ଥରିଲା ଚାଇନା

ବେଜିଂ, ୧୬।୯: ଚାଇନାର ସିଚୁଆନ୍‌ ପ୍ରଦେଶରେ ଗୁରୁବାର ମଧ୍ୟମ ଧରଣର ଭୂକମ୍ପ ଅନୁଭୂତ ହୋଇଛି। ଏଥିରେ ୩ ଜଣଙ୍କ ମୃତ୍ୟୁ ହେବା ସହ ୬୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ଚୋଙ୍ଗକିଙ୍ଗ ସହରଠାରୁ ଦକ୍ଷିଣ-ପଶ୍ଚିମ ଦିଗରେ୧୨୦ କି.ମି ଦୂର ଓ ୧୦ କି.ମି ଗଭୀରରେ ଭୂକମ୍ପର କେନ୍ଦ୍ରସ୍ଥଳ। ଆମେରିକା ଭୂତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା ଅନୁଯାୟୀ ଭୂକମ୍ପର ତୀବ୍ରତା ୫.୪ ଥିବାବେଳେ ଚାଇନା ଆର୍ଥକ୍ୱେକ୍‌ ନେଟ୍‌ଓ୍ବର୍କସ ସେଣ୍ଟର ଆକଳନରେ ଏହା ୬.୦ ବୋଲି କୁହାଯାଉଛି। ଏହାର ପ୍ରଭାବରେ ଲୁକ୍ସିଆନ୍‌ କାଉଣ୍ଟିରେ ୨୨ଟି ଘର ଭୁଶୁଡ଼ି ପଡ଼ିଛି।

Share