Categories: ଜାତୀୟ

ଥଣ୍ଡାରୁ ସୁରକ୍ଷା ପାଇଁ ଅଯୋଧ୍ୟାରେ ଗାଈଗୋରୁ ପିନ୍ଧିବେ କୋଟ୍‌

ଅଯୋଧ୍ୟା,୨୪।୧୧: ପ୍ରବଳ ଥଣ୍ଡାରୁ ଗାଈଗୋରୁଙ୍କୁ ସୁରକ୍ଷା ଦେବା ପାଇଁ ଅଯୋଧ୍ୟା ନଗର ନିଗମ ପକ୍ଷରୁ ଏକ ପଦକ୍ଷେପ ଗ୍ରହଣ କରାଯାଇଛି। ଏହା ଅନ୍ତର୍ଗତ ଏଠାରେ ଥିବା ଗାଈଗୋରୁଙ୍କୁ କୋଟ୍‌ ପିନ୍ଧିବାକୁ ଦିଆଯିବ। ନିଗମ ପକ୍ଷରୁ ସ୍ଥାନୀୟ ସାଧୁସନ୍ଥ ଏବଂ ଜନସାଧାରଣଙ୍କ ସହିତ ଆଲୋଚନା କରାଯିବା ପରେ ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏଠାରେ ଥିବା ୧୨ ଶହ ଗାଈଗୋରୁ ଏବଂ ଶହେ ବାଛୁରୀଙ୍କୁ ଏଭଳି କୋଟ ପିନ୍ଧାଯିବ। ପ୍ରତି କୋଟର ଦାମ ୨୫୦ରୁ ୩ ଶହ ଟଙ୍କା ମଧ୍ୟରେ ହେବ ବୋଲି ନଗର ନିଗମ ପକ୍ଷରୁ କୁହାଯାଇଛି।

Share