Posted inକଟକ

ଥମୁନି ପ୍ରବାସୀଙ୍କ ଅସୁରକ୍ଷିତ ଯାତ୍ରା: ମାଲ୍‌ ବୋଝେଇ ଟ୍ରକ୍‌ରେ ଯାଉଛନ୍ତି ଶ୍ରମିକ

କଟକ ଅଫିସ,୧୭ା୫-ଲକ୍‌ଡାଉନ ସମୟରେ ଓଡ଼ିଶାକୁ ଫେରୁଥିବା ପ୍ରବାସୀ ତଥା ଅତିଥି ଶ୍ରମିକଙ୍କ ନିରାପଦ ଯାତ୍ରା ପାଇଁ ରାଜ୍ୟ ସରକାର ନିରବଚ୍ଛିନ୍ନ ବସ୍‌ ସେବା ଯୋଗାଇବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ଏହା ସତ୍ତ୍ୱେ ଥମୁନି ପ୍ରବାସୀଙ୍କ ଅସୁରକ୍ଷିତ ଯାତ୍ରା ା ଶନିବାର ସନ୍ଧ୍ୟାବେଳେ ମହାରାଷ୍ଟ୍ରରୁ ୯ ଜଣ ପ୍ରବାସୀ ଅସୁରକ୍ଷିତ ଅବସ୍ଥାରେ ଏକ ମାଲ ବୋଝେଇ ଟ୍ରକ୍‌ ଉପରେ ବସି ବାଲେଶ୍ୱର ଅଭିମୁଖେ ଯାଉଥିବା ଦେଖିବାକୁ ମିଳିଛି। ଗାଡ଼ିରେ ଅଧିକ ଉଚ୍ଚ ଯାଏ ମାଲ୍‌ ବୋଝେଇ ହୋଇଥିବାରୁ କେତେବେଳେ ଗଛରେ ଟ୍ରକର ଉପରଭାଗ ଘଷି ହେଉଥିଲା ତ ଆଉ କେତେବେଳେ ବିଦ୍ୟୁତ ତାରର ଅତି ପାଖକୁ ଛୁଇଁଲା ପରି ସ୍ଥିତି ଉପୁଜିଥିଲା। ଟ୍ରକ୍‌ଟି କଟକ ଲିଙ୍କରୋଡରେ ପହଞ୍ଚତ୍ବା ପରେ ସେଠାରେ ଡ୍ୟୁଟିରେ ଥିବା କେତେକ ପୋଲିସ ଅଧିକାରୀ ଅଟକାଇଥିଲେ ା ଏହା ଦେଖି ଲୋକେ ଭାବିଲେ ଯେ ପୋଲିସ ଏହି ଶ୍ରମିକଙ୍କୁ ଏଠାରୁ ଓହ୍ଲାଇଦେଇ ସେମାନଙ୍କ ନିରାପଦ ଯାତ୍ରା ପାଇଁ ବସ୍‌ ବ୍ୟବସ୍ଥା କରାଇବ ା କିନ୍ତୁ ପୋଲିସ ତାହା ନ କରି ପୂର୍ବରୁ ସେଠାରେ ଗାଡ଼ି ଅପେକ୍ଷାରେ ଥିବା ଆଉ ପ୍ରାୟ ୫ ଜଣ ଶ୍ରମିକଙ୍କୁ ନେଇଯିବା ପାଇଁ ଡ୍ରାଇଭରଙ୍କୁ ପଚାରି ବୁଝିଥିଲା। କିନ୍ତୁ ଗାଡ଼ିଟି ବାଲେଶ୍ୱର ପଟକୁ ଯାଉଥିବା ବେଳେ ଅପେକ୍ଷାରେ ଥିବା ଶ୍ରମିକମାନେ ଅନ୍ୟତ୍ର ଯିବାର ଥିଲା। ତେଣୁ ଟ୍ରକ୍‌ଟିକୁ ଯିବାକୁ ଦିଆ ଯାଇଥିଲା ା


Enter your email to get our daily news in your inbox.

All Right Reserved By Dharitri.Com

Posted inକଟକ View All

୪୮ ଘଣ୍ଟା ପାଇଁ ଧବଳେଶ୍ବର ପୀଠକୁ ଯିବା ମନା: ଲାଗିଲା ପ୍ରଶାସନିକ କଟକଣା

ଆଠଗଡ଼, ୩୦।୭: ଆଠଗଡ଼ର ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ବରଙ୍କ ପୀଠକୁ ଗୁରୁବାର ଅପରାହ୍ଣ ୪ଟାରୁ ପରବର୍ତ୍ତୀ ୪୮ ଘଣ୍ଟା ପାଇଁ ଶ୍ରଦ୍ଧାଳୁଙ୍କ ଯିବା ଆସିବା ସମ୍ପୂର୍ଣ୍ଣ ବାରଣ…

OSSTET-୨୦୨୬ ପରୀକ୍ଷା ତାରିଖ ଘୋଷଣା: ଏହିଦିନଠୁ ଆବେଦନ ପ୍ରକ୍ରିୟା ଆରମ୍ଭ!

କଟକ,୨୮।୭: ମାଧ୍ୟମିକ ଶିକ୍ଷା ବୋର୍ଡ (ବିଏସଇ), ଓଡ଼ିଶା ପକ୍ଷରୁ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଏସଏସଟିଇଟି)-୨୦୨୬ର ତାରିଖ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଛି। ବିଏସଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri