Categories: ଜାତୀୟ

ଥଣ୍ଡାରେ ଥରିଲା ରାଜଧାନୀ: ବିଳମ୍ବରେ ଉଡିଲା ୪୫୦ ବିମାନ

ନୂଆଦିଲ୍ଲୀ,୩୧।୧୨: ଦିଲ୍ଲୀ ସମେତ ଉତ୍ତର ଭାରତରେ ଶୀତ ଲହରୀ ଜାରି ରହିଛି। ପ୍ରବଳ ଶୀତ ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ମଙ୍ଗଳବାର ଦିଲ୍ଲୀରେ ନ୍ୟୁନତମ ତାପମାତ୍ରା ୪ଡିଗ୍ରୀ ସେଲ୍‌ସିୟସ୍‌ ରେକର୍ଡ କରାଯାଇଛି। ଏହି ଖରାପ ପାଗର ପ୍ରଭାବ ସିଧାସଳଖ ବିମାନ ବନ୍ଦର ଓ ଟ୍ରେନ ଉପରେ ପଡ଼ିଛି। ଏବେ ପର୍ଯ୍ୟନ୍ତ ୪୦ଟି ବିମାନକୁ ବାତିଲ କରାଯାଇଥିବା ବେଳେ ୨୧କୁ ଡାଇଭର୍ଟ ଓ ୪୫୦ ବିମାନ ବିଳମ୍ବରେ ଉଡାଣ ଭରିଛନ୍ତି। ସେହିପରି ଘନ କୁହୁଡି ଯୋଗୁ ୩୪ଟି ଟ୍ରେନ୍‌ ୭ଘଣ୍ଟା ବିଳମ୍ବରେ ଚାଲୁଥିବା ଜଣାପଡ଼ିଛି। ପାଣିପାଗ ବିଭାଗ ପକ୍ଷରୁ ହରିୟାଣାର ୧୬ ଜିଲାରେ ଥଣ୍ଡା ଓ ବର୍ଷା ପାଇଁ ସତର୍କ ଜାରି କରାଯାଇଛି। ସେହି ସମୟରେ ଭିଜିବିଲିଟି ୦ରୁ ୫୦ ମିଟର ପର୍ଯ୍ୟନ୍ତ ରହିବ। ଅପରପକ୍ଷେ ପଞ୍ଜାବର ୧୮ ଜିଲାରେ ଥଣ୍ଡା ପାଇଁ ସତର୍କ ଜାରି କରାଯିବା ସହ ଜାନୁୟାରୀ ୨ ଓ ୩ରେ ବର୍ଷା ସହ ବରଫାପାତ ହେବ ବୋଲି ଜଣାପଡ଼ିଛି।

Share