ତ୍ୱଚାରେ ଆସିବ ଚମକ

କ୍ଷୀରରେ କେତେ ପ୍ରକାର ଗୁଣ  ରହିଛି । ଏହା ଆପଣଙ୍କ ସ୍ବାସ୍ଥ୍ୟ ସହ ସୌନ୍ଦର୍ଯ୍ୟରେ ଚମକ ଆଣିଥାଏ। ଏମିତିରେ ମହିଳାମାନେ ସୁନ୍ଦର ଦେଖାଯିବା ପାଇଁ କେତେକ’ଣ ଉପାୟ ଆପଣାଇଥାନ୍ତି। କିନ୍ତୁ ଆପଣ ସେ ସବୁ ଛାଡ଼ି ଘରୋଇ ଉପାୟରେ କ୍ଷୀରକୁ ବ୍ୟବହାର କରିପାରିବେ। ଯାହା ବିଷୟରେ ଆପଣ ହୁଏତ ଜାଣି ନ ଥିବେ।
ମୁହଁରେ ଥିବା ବ୍ରଣଚିହ୍ନ, ଦାଗ, ଦୂର କରିବାକୁ ହେଲେ କ୍ଷୀର ଓ ମହୁ ଭଳି କେତେକ ଘରୋଇ ଉପଚାର କରିବା ଦ୍ୱାରା ଏସବୁ  ଦାଗ ଦୂର ହୋଇଥାଏ…

ମହୁ ଓ କ୍ଷୀର କ୍ଲିଞ୍ଜର
ମୁହଁରେ ଥିବା ଅପରିଷ୍କାର ମଳି ଆଦିକୁ ଦୂର କରିବାକୁ ହେଲେ କ୍ଷୀରରେ ମହୁ ମିଶାଇ ଲଗାନ୍ତୁ। କାହିଁକି ନା ଏହା ଟନିକ୍‌ ପରି କାମ କରିଥାଏ। ଯାହାକୁ ଖାଇବା ଓ ଲଗାଇବା ଦ୍ୱାରା ସ୍କିନ୍‌ ଗ୍ଲୋ କରିଥାଏ। ସ୍କିନ୍‌କୁ ଗୋରା କରିବାକୁ ହେଲେ ଏକ ଛୋଟ ଚାମଚ ମହୁରେ କ୍ଷୀର ମିଶାଇ ୧୦ମିନିଟ୍‌ ଲଗାଇ ଛାଡି ଦିଅନ୍ତୁ। ଏହା ପରେ ମୁହଁକୁ ପାଣିରେ ଧୋଇ ଦିଅନ୍ତୁ। ଦେଖିବେ ଆପଣକୁ କେତେ ଅଲଗା ଲାଗିବ।
ରଙ୍ଗ ସଫା ଓ ମୁଲାୟମ୍‌ ତ୍ୱଚା
କ୍ଷୀରକୁ ପୂରା ଶରୀରରେ ଲଗାଇବା ଦ୍ୱାରା ତ୍ୱଚା ମୂଲାୟମ୍‌ ହୋଇଥାଏ ଓ ତ୍ୱଚା ସଫା ଦେଖାଯାଇଥାଏ। କ୍ଷୀରରେ ଗୋଲାପ ଜଳ ମିଶାଇ ଲଗାଇବା ଦ୍ୱାରା ତ୍ୱଚା ସୁନ୍ଦର ଦେଖାଯାଏ।
ରୁକ୍ଷତାକୁ ଦୂର କରନ୍ତୁ
ମୁହଁରୁ ଦାଗ କୁଞ୍ଚନ ଦୂର କରିବାକୁ ହେଲେ କ୍ଷୀର ବହୁତ ଲାଭକାରୀ ହୋଇଥାଏ। ଦୁଇଚାମଚ ମହୁରେ ତିନି ଚାରି ଚାମଚ କ୍ଷୀର ସର ମିଶାଇ ମୁହଁରେ ଲଗାଇ ଦିଅନ୍ତୁ। ଏହାକୁ ବ୍ୟବହାର କରିବା ଦ୍ୱାରା ଚର୍ମରେ ଲୋଚାକୋଚା କମ୍‌ ଦେଖିବାକୁ ମିଳେ।
ଓଠକୁ କରନ୍ତୁ ସଫ୍ଟ ଓ ଗୋଲାପୀ
ଯଦି ଆପଣଙ୍କ ଓଠ କଳା ତେବେ କ୍ଷୀର ଓଠରେ ଲଗାଇବା ଦ୍ୱାରା ଓଠରେ ଥିବା କଳାପଣ ଦୂର ହୋଇଥାଏ। ଯଦି ଆପଣଙ୍କ ଓଠ ଫାଟୁଥାଏ ତେବେ ରାତିରେ ଶୋଇବା ପୂର୍ବରୁ ଏକ ବୁନ୍ଦା ଗୋଲାପ ଜଳ ଓ ଏକ ବୁନ୍ଦା ଲେମ୍ବୁ ରସ କ୍ଷୀର ସରକୁ ମିଶାଇ ଲଗାଇ ଦିଅନ୍ତୁ। ସକାଳୁ ଦେଖିବେ ଆପଣଙ୍କ ଓଠ ସଫ୍ଟ ଓ ଗୋଲାପୀ ଦେଖାଯିବ।