ତ୍ୱଚା ପାଇଁ ଗୁଡ଼

ଗୁଡ଼ ଖାଇବା ନା କେବଳ ସ୍ବାସ୍ଥ୍ୟ ପକ୍ଷେ ହିତକର ବରଂ ଏହା ସୌନ୍ଦର୍ଯ୍ୟ ବୃଦ୍ଧି ଲାଗି ମଧ୍ୟ ବେଶ୍‌ ଉପକାରୀ। ତେଣୁ ସୌନ୍ଦର୍ଯ୍ୟ ଉପଚାର ଲାଗି ଏହାକୁ କିପରି ବ୍ୟବହାର  କରିବେ ଜାଣି ରଖନ୍ତୁ ଟିପ୍ସ…

ଦୂର କରେ ଦାଗ: ମୁହଁର ଦାଗ ଦୂର କରିବା ପାଇଁ ୧ ଚାମଚ ଗୁଡ଼ ସହିତ ୧ ଚାମଚ ଟମାଟୋ ରସ, ଅଳ୍ପ ଲେମ୍ବୁ ରସ ଓ ଅଳ୍ପ ହଳଦୀ ନେଇ ଭଲଭାବେ ମିଶାନ୍ତୁ। ଏହି ପ୍ୟାକ୍‌କୁ ମୁହଁରେ ଲଗାଇ ୧୫ ମିନିଟ୍‌ ରଖିବା ପରେ ଧୋଇ ଦିଅନ୍ତୁ।
ତ୍ୱଚାକୁ କରେ ରିଙ୍କଲ୍‌ ଫ୍ରି: ୧ ଚାମଚ ଚା ପତିକୁ ଅଳ୍ପ ପାଣିରେ ଭଲ ଭାବେ ଫୁଟା ଦିଅନ୍ତୁ ଏବଂ ଏକ ପାତ୍ରରେ ଛାଣି ଦିଅନ୍ତୁ। ସେଥିରେ ଏକ ଚାମଚ ଗୁଣ୍ଡଗୁଡ଼, ୧ ଚାମଚ ଅଙ୍ଗୁର ରସ, ଅଳ୍ପ ହଳଦୀ ଓ ଗୋଲାପ ଜଳକୁ ଭଲ ଭାବେ ମିଶାଇ ଫେସ୍‌ ପ୍ୟାକ ତିଆରି କରନ୍ତୁ। ଏହି ପ୍ୟାକକୁ ୨୦ ମିନିଟ୍‌ ପର୍ଯ୍ୟନ୍ତ ମୁହଁରେ ଲଗାଇ ରଖିବା ପରେ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ। ନିୟମିତ ସମୟ ଅନ୍ତରାଳରେ ଏପରି କରିବା ଦ୍ୱାରା ତ୍ୱଚାରେ ଦେଖା ଯାଉଥିବା କୁଞ୍ଚନ ବା ରିଙ୍କଲ୍‌ ମାର୍କ ଦୂର ହେବା ସହ ତ୍ୱଚା ଅଧିକ ଉଜ୍ଜ୍ୱଳ ଦେଖାଯାଇଥାଏ।
କେଶକୁ କରେ ମଜଭୁତ: କେଶ ଝଡ଼ିବା କିମ୍ବା ଡ୍ରାଏ ହେବା ଭଳି ସମସ୍ୟା ଥିଲେ ଏକ ପାତ୍ରରେ ଅଳ୍ପ ଗୁଡ, ମୁଲତାନୀ ମାଟି, ଦହି ଏବଂ ପାଣି ମିଶାଇ ପ୍ୟାକ୍‌ ପ୍ରସ୍ତୁତ କରନ୍ତୁ। ଏହାକୁ କେଶରେ ମୂଳରୁ ଅଗ ପର୍ଯ୍ୟନ୍ତ ଭଲ ଭାବେ ଲଗାଇ ଅଧଘଣ୍ଟାରୁ ଏକ ଘଣ୍ଟା ପର୍ଯ୍ୟନ୍ତ ରଖିବା ପରେ ଭଲ ଭାବେ ଧୋଇ ଦିଅନ୍ତୁ। ଏଥିପାଇଁ ମାଇଲ୍ଡ ଶ୍ୟାମ୍ପୁ ବ୍ୟବହାର କରିପାରିବେ। ଏହି ପ୍ୟାକ୍‌ କେଶ ଝଡ଼ିବା ବନ୍ଦ କରିବା ସହ ଏହାକୁ ନରମ ଏବଂ ଉଜ୍ଜ୍ୱଳ କରିବାରେ ସାହାଯ୍ୟ କରିଥାଏ।