Posted inକଟକ

ଥମୁନି ପ୍ରବାସୀଙ୍କ ଅସୁରକ୍ଷିତ ଯାତ୍ରା: ମାଲ୍‌ ବୋଝେଇ ଟ୍ରକ୍‌ରେ ଯାଉଛନ୍ତି ଶ୍ରମିକ

କଟକ ଅଫିସ,୧୭ା୫-ଲକ୍‌ଡାଉନ ସମୟରେ ଓଡ଼ିଶାକୁ ଫେରୁଥିବା ପ୍ରବାସୀ ତଥା ଅତିଥି ଶ୍ରମିକଙ୍କ ନିରାପଦ ଯାତ୍ରା ପାଇଁ ରାଜ୍ୟ ସରକାର ନିରବଚ୍ଛିନ୍ନ ବସ୍‌ ସେବା ଯୋଗାଇବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ଏହା ସତ୍ତ୍ୱେ ଥମୁନି ପ୍ରବାସୀଙ୍କ ଅସୁରକ୍ଷିତ ଯାତ୍ରା ା ଶନିବାର ସନ୍ଧ୍ୟାବେଳେ ମହାରାଷ୍ଟ୍ରରୁ ୯ ଜଣ ପ୍ରବାସୀ ଅସୁରକ୍ଷିତ ଅବସ୍ଥାରେ ଏକ ମାଲ ବୋଝେଇ ଟ୍ରକ୍‌ ଉପରେ ବସି ବାଲେଶ୍ୱର ଅଭିମୁଖେ ଯାଉଥିବା ଦେଖିବାକୁ ମିଳିଛି। ଗାଡ଼ିରେ ଅଧିକ ଉଚ୍ଚ ଯାଏ ମାଲ୍‌ ବୋଝେଇ ହୋଇଥିବାରୁ କେତେବେଳେ ଗଛରେ ଟ୍ରକର ଉପରଭାଗ ଘଷି ହେଉଥିଲା ତ ଆଉ କେତେବେଳେ ବିଦ୍ୟୁତ ତାରର ଅତି ପାଖକୁ ଛୁଇଁଲା ପରି ସ୍ଥିତି ଉପୁଜିଥିଲା। ଟ୍ରକ୍‌ଟି କଟକ ଲିଙ୍କରୋଡରେ ପହଞ୍ଚତ୍ବା ପରେ ସେଠାରେ ଡ୍ୟୁଟିରେ ଥିବା କେତେକ ପୋଲିସ ଅଧିକାରୀ ଅଟକାଇଥିଲେ ା ଏହା ଦେଖି ଲୋକେ ଭାବିଲେ ଯେ ପୋଲିସ ଏହି ଶ୍ରମିକଙ୍କୁ ଏଠାରୁ ଓହ୍ଲାଇଦେଇ ସେମାନଙ୍କ ନିରାପଦ ଯାତ୍ରା ପାଇଁ ବସ୍‌ ବ୍ୟବସ୍ଥା କରାଇବ ା କିନ୍ତୁ ପୋଲିସ ତାହା ନ କରି ପୂର୍ବରୁ ସେଠାରେ ଗାଡ଼ି ଅପେକ୍ଷାରେ ଥିବା ଆଉ ପ୍ରାୟ ୫ ଜଣ ଶ୍ରମିକଙ୍କୁ ନେଇଯିବା ପାଇଁ ଡ୍ରାଇଭରଙ୍କୁ ପଚାରି ବୁଝିଥିଲା। କିନ୍ତୁ ଗାଡ଼ିଟି ବାଲେଶ୍ୱର ପଟକୁ ଯାଉଥିବା ବେଳେ ଅପେକ୍ଷାରେ ଥିବା ଶ୍ରମିକମାନେ ଅନ୍ୟତ୍ର ଯିବାର ଥିଲା। ତେଣୁ ଟ୍ରକ୍‌ଟିକୁ ଯିବାକୁ ଦିଆ ଯାଇଥିଲା ା


Enter your email to get our daily news in your inbox.

All Right Reserved By Dharitri.Com

Posted inକଟକ View All

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

ମୋକିମଙ୍କ ଝିଅ ସୋଫିଆ ଲଢ଼ିପାରନ୍ତି ନିର୍ବାଚନ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ବାରବାଟୀ-କଟକ କଂଗ୍ରେସକୁ ଚିନ୍ତା ଘାରିଛି। ବରିଷ୍ଠ କଂଗ୍ରେସ ନେତା ଇଂ. ମହମ୍ମଦ ମୋକିମଙ୍କ ଜାମିନକୁ ସୁପ୍ରିମକୋର୍ଟ ମଞ୍ଜୁର କରିଛନ୍ତି...

ଡେରାବିଶ ବ୍ଲକର ପୂର୍ବତନ କିରାଣି ଭିଜିଲାନ୍ସ କୋର୍ଟରେ ଦଣ୍ଡିତ

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକର ପୂର୍ବତନ କିରାଣି ତଥା ଡିଲିଂ ଆସିଷ୍ଟାଣ୍ଟ ମାଧବ ଚନ୍ଦ୍ର ଆଚାର୍ଯ୍ୟ ଭିଜିଲାନ୍ସ ଅଦାଲତରେ ଦଣ୍ଡିତ ହୋଇଛନ୍ତି। ସେ...

ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ମାମଲା ଖାରଜ: ଆବେଦନକାରୀ ଗଣିବେ ୫ ଲକ୍ଷ ଜରିମାନା

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ତଥ୍ୟ ଲୁଚାଇବା ଅଭିଯୋଗ ନେଇ ଦାୟର ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି। ରାଜନୈତିକ ଉଦ୍ଦେଶ୍ୟ ରଖି ମାମଲା...

ଝିଅ ନିର୍ବାଚନ ଲଢିବା ନେଇ ମୁହଁ ଖୋଲିଲେ ମହମ୍ମଦ ମୋକିମ

କଟକ, ୨୪।୪(ଶିଳ୍ପା ପ୍ରିୟଦର୍ଶିନୀ): ନିର୍ବାଚନ ୨୦୨୪ରେ ବାରବାଟୀ-କଟକ ଆସନକୁ ନେଇ କଂଗ୍ରେସକୁ ଘାରିଛି ଚିନ୍ତା। କଂଗ୍ରେସ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କ ଜାମିନକୁ ସୁପ୍ରିମକୋର୍ଟ ମଞ୍ଜୁର...

୭.୪ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ଜଣେ ଗିରଫ

କଟକ,୨୨ା୪ (କାର୍ତ୍ତିକ ସାହୁ) ଜିଲା ଅବକାରୀ ବିଭାଗ କ୍ୟାଣ୍ଟନମେଣ୍ଟ ଥାନା ଅନ୍ତର୍ଗତ ସତ୍ୟବ୍ରତ ଷ୍ଟାଡିୟମ ନିକଟରୁ ଜଣେ ବ୍ରାଉନସୁଗାର ମାଫିଆକୁ ସୋମବାର ଗିରଫ କରିଛି। ଅଭିଯୁକ୍ତ...

ମାହାଙ୍ଗା ଡବଲ ମର୍ଡର ମାମଲା: ପ୍ରତାପ ଜେନାଙ୍କ ଆବେଦନର ଶୁଣାଣି ଶେଷ

କଟକ,୨୨ା୪: କଟକ ଜିଲା ମାହାଙ୍ଗା ଡବଲ ମର୍ଡର ମାମଲାର ଶୁଣାଣି ସୋମବାର ଶେଷ ହୋଇଛି। ତେବେ ଆଜି ଏହି ମାମଲାର ରାୟକୁ ସଂରକ୍ଷିତ ରଖିଛନ୍ତି ହାଇକୋର୍ଟ।...

LLB ଷଷ୍ଠ ସେମିଷ୍ଟର ପେପର୍‌-୧ ପରୀକ୍ଷା ବାତିଲ

କଟକ,୨୨।୪: LLB ଷଷ୍ଠ ସେମିଷ୍ଟରର ପେପର୍‌-୧ ପରୀକ୍ଷା ବାତିଲ ହୋଇଯାଇଛି। ସିଲାବସ୍‌ ବାହାରୁ ପ୍ରଶ୍ନପତ୍ର ଆସିବା ଅଭିଯୋଗରେ ପରୀକ୍ଷା ବାତିଲ ହୋଇଥିବା ଜଣାପଡିଛି। ମଧୁସୂଦନ ଆଇନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri