Categories: ଜାତୀୟ

ଥଣ୍ଡା ପାଣିରେ ଗାଧାନ୍ତୁୁ ଡାଏଟିଂର ପଡ଼ିବନି ଆବଶ୍ୟକତା…

ପରିବର୍ତ୍ତିତ ଜୀବନ ଶୈଳୀରେ ଖାଦ୍ୟପେୟରେ ଅନିୟମିତତା ଯୋଗୁ କେତେକଙ୍କଠାରେ ମେଦବହୁଳତା ଦେଖାଦେଇଥାଏ। ଏଥିରୁ ଦୂରେଇ ରହିବା ପାଇଁ କିଛି ଲୋକ ଡାଏଟିଂ କରିଥାନ୍ତି। ତେବେ ଡାଏଟିଂ ନ କରି ପ୍ରତିଦିନ ଥଣ୍ଡା ପାଣିରେ ଗାଧୋଇଲେ ମେଦବହୁଳତା ସମସ୍ୟା ଦୂର ହୋଇଥାଏ ବୋଲି ଆମେରିକାନ ହାର୍ଟ ଆସୋସିଏଶନ୍‌ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ ଦର୍ଶାଯାଇଛି। ଥଣ୍ଡାପାଣିରେ ଗାଧୋଇବା ଏକ ବାୟୋକେମିକାଲ ପ୍ରକ୍ରିୟା। ଶରୀରରେ ଦୁଇ ପ୍ରକାରର ଚର୍ବି ରହିଥାଏ । ପ୍ରଥମଟି ହ୍ବାଇଟ୍‌ ଫ୍ୟାଟ୍‌ ଓ ଦ୍ୱିତୀୟ ହେଉଛି ବ୍ରାଉନ୍‌ ଫ୍ୟାଟ୍‌୍‌ । ହ୍ବାଇଟ୍‌ ଫ୍ୟାଟ୍‌ର ଶରୀରରେ କୌଣସି ଆବଶ୍ୟକତା ନ ଥାଏ । ଆବଶ୍ୟକତାଠାରୁ ଅଧିକ କ୍ୟାଲୋରୀ ଗ୍ରହଣ କଲେ ଶରୀରରେ ହ୍ବାଇଟ୍‌ ଫ୍ୟାଟ୍‌ ଜମା ହୋଇଥାଏ । ଏହା ଶରୀରର ଅଣ୍ଟା, ପିଠି, ପେଟ କିମ୍ବା ଗଳାରେ ଜମିଯାଇଥାଏ। ଅନ୍ୟପକ୍ଷରେ ବ୍ରାଉନ୍‌ ଫ୍ୟାଟ୍‌ ଶରୀର ପାଇଁ ଉପଯୋଗୀ। ଏହା ଶରୀରରେ ଉତ୍ତାପ ସୃଷ୍ଟି କରିଥାଏ। ଏହି ଫ୍ୟାଟ୍‌ ଯୋଗୁ ଶରୀର ଉଷୁମ ରହିଥାଏ । ଶୀତ ଲାଗିଲେ ବ୍ରାଉନ୍‌ ଫ୍ୟାଟ୍‌ ସକ୍ରିୟ ହୁଏ। ଥଣ୍ଡାପାଣିରେ ଗାଧୋଇଲେ ଶରୀରରେ ଜମା ହୋଇ ରହିଥିବା ହ୍ବାଇଟ୍‌ ଫ୍ୟାଟ୍‌ର ବିଘଟନ ଆରମ୍ଭ ହୁଏ ଫଳରେ ଧୀରେ ଧୀରେ ମେଦବହୁଳତାରୁ ମୁକ୍ତି ମିଳିଥାଏ ବୋଲି ଏହି ରିପୋର୍ଟରେ ଦର୍ଶାଯାଇଛି।

Share