶରୀରର ଅନେକ ସମସ୍ୟାକୁ ଦୂର କରିଥାଏ ।
*ଯେଉଁ ଲୋକମାନଙ୍କର ଥାଇରଏଡର ସମସ୍ୟା ରହିଛି ସେମାନଙ୍କ ପାଇଁ ପଣସ କୌଣସି ଔଷଧଠାରୁ କମ୍‌ ନୁହେଁ। ଏଥିରେ ଥିବା ପୋଷକ ତତ୍ତ୍ୱ ଥାଇରଏଡ୍‌କୁ ନିୟନ୍ତ୍ରଣରେ ରଖିଥାଏ।
*ଓଜନ କମାଇବା ପାଇଁ ପଣସ ମଞ୍ଜି ଖାଇବା ଆରମ୍ଭ କରନ୍ତୁ। ଏଥିରେ କ୍ୟାଲୋରୀର ପରିମାଣ ଖୁବ କମ୍‌ ମାତ୍ରା ରହିଥାଏ ଏବଂ ଏହା ଭୋକକୁ ମଧ୍ୟ ନିୟନ୍ତ୍ରଣରେ ରଖିଥାଏ, ଯାହା ଓଜନକୁ କମ୍‌ କରିବାରେ ସହାୟକ ହୋଇଥାଏ ।
*ପଣସ ମଞ୍ଜିରେ ଆଇରନର ମାତ୍ରା ଭରପୂର ରହିଥାଏ। ଏହାକୁ ଖାଇବା ଦ୍ୱାରା ଶରୀରରେ ହିମୋଗ୍ଲୋବିନର ମାତ୍ରା ବଢ଼ିଥାଏ । ଯଦି ଆପଣଙ୍କ ଶରୀରରେ ରକ୍ତର ଅଭାବ ରହିଛି, ତେବେ ପଣସର ମଞ୍ଜି ଖାଇବା ଆରମ୍ଭ କରନ୍ତୁ ।
* ପଣସ ମଞ୍ଜିରେ ଆଣ୍ଟି-ଅକ୍ସିଡାଣ୍ଟର ମାତ୍ରା ଅଧିକ ପରିମାଣରେ ରହିଥାଏ। ଏଥିରେ ଥିବା ପୋଷକ ତତ୍ତ୍ୱ ଶରୀରର କୋଷିକାକୁ ଭାଙ୍ଗିବାରୁ ରୋକିଥାଏ। ଏଥିସହ ଏହା କର୍କଟ ରୋଗ ହେବାରୁ ମଧ୍ୟ ରକ୍ଷା କରିଥାଏ ।