Categories: ଜାତୀୟ

ଥରିଲା ହିମାଚଳ ପ୍ରଦେଶ

ଶିମ୍‌ଲା,୬।୧: ହିମାଚଳ ପ୍ରଦେଶର ଶିମ୍‌ଲାରେ ସୋମବାର ସକାଳେ ଏକ ମୃଦୁ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ଥିଲା ୩.୬। ଏହା ମୃଦୁ ଭୂକମ୍ପ ହୋଇଥିବାରୁ ଅଧିକାଂଶ ଲୋକେ ଏହାକୁ ଅନୁଭବ କରି ପାରି ନ ଥିବା କହିଛନ୍ତି। ଏଥିରେ କୌଣସି କ୍ଷୟକ୍ଷତି ହୋଇନାହିଁ। ସୂଚନାଯୋଗ୍ୟ, ଜାନୁୟାରୀ ୩ରେ ମଧ୍ୟ ଲାହୋଲ-ସ୍ପିଟିରେ ଏକ ମୃଦୁ ଭୂକମ୍ପ ଅନୁଭୂତ ହୋଇଥିଲା। ଏବେ ହିମାଚଳ ପ୍ରଦେଶରେ ତୁଷାରପାତ ହେଉଥିବା ବେଳେ ଅଧିକାଂଶ ସମୟରେ ଭୂକମ୍ପ ଅନୁଭୂତ ହେବାରୁ ହୀମସ୍ଖଳନର ଆଶଙ୍କା କରାଯାଉଛି।

Share