Categories: ଅନୁଗୋଳ

ଥର୍ମାଲ ଡିଏଭି ସ୍କୁଲରେ ତାଲା ପକାଇଲେ ଅଭିଭାବକ

ତାଳଚେର, ୨୮ା୬(ନି.ପ୍ର.) : ତାଳଚେର ଥର୍ମାଲ ସ୍ଥିତ ଡିଏଭି ସ୍କୁଲରେ ଅଭିଭାବକ ସଂଘ ପକ୍ଷରୁ ୩ ଦଫା ଦାବି ନେଇ ତାଲା ପକାଇ ଦିଆଯାଇଛି। ଅଧ୍ୟକ୍ଷଙ୍କ ବଦଳି, ବର୍ଦ୍ଧିତ ସ୍କୁଲ ଫି’ ପ୍ରତ୍ୟାହାର, ଅଭିଭାବକମାନଙ୍କ ଅଭିଯୋଗଗୁଡିକର ପ୍ରତିକାର ଅନ୍ତର୍ଭୁକ୍ତ। ସଭାପତି ସଂଜୀବ ପଟ୍ଟନାୟକ, ସମ୍ପାଦକ ବିସ୍ମୟ ଦାସଙ୍କ ନେତୃତ୍ୱରେ ଆନ୍ଦୋଳନ ଚାଲିଛ। ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ପ୍ରତି ନଜର ରଖିଛି।