ଥମୁନି ଝାଡ଼ାବାନ୍ତି, ୯ରୁ ଊର୍ଦ୍ଧ୍ୱ ଆକ୍ରାନ୍ତ

ସଜନାଗଡ଼, ୧୭ା୮(ଡି.ଏନ.ଏ.)-ବାଲେଶ୍ୱର ଜିଲା ଔପଦା ବ୍ଲକର ବାଇଗଡ଼ିଆ ପଞ୍ଚାୟତର ୩୦ରୁ ଊର୍ଦ୍ଧ୍ୱ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ବେଳେ ୨ଜଣଙ୍କର ମୃତ୍ୟୁ ହୋଇଛି। ନୀଳଗିରି ବ୍ଲକର ମହିଷାପଟା ପଞ୍ଚାୟତର ଶାଳବଣୀ ଓ କୁଆନାଳୀ ଗ୍ରାମର ୭ଜଣ ବ୍ୟକ୍ତି ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଅଯୋଧ୍ୟା, ନୀଳଗିରି ଓ ବାଲେଶ୍ୱର ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି। ଜଙ୍ଗଲୀ ଛତୁ, ଦୂଷିତ ପାଣି ଯୋଗୁ ଝାଡ଼ାବାନ୍ତି ହୋଇଥିବା ଅଞ୍ଚଳବାସୀ ଦାବି କରିଛନ୍ତି । ଖବର ପାଇ ବରହମ୍‌ପୁର ମୋବାଇଲ୍‌ ହେଲଥ୍‌ ୟୁନିଟ୍‌ ଆୟୁଷ ଡାକ୍ତର ଶ୍ରୀଧର ବେହେରା, ଫାର୍ମାସିଷ୍ଟ ଦିବାକର ମହାପାତ୍ର, ଏ.ଏନ୍‌.ଏମ୍‌. କୀର୍ତ୍ତିଲତା ନାୟକ ଘଟଣାସ୍ଥଳରେ ପହଞ୍ଚତ୍ ସ୍ଥିତ ଅନୁଧ୍ୟାନ କରିବା ସହିତ ଝାଡ଼ାବାନ୍ତି ଯେପରି ଗଁାସାରା ନ ବ୍ୟାପେ ସେଥିପାଇଁ ଗ୍ରାମବାସୀଙ୍କୁ ସଚେତନ କରି ଔଷଧ ବଣ୍ଟନ କରିଥିଲେ। ଝାଡ଼ାବାନ୍ତିରେ ଗଣେଶ୍ୱର ବିଶ୍ୱାଳ (୪୮) ଗୁରୁତର ହୋଇ ନୀଳଗିରି ମେଡ଼ିକାଲରେ ଭର୍ତ୍ତି ହୋଇଥିବା ବେଳେ ଗ୍ରାମର ରମାକାନ୍ତ ନାୟକ (୫୨), ମକରୀ ନାୟକ (୪୫), ହସମଣୀ କୁସୁମାଳିଆ (୪୭), ବ୍ରହ୍ମାନନ୍ଦ ଦେଶୱାରୀ (୨୨), ଶାଳବଣୀ ରଜାସାହି ଗ୍ରାମର ବାଇଧର ସିଂ (୪୫), ବନୀ କୁସୁମାଳିଆ (୩୦), ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି।