Posted inଜାତୀୟ

ତ୍ରିପୁରାରେ ବାଦଲ ଫଟା ବର୍ଷା: ୭ଶହ ଲୋକ ବେଘର

ଅଗରାତାଲା,୨୬।୫: ତ୍ରିପୁରାରେ ଗତ ୩ ଦିନ ଧରି ବାଦଲ ଫଟା ବର୍ଷା ଲାଗି ରହିଛି। କେତେକ ଅଞ୍ଚଳରେ ବର୍ଷାଜଳ ଜମି ରହିବାରୁ ୭ଶହ ଲୋକ ବାସ ହରାଇ ବେଘର ହୋଇଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି। ଗତ ଶୁକ୍ରବାରଠାରୁ ଏଠାରେ ବର୍ଷା ଲାଗି ରହିଛି। ଏହାଦ୍ୱାରା ଉତ୍ତର ତ୍ରିପୁରା, ଉନାକୋଟି ଏବଂ ଧାଲାଇ ଜିଲାରେ ଅଧିକ କ୍ଷୟକ୍ଷତି ହୋଇଛି। ପୀଡିତଙ୍କୁ ଉଦ୍ଧାର କରି ଅସ୍ଥାୟୀ ଆଶ୍ରୟସ୍ଥଳରେ ରକାଯାଇଥିବା ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗ ଅଧିକାରୀ ଶରତ ଦାସ ସୂଚନା ଦେଇଛନ୍ତି। ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର ଏବଂ ଥଇଥାନ କାର୍ଯ୍ୟ ଜାରି ରହିଥିବା ସେ କହିଛନ୍ତି। ମୋଟ ୭୩୯ ଲୋକଙ୍କୁ ବିଭିନ୍ନ ଆଶ୍ରୟସ୍ଥଳରେ ରଖାଯାଇଛି। ସେମାନଙ୍କ ମଧ୍ୟରୁ ଉନାକୋଟି ଜିଲାର ୩୫୮ ଜଣଥିବାବେଳେ ଉତ୍ତର ତ୍ରିପୁରାର ୩୮୧ ଜଣ ଅଛନ୍ତି। ପ୍ରବଳ ବର୍ଷାରେ ଏକ ହଜାର ୩୯ଟି ବାସ ଗୃହ ଭାଙ୍ଗି ଯାଇଥିବା ରାଜ୍ୟ ପ୍ରଶାସନ କହିଛି। ଉଦ୍ଧାର କାର୍ଯ୍ୟରେ ୪୦ଟି ବୋଟ୍‌କୁ ନିୟୋଜିତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାବାସୀଙ୍କ ପାଇଁ ଗୌରବର ମୁହୂର୍ତ୍ତ, ଏସୀୟ ଇନ୍‌ଡୋର ଆଥଲେଟିକ୍ସ ନେଇ ମୁଖ୍ୟମନ୍ତ୍ରୀ କଲେ ବଡ଼ ଘୋଷଣା

ଭୁବନେଶ୍ବର,୨୭ା୫: ଓଡ଼ିଶାରେ ହେବ ୨୦୨୭ ଏସୀୟ ଇନ୍‌ଡୋର ଆଥଲେଟିକ୍ସ ଚାମ୍ପିଅନସିପ୍ । ଏନେଇ ଏକ୍ସରେ ସୂଚନା ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ହଂକଂଠାରେ ଅନୁଷ୍ଠିତ…

ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଘରେ ଇଡି ଚଢ଼ାଉକୁ ବିରୋଧ: ଅଧିକାରୀଙ୍କ ଗାଡ଼ି ଉପରକୁ ଆକ୍ରମଣ

ଥିରୁଭାନନ୍ତପୁରମ୍‌,୨୭ା୫: କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନଙ୍କ ଥିରୁଭାନନ୍ତନପୁରମ୍‌ସ୍ଥିତ ବାସଭବନ ବାହାରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦୀ) (ସିପିଆଇଏମ) କର୍ମୀମାନେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଅଧିକାରୀଙ୍କ ଗାଡ଼ି…

ମୋଦି କ୍ୟାବିନେଟ୍‌ର ବଡ଼ ନିଷ୍ପତ୍ତି: ରାସନକୁ ନେଇ ଆସିଲା ନୂଆ ନିୟମ; ୮୦ କୋଟି ଲୋକଙ୍କ ଉପରେ ପଡ଼ିବ ସିଧା ପ୍ରଭାବ!

ନୂଆଦିଲ୍ଲୀ,୨୭।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏହି କ୍ୟାବିନେଟ ନିଷ୍ପତ୍ତି ରାସନ ପାଉଥିବା 800 ନିୟୁତ…

ରବିବାରଠୁ ବଢ଼ିପାରେ ବସ୍ ଭଡ଼ା! ଦାବି କଲା ଘରୋଇ ବସ୍ ମାଲିକ ସଂଘ

ଭୁବନେଶ୍ବର,୨୭ା୫: ରାଜ୍ୟରେ ପୁଣି ବଢି଼ପାରେ ବସ୍ ଭଡ଼ା । ଘରୋଇ ବସ୍ ମାଲିକ ସଂଘ ଏନେଇ ଦାବି କରିଛି । ଗତ କିଛି ଭିତରେ ରାଜ୍ୟରେ ତେଲ…

NASAର ବଡ଼ ଘୋଷଣା: ଚନ୍ଦ୍ରରେ ନିର୍ମାଣ କରିବ ଘାଟି

ଓ୍ବାଶିଂଟନ୍‌,୨୭।୫: ଆମେରିକାର ମହାକାଶ ସଂସ୍ଥା ନାସା, ଚନ୍ଦ୍ରରେ ଏକ ଘାଟି ନିର୍ମାଣ କରିବ ବୋଲି ଘୋଷଣା କରିଛି। ନାସା ପ୍ରଶାସକ ଜାରେଡ ଆଇଜାକମ୍ୟାନ କହିଛନ୍ତି ଯେ, ଏହି…

TMC ଛାଡ଼ିଲେ ଏମ୍‌ପି କାକୋଲି ଘୋଷ, ମମତାଙ୍କର ଥିଲେ ଅତି ଘନିଷ୍ଠ

କୋଲକାତା,୨୭ା୫: TMCକୁ ବଡ଼ ଝଟ୍‌କା। ଦଳ ଛାଡ଼ଛନ୍ତି ଏମ୍‌ପି କାକୋଲି ଘୋଷ। ସେ ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଅତି ଘନିଷ୍ଠ ଥିଲେ। ବାରାଶତ୍ରୁରୁ ସେ…

ଅଧାରୁ ଫେରିଲା ଏୟାର ଇଣ୍ଡିଆ ବିମାନ, ୩ ଘଣ୍ଟା ଉଡ଼ାଣ ପରେ…

ନୂଆଦିଲ୍ଲୀ,୨୭ା୫: ଯାନ୍ତ୍ରିକ ତ୍ରୁଟି ପାଇଁ ଅଧାରୁ ଫେରିଆସିଲା ଏୟାର ଇଣ୍ଡିଆ ବିମାନ। ସାନ ଫ୍ରାନ୍ସିସ୍କୋ ଯାଉଥିଲା ବେଳେ ଫେରି ଆସିଲା। ୩ ଘଣ୍ଟା ଉଡ଼ାଣ କରି ସାରି…

୪ ଡେପୁଟି ସିଏମ୍‌ଙ୍କ ସହ କ୍ଷମତା ସମ୍ଭାଳିବେ ଡିକେ ଶିବକୁମାର; ନାଁ ଫାଇନାଲ୍!

ବେଙ୍ଗାଲୁରୁ,୨୭।୫: ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ଇସ୍ତଫା ଏବଂ ଉପମୁଖ୍ୟମନ୍ତ୍ରୀ ଡି.କେ. ଶିବକୁମାରଙ୍କ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ ସମ୍ପର୍କରେ କଳ୍ପନାଜଳ୍ପନା ମଧ୍ୟରେ, ରାଜ୍ୟରେ ନୂଆ ସରକାର ଗଠନ ସମ୍ପର୍କରେ ଆଉ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri