Categories: ଜାତୀୟ

ଥମୁନି ପଶ୍ଚିମବଙ୍ଗ ହିଂସା: ଉତ୍ତର ୨୪ ପ୍ରଗଣାରେ ୨ ମୃତ

କୋଲକାତା,୧୧।୬: ପଶ୍ଚିମବଙ୍ଗର ଉତ୍ତର ୨୪ ପ୍ରଗଣା ଜିଲା କାକିନାରାରେ ବୋମା ବିସ୍ଫାରଣରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏଥିରେ ଅନ୍ୟ ୪ ଆହତ ହୋଇଥିବା ଜଣାପଡିଛି। ଲୋକ ସଭା ନିର୍ବାଚନ ପରେ ଭାଜପା ଓ ଟିଏମ୍‌ ସି ମଧ୍ୟରେ ଲାଗି ରହିଥିବା ହିଂସା ଏବେ ଚରମ ସୀମାରେ ପହଞ୍ଚିଛି। ୭୨ ଘଣ୍ଟା ମଧ୍ୟରେ ୮ ଜଣଙ୍କୁ ହତ୍ୟା କରାଯାଇଥିବା କୁହାଯାଉଛି। ଯାହା ପରିସ୍ଥିତିକୁ ଆହୁରି ବିଗାଡି ଦେଇଛି। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ସ୍ଥାନୀୟ ଲୋକେ ପ୍ରଶାସନର ସହାୟତା ଲୋଡିଛନ୍ତି

Share