ତୋଷାମଦିର ତୀର୍ଥକ୍ଷେତ୍ରରେ ସ୍ବାର୍ଥ

ଡ.ସତ୍ୟ ନାରାୟଣ ମିଶ୍ର

ସମୟର ଘୂର୍ଣ୍ଣୟନରେ ଯେତେବେଳେ ଶୈଶବରୁ ଗୋଟିଏ ଗୋଟିଏ ପାହାଚ ମଣିଷ ଅତିକ୍ରମ କରିଥାଏ, ସେହି ଅତିକ୍ରମ ମଧ୍ୟରେ ସେ ଅମୃତର ସନ୍ଧାନ ପାଇଁ ତୀର୍ଥକ୍ଷେତ୍ର ଅନ୍ବେଷଣ କରିଥାଏ। ସାଧାରଣତଃ ତୀର୍ଥକ୍ଷେତ୍ର ଧର୍ମକୁ ଆଧାର କରି ନିର୍ଦ୍ଦଷ୍ଟ ହୋଇଥାଏ । ସମ୍ପ୍ରତି ମଣିଷ ଯୌବନ ଅବସ୍ଥାରୁ ଅଧିକ ତୀର୍ଥକ୍ଷେତ୍ରରେ ନିମର୍ଜିତ ହେବା ପାଇଁ କସରତ କରୁଛି। ପିଲାଦିନରୁ ମଣିଷ ଶିକ୍ଷା କରିଥାଏ ଅମୃତର ସନ୍ଧାନ, ମାତ୍ର ସମୟ କ୍ରମେ ଉକ୍ତ ଅମୃତ ମଣିଷ ପାଇଁ ବିଷ ଉପଲବ୍ଧି ହୋଇଥାଏ। ଯେତେବେଳେ ମଣିଷ ତୋଷାମଦିର ତୀର୍ଥକ୍ଷେତ୍ରରେ ନିମର୍ଜିତ ହୋଇଯାଏ, ସେତେବେଳେ ତୋଷାମଦିକୁ ଏକ ଆଦର୍ଶ କରି ଜୀବନ ନିର୍ବାହ କରିଥାଏ। କାରଣ ତୋଷାମଦିରେ ରହିଛି ସ୍ବାର୍ଥର ଅମୃତ, ଯାହା ଏକ ଭୋଗସର୍ବସ୍ବ ତୀର୍ଥକ୍ଷେତ୍ର। ମଣିଷ ମଣିଷକୁ ଭଲ ପାଏ ଓ ଉପଯୁକ୍ତ ମଣିଷ ଉପଯୁକ୍ତ ମଣିଷର ଗୁଣଗାନ କରିଥାଏ ବା ସକାରାତ୍ମକ ବିରୋଧ କରିଥାଏ। ଯିଏ ପ୍ରକୃତ ବନ୍ଧୁ ସେ ପ୍ରତିପକ୍ଷ ବନ୍ଧୁର ଅନିଷ୍ଟ ହେଉଥିଲେ ତାହାକୁ ଚେତାବନୀ ଦେଇ ବା ତାଗିଦ କରି ସେଥିରୁ କ୍ଷାନ୍ତ ହେବା ପାଇଁ ପରାମର୍ଶ ଦେଇଥାନ୍ତି। ଅନ୍ୟପକ୍ଷରେ ଜଣେ ଉପଯୁକ୍ତ ବ୍ୟକ୍ତି ଯେଉଁଟା ଉପଯୁକ୍ତ ହୋଇ ନ ଥାଏ ସେ ତାହାକୁ ଗ୍ରହଣ କରି ନ ଥାଏ ଓ ସେ ତାହାକୁ ସର୍ବସମକ୍ଷରେ ବିରୋଧ ମଧ୍ୟ କରିଥାନ୍ତି। ମାତ୍ର ଯେଉଁମାନେ ତୋଷାମଦିର ଶିଖରରେ ଉପବେଶନ କରିଥାନ୍ତି, ସେମାନେ ନିଜର ବିବେକ ବୁଦ୍ଧିକୁ ବିକ୍ରି କରି କେବଳ ତୋଷାମଦିରେ ସ୍ବାର୍ଥ ହାସଲ କରିଥାନ୍ତି।
ତୋଷାମଦି ହେଉଛି ଏକ ଅପରାଧ ଓ ବିଷବଳୟ। ଏହା ତୋଷାମଦି କରୁଥିବା ବ୍ୟକ୍ତିର ମାନ, ନୀତି, ଆଦର୍ଶ ଆଦିକୁ ଧଂସ କରି କେବଳ ପଶୁ ଭାବରେ ଜୀବନ ନିର୍ବାହ କରିବା ପାଇଁ ଶିଖାଇଥାଏ। ଅନ୍ୟପକ୍ଷରେ ଯିଏ ତୋଷାମଦିକୁ ଗ୍ରହଣ କରି ଆନନ୍ଦିତ ହୋଇଥାଏ ସେ ବ୍ୟକ୍ତି ନିଜର ଉପଯୁକ୍ତ ସ୍ଥିତିକୁ ସ୍ପଷ୍ଟ ଭାବରେ ଅନୁମାନ କରିଥାନ୍ତି ଯେ ସେ କିଏ ଓ କେଉଁ ଉପାୟରେ ଦୋଷାମଦିର ଆଧାରରେ ବଳିଷ୍ଠ ହୋଇଛନ୍ତି। ପ୍ରଶଂସା ଓ ତୋଷାମଦି ସମ୍ପୂର୍ଣ୍ଣ ଭିନ୍ନ ଆଧାର। ପ୍ରଶଂସା ବ୍ୟକ୍ତିକୁ ଅଗ୍ରସର ହେବା ପାଇଁ ପ୍ରେରଣା ଦେଇଥାଏ, ଯଦି ତାହା ଉପଯୁକ୍ତ ପ୍ରଶଂସା ବା ପ୍ରଶଂସାର ଯୋଗ୍ୟ ହୋଇଥାଏ। ମାତ୍ର ତୋଷାମଦି ହେଉଛି ଅଯୋଗ୍ୟ ବ୍ୟକ୍ତିକୁ ନୀତିହୀନ ବ୍ୟକ୍ତି ତୋଷାମଦି କରି ସ୍ବାର୍ଥ ହାସଲ କରିଥାଏ। ପାର୍ଥିବ ସମାଜରେ ପ୍ରାୟ ସମସ୍ତ ମଣିଷ କିଛି କିଛି ପ୍ରଶଂସା ଚାହିଁଥାନ୍ତି, ଯାହା କେତେବେଳେ ଉପଯୁକ୍ତ କିମ୍ବା କେତେବେଳେ ଔପଚାରିକ ହୋଇଥାଏ। ତାହା ମଧ୍ୟ ଏକ ନିର୍ଦ୍ଦିଷ୍ଟ ସୀମା ମଧ୍ୟରେ ରହିବା ବିଧେୟ। କୃତଜ୍ଞତାର ଶବ୍ଦ ଜଣେ ମନୁଷ୍ୟକୁ ଅଧିକ ପରିଶ୍ରମ ପାଇଁ ପ୍ରେରଣା ଦେଇପାରେ,କିନ୍ତୁ ଗ୍ରହଣ କରୁଥିବା ପ୍ରଶଂସା ନିଶ୍ଚିତ ଭାବରେ ଯୋଗ୍ୟ ହେବା ଆବଶ୍ୟକ। ଯେତେବେଳେ ଏହା ଅତିରିକ୍ତ ହୋଇଯାଏ, ସେତେବେଳେ ତାହା ଚାଟୁକାରରୁ ତୋଷାମଦି ହୋଇଯାଏ ଓ ସ୍ବାର୍ଥ ହାସଲ ନିମିତ୍ତ ନିର୍ଦ୍ଦିଷ୍ଟ ହୋଇଯାଏ।
ଚାଟୁକାର ସାଧାରଣତଃ କିଛି ଲାଭ ଓ ଅଯଥା ଅନୁଗ୍ରହ ପାଇବାକୁ ଚେଷ୍ଟା କରି ସେଥିରେ ସମ୍ପର୍କକୁ ଦୃଢୀଭୂତ କରିଥାନ୍ତି। ପୂର୍ବେ ରାଜତନ୍ତ୍ର ସମୟରେ ଓ ଏପରି କି ମୋଗଲ, ମରହଟ୍ଟା, ସୁଲତାନ, ଇଂରେଜ ଆଦି ଶାସନ ସମୟରେ ତୋଷାମଦକାରୀମାନେ ଖୋଲାଖୋଲି ଭାବରେ ରାଜାମାନଙ୍କର ପ୍ରଶଂସା ଗାନ କରି ରାଜକୀୟ ପୃଷ୍ଠପୋଷକତା ହାସଲ କରୁଥିଲେ। ମାତ୍ର ସାମ୍ପ୍ରତିକ ଗଣତାନ୍ତ୍ରିକ ବ୍ୟବସ୍ଥା ଓ ଏକବିଂଶ ଶତାବ୍ଦୀର ନୂତନ ଜ୍ଞାନକୌଶଳରେ ପଦାର୍ପଣ କରି ମଧ୍ୟ ମଣିଷ ସ୍ବାର୍ଥକୁ ହାସଲ କରିବା ପାଇଁ ତୋଷାମଦି ଦ୍ୱାରା ନିଜର ମାନବିକ ମୂଲ୍ୟବୋଧକୁ ସ୍ବାର୍ଥ ନିକଟରେ ବଳି ଦେଉଛି। ତୋଷାମଦି ସିଏ କରେ, ଯାହାର ନିଜ ଉପରେ ବିଶ୍ୱାସ ନଥାଏ ଓ ଯିଏ ନୀତିହୀନ ବା ଆଦର୍ଶବିହୀନ ହୋଇଥାଏ। ଅନ୍ୟର ଦୟାରେ ବଞ୍ଚିବାକୁ ଭଲ ପାଉଥିବା ବ୍ୟକ୍ତି ତୋଷାମଦିର ତୀର୍ଥକ୍ଷେତ୍ରକୁ ପଦାର୍ପଣ କରିଥାନ୍ତି। ସମ୍ପ୍ରତି ସଭ୍ୟ ସମାଜର ପ୍ରତ୍ୟେକ ପଦକ୍ଷେପରେ ଆମେ ତୋଷାମଦିର ଚାଟୁକାର କଳାର ଅଭ୍ୟାସକାରୀମାନଙ୍କ ସଂସ୍ପର୍ଶରେ ଆସିଥାଉ। ପ୍ରତ୍ୟେକ ତୋଷାମଦକାରୀ ଚାଟୁକାରର ଚାତୁରୀରେ ନିଜକୁ ମୁନିବଙ୍କ ନିକଟରେ ସମର୍ପଣ କରିଥାନ୍ତି ଓ ଅତ୍ୟନ୍ତ ଶାନ୍ତ ସରଳ ଦୃଶ୍ୟମାନ ହୋଇଥାନ୍ତି, ଯାହାର ପ୍ରକୃତ ପରିଚୟ ହୋଇ ନ ଥାଏ। ତୋଷାମଦି ଚାଟୁକାରର ତୀର୍ଥକ୍ଷେତ୍ର ହେଉଛି ଏକ ନିଶାଯୁକ୍ତ ମୃଦୁପାନୀୟ, ଯାହା ଏକ ଖରାପ ଅନୁସରଣକୁ ଗତିକରିଥାଏ ଓ ଏହା ଭଲ ଲୋକଙ୍କୁ ବହୁ ଦୂରକୁ ଠେଲି ମୌଳିକତାକୁ ହତ୍ୟା କରେ। ତୋଷାମଦି ଏକପ୍ରକାର ଧଳା ମିଛ, ଯାହା ନୁହେଁ ତାହା ହୋଇଛିରେ ପରିବର୍ତ୍ତନ କରି ଅଜ୍ଞତାକୁ ଧଳା ପୋଷାକ ଦାରା ଆବୃତ୍ତ କରାଯାଏ ଓ ସମାଜ ନିକଟରେ ଏକ ଭ୍ରାନ୍ତ ଧାରଣା ସୃଷ୍ଟି କରାଯାଏ।
ପରିଚୟର ସଂଜ୍ଞାକୁ ବିଶ୍ଳେଷଣ କଲେ ଦୃଶ୍ୟମାନ ହୋଇଥାଏ ଯେ ତୋଷାମଦିକୁ ପ୍ରଶ୍ରୟ ଦେଉଥିବା ବ୍ୟକ୍ତି ହେଉଛନ୍ତି ଅପାରଗ ବା ଅଜ୍ଞ, ଯାହାର ନିଜର ବିଚାରଧାରାରେ ନିଜେ ଦୁର୍ବଳ ହୋଇଥିବାରୁ ଅଯଥା ପ୍ରଶଂସାରେ ସେ ନିଜକୁ ଗୌରବାନ୍ବିତ ହୋଇଥାଏ। ସମ୍ପ୍ରତି ସମାଜର ଯେଉଁ ବିଘଟନ ସୃଷ୍ଟି ହୋଇଛି, ସେଥିପାଇଁ ବ୍ୟକ୍ତିର ଆତ୍ମିକ ଚରିତ୍ର କେବଳ ଦାୟୀ ବୋଲି ବିବେଚନା କରିବାକୁ ପଡିବ। କାରଣ ଉପଯୁକ୍ତ ଅନୁପଯୁକ୍ତ ବା ଠିକ୍‌ ଭୁଲର ନିର୍ଣ୍ଣୟ ମଣିଷ କରିବାକୁ ଯଦି ଅସମର୍ଥ, ତେବେ କ୍ଷମତାର ‘କା’ରେ ତୋଷାମଦିର ତୀର୍ଥକ୍ଷେତ୍ରରେ ମଣିଷ ନିଜକୁ ନିମଜ୍ଜିତ କରିବାରେ ବାସ୍ତବିକତା ନ ଥାଏ। ଆଜିର ସମାଜରେ ଅନେକ ସ୍ଥାନରେ ବ୍ୟକ୍ତି ଅନେକ କିଛି ଉତ୍କର୍ଷ ବା ଜନହିତକର ତଥା ସାମାଜିକ କାର୍ଯ୍ୟ କରି ନିଜର ବ୍ୟକ୍ତିଗତ ସାର୍ଥକୁ ଆହୁତି ଦେଉଛି। ମାତ୍ର ସମାଜ ତାହାକୁ ଅନେକାଂଶରେ ଉପଯୁକ୍ତ ସମ୍ମାନ ଓ ମାନ୍ୟତା ଦେଇପାରେ ନାହିଁ, କାରଣ ସେଠାରେ ନ ଥାଏ କ୍ଷମତା ବା କିଛି ପାଇବାର ଆଶା। ବ୍ୟକ୍ତି ଯଦି ଧନୀ ଓ କ୍ଷମତାରେ ଥାଏ, ତେବେ ତୋଷାମଦିର ତୀର୍ଥକ୍ଷେତ୍ର ସେଇଠି ମାନ୍ୟତା ପାଇଥାଏ, ଯାହାକୁ ସ୍ବାର୍ଥର କଣିକାରେ ବ୍ୟକ୍ତି ସିଞ୍ଚନ କରି ପବିତ୍ର ଅନୁଭବ କରିଥାଏ। ଅତଏବ ତୋଷମଦିର ତୀର୍ଥକ୍ଷେତ୍ର ହେଉଛି ସ୍ବାର୍ଥର ଏକ ନୀତିହୀନ ଭୂମି, ଯେଉଁଠି ମଣିଷ ନିଜକୁ ପ୍ରଚ୍ଛଦରେ ପୂର୍ଣ୍ଣାହୁତି ଦେଇଥାଏ ବିବେକର ବିଚାରାଳୟରେ।
ସହାୟକ ନିର୍ଦ୍ଦେଶକ, ଜାତୀୟ ଅଭିଲେଖାଗାର, ଭାରତ ସରକାର
ମୋ: ୯୯୩୭୩୪୫୯୦୦


Enter your email to get our daily news in your inbox.

All Right Reserved By Dharitri.Com

ଗୁଜରାଟ ମଡେଲର ସ୍ଥିତି

ଭାରତୀୟ ଜନତା ପାର୍ଟି (ଭାଜପା) ପ୍ରାୟ ୩୦ ବର୍ଷ ଧରି ନିରବଚ୍ଛିନ୍ନ ଭାବରେ ଗୁଜରାଟରେ ଶାସନ କରିଆସୁଛି। ବାସ୍ତବରେ ଗୁଜରାଟ ଏକ ଦୁଇ-ଦଳୀୟ ରାଜ୍ୟ। କିନ୍ତୁ ବାବ୍ରୀ…

ବୈଜ୍ଞାନିକ ଦୃଷ୍ଟିକୋଣ

ବିଜ୍ଞାନ ଯୁଗର ବୈଜ୍ଞାନିକମାନଙ୍କୁ ଦେଖିଲେ ଆମେ ବିଜ୍ଞାନଠାରୁ ଅନେକ ଦୂରରେ ରହିଲା ପରି ମନେହୁଏ। ଆମେ ଭାବୁ, ବିଜ୍ଞାନ କେବଳ ବୈଜ୍ଞାନିକର ସମ୍ପତ୍ତି। କାହିଁକି ନା ବିଜ୍ଞାନ…

ମାତୃଭାଷା ଓ ସାମଗ୍ରିକ ପ୍ରଗତି

ଜଗତୀକରଣ, ପ୍ରଯୁକ୍ତି ବିପ୍ଳବ ଓ ଆର୍ଥିକ ପ୍ରତିସ୍ପର୍ଦ୍ଧାର ଏହି ଯୁଗରେ ଭାଷା ପ୍ରଶ୍ନ ପୁଣିଥରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇଉଠିଛି। ସରକାରଙ୍କ ଶିକ୍ଷାନୀତି, ଶିକ୍ଷିତ ଅଭିଭାବକଙ୍କ ଏଥିପ୍ରତି ଅନାଶକ୍ତି,…

ଡିଜିପି ନିଯୁକ୍ତିରେ ବିଳମ୍ବ

ସୁପ୍ରିମକୋର୍ଟ ‘କାର୍ଯ୍ୟକାରୀ ଡିଜିପି’ ସଂସ୍କୃତିକୁ ଏକ ଗୁରୁତର ସାଙ୍ଗଠନିକ ତ୍ରୁଟି ଭାବରେ ସୂଚିତ କରିବା ପରେ ବି ପଞ୍ଜାବ ଏବେ ନିୟମିତ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ନିଯୁକ୍ତ…

ଏଇ ଭାରତରେ

ଆନ୍ଧ୍ରପ୍ରଦେଶ ଅନନ୍ତପୁର ଜିଲାର ମରୁଡ଼ିପ୍ରବଣ ଅଞ୍ଚଳରେ ଭାରତୀୟ ବନ ସେବା ଅଧିକାରୀ(ଆଇଏଫ୍‌ଏସ୍‌) ବିନିତ କୁମାର ଓ ତାଙ୍କ ସ୍ତ୍ରୀ ତଥା ବନ୍ୟପ୍ରାଣୀ ସଂରକ୍ଷକ ରୂପା ଯାଦବ ଜଳାଶୟ…

ଶବ୍ଦଘାତକର ଯୁଗଯନ୍ତ୍ରଣା

ଡାକବାଜି,, ଡିଜେ, ବାଣ ଆଦି ଶବ୍ଦ ପ୍ରଦୂଷଣ ସୃଷ୍ଟିକାରୀ ଉପାଦାନ ଏବେ କେବଳ ଆଉ ପାର୍ବଣ ପାଳନ ମଧ୍ୟରେ ସୀମିତ ରହିନାହିଁ। ସହର ବଜାରରୁ ଆରମ୍ଭ କରି…

ପ୍ଲାଷ୍ଟିକମୟ ପୃଥିବୀ

ପୃଥିବୀ ସମ ଏକ ସୁନ୍ଦର ଗ୍ରହ ନାହିଁ କହିଲେ ଅତ୍ୟୁକ୍ତି ହେବନାହିଁ, ଯେଉଁଠାରେ ଆମେ ଜନ୍ମ ଗ୍ରହଣ କରି ନିଜକୁ ଭାଗ୍ୟବାନ ମନେକରୁ। କାରଣ ପୃଥିବୀ ଆମକୁ…

ବିଦ୍ରୋହୀ ରାଜା

୧୯୮୯ରେ ଆମେରିକାରେ ଗ୍ରୀଷ୍ମଋତୁ (ଜୁନ-ଅଗଷ୍ଟ)ରେ ଫ୍ରାନ୍ସିସ ଫୁକୁୟାମା ‘ଇତିହାସର ଶେଷ’ ସିଦ୍ଧାନ୍ତ ଉପସ୍ଥାପନ କରିଥିଲେ। ତାଙ୍କ ଦୃଷ୍ଟିକୋଣରେ ଉଦାରବାଦୀ ଗଣତାନ୍ତ୍ରିକ ପୁଞ୍ଜିବାଦ ବା ପାଶ୍ଚାତ୍ୟ ଉଦାରବାଦ ଗଣତନ୍ତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri