ଥରିଲା ଆଫଗାନିସ୍ତାନ ଓ ତାଇଓ୍ବାନ

କାବୁଲ/ତାଇପେଇ,୮।୮: ଆଫଗାନିସ୍ତାନ ଓ ତାଇଓ୍ବାନରେ ଗୁରୁବାର ଭୂକମ୍ପ ଅନୁଭୁତ ହୋଇଛି। ସକାଳ ୬ଟା ୧୫ରେ ଆଫଗାନିସ୍ତାନର ହିନ୍ଦୁକୁଶ ଅଞ୍ଚଳରେ ଭୂକମ୍ପ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୯ ଥିବା ଆମେରିକା ଭୂବିଜ୍ଞାନ ସଂସ୍ଥା ପକ୍ଷରୁ କୁହାଯାଇଛି। ପୂର୍ବ ଫାରଖାର ଅଞ୍ଚଳଠାରୁ ୧୭ କିଲୋମିଟର ଦୂରରେ ଭୂଗର୍ଭର ୨୨୨.୧ କିଲୋମିଟର ତଳେ ଭୂକମ୍ପର କେନ୍ଦ୍ର ଥିବା ଅନୁମାନ କରାଯାଉଛି। ସେହିପରି ଉତ୍ତର-ପୂର୍ବ ତାଇଓ୍ବାନରେ ଭୋର୍‌ ୫ଟା ୩୦ରେ ଭୂକମ୍ପ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୮ ଥିବା ଆମେରିକା ଭୂବିଜ୍ଞାନ ସଂସ୍ଥା କହିଛି। ସାଉଓ ସହରର ଦକ୍ଷିଣ-ପୂର୍ବ ଅଞ୍ଚଳଠାରୁ ୧୬ କିଲୋମିଟର ଦୂର ତଥା ଭୂଗର୍ଭର ୧୦ କିଲୋମିଟର ତଳେ ଭୂକମ୍ପର କେନ୍ଦ୍ର ଥିବା ଅନୁମାନ କରାଯାଉଛି।

Share