ତ୍ୱଚାରେ ଆସିବ ଚମକ

ତ୍ୱଚାରେ କିପରି ଗ୍ଳୋ ଆସିବ ଏବଂ ତାହା ଆକର୍ଷଣୀୟ ଦେଖାଯିବ ସେ ସମ୍ପର୍କରେ ଟିପ୍ସ…

ବୟସ ବଢ଼ିବା ସାଙ୍ଗକୁ ତ୍ୱଚା ପ୍ରତି ଅଧିକ ଧ୍ୟାନ ଦେବା ଦରକାର। ଏଥିପାଇଁ ଟ୍ୟାନିଂ,ପିଗ୍‌ମେଣ୍ଟେଶନ୍‌ ଆଦି ଅଣଦେଖା କରିବା ଉଚିତ୍‌ ନୁହେଁ। ମୁହଁରେ କୌଣସି ସମସ୍ୟା ବଢ଼ିବା ଆଗରୁ ଡର୍ମାଲୋଜିଷ୍ଟ ବା କସ୍ମୋଟୋଲୋଜିଷ୍ଟଙ୍କ ସହିତ ସମ୍ପର୍କ କରନ୍ତୁ।
ରାତିରେ ଶୋଇବା ପୂର୍ବରୁ ଆଣ୍ଟି ଏଜିଂ ମଶ୍ଚରାଇଜର ଦ୍ୱାରା ମୁହଁକୁ ମସାଜ୍‌ କରନ୍ତୁ। ଏହାକୁ ମସାଜ୍‌ କରିବା ଦ୍ୱାରା ସ୍କିନ୍‌ ଢ଼ିଲା ହୁଏ ନାହିଁ। ଏହାଦ୍ୱାରା ଅକ୍ସିଜେନ୍‌ର ସନ୍ତୁଳନ ରହିଥାଏ।
ବଜାରରେ ସନ୍‌ସ୍କ୍ରିନ୍‌ ଯୁକ୍ତ ମେକଅପ୍‌ ପ୍ରଡକ୍ଟ ଭଳି କମ୍ପାକ୍ଟ,ଫାଉଣ୍ଡେଶନ୍‌ ଆଦି ଅଧିକ ପ୍ରଭାବଶାଳୀ ହୋଇ ନ ଥାଏ। ଏଥିପାଇଁ ଏହା ଉପରେ ଅଧିକ ନିର୍ଭରଶୀଳ ନ ହୋଇ ଅଧିକ ଖରାରେ ବାହାରକୁ ବାହାରନ୍ତୁ ନାହିଁ।
ବୟସ ବଢ଼ିବା ସାଙ୍ଗକୁ ସନ୍‌ସ୍କ୍ରିନ୍‌ ଲୋଶନ୍‌ ଚୟନ କରିବା ସମୟରେ ସେଥିରେ ଥିବା କେତେ ପ୍ରକାର ଚେଞ୍ଜ୍‌ସ ଦେଖିବାକୁ ମିଳିଥାଏ। ସେଥିରେ ରହୁଥିବା ଏସ୍‌ପିଏଫ୍‌ ପ୍ରତି ଅଧିକ ଧ୍ୟାନ ରଖନ୍ତୁ। ଯଦି ଅଧିକ ସମୟ ଆପଣ ଖରାରେ ରହୁଥାନ୍ତି ତେବେ ଅଧିକ ଏସ୍‌ପିଏଫ୍‌ ଥିବା ସନ୍‌ସ୍କ୍ରିନ୍‌ ଲୋଶନ୍‌ ଲଗାନ୍ତୁ।