ତୈଳ ପରିବହନ ଖର୍ଚ୍ଚରେ ଅଚାନକ ୨୮% ବୃଦ୍ଧି; ଆହୁରି ବଢ଼ିବ ପେଟ୍ରୋଲ, ଡିଜେଲ ଦର

ନୂଆଦିଲ୍ଲୀ,୨୮-୯: ସୌଦି ଆରବର ଆରାମ୍‌କୋ ତୈଳ ପ୍ଲାଣ୍ଟରେ ଡ୍ରୋନ ଆକ୍ରମଣ ପରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ(କ୍ରୁଡ୍‌) ଦର ହଠାତ ବଢ଼ିଯାଇଛି। ଫଳସ୍ବରୂପ ଦେଶରେ ପେଟ୍ରୋଲ ଓ ଡିଜେଲ ଦରରେ ନିଆଁ ଲାଗିଛି। ତେବେ ଆଗାମୀ ଦିନରେ ଏହି ନିଆଁ ଆହୁରି କୁହୁଳିବାକୁ ଯାଉଛି। ଚାଇନାର ସର୍ବବୃହତ ତୈଳ ପରିବହନକାରୀ କମ୍ପାନୀ କସ୍‌କୋ ଉପରେ ଆମେରିକା ଦ୍ୱାରା କଟକଣା ଜାରି କରିଯିବାକୁ ଏହାର କାରଣ ବୋଲି କୁହାଯାଉଛି। ଏହି କାରଣରୁ ଏବେ ମିଡିଲ ଇଷ୍ଟ୍‌ରୁ ଏସିଆକୁ ଅଶୋଧିତ ତୈଳ ପରିବହନ ଭଡା ଶୁକ୍ରବାର ଅଚାନକ ୨୮% ବଢ଼ିଯାଇଛି।
ନ୍ୟୁଜ୍‌ ଏଜେନ୍ସି ରଏଟର୍ସର ରିପୋର୍ଟ ମୁତାବକ ଇରାନର ତେଲକୁ କସ୍‌କୋ କମ୍ପାନୀ ଅନ୍ୟ ରାଷ୍ଟ୍ରକୁ ପରିବହନ କରୁଥିଲା ବୋଲି ଆମେରିକା ଅଭିଯୋଗ କରିଛି। ଏହା ଆମେରିକାର କଟକଣାକୁ ଉଲ୍ଲଂଘନ କରିଥିବା କୁହାଯାଉଛି। କସ୍‌କୋର ଦୁଇଟି ୟୁନିଟ୍‌ ଓ ଅନ୍ୟ କେତେକ କମ୍ପାନୀ ବିରୋଧରେ ଆମେରିକା ପକ୍ଷରୁ କଟକଣା ଜାରି କରାଯାଇଛି। ଉଲ୍ଲେଖ କରାଯାଇପାରେ ଯେ, ଅଶୋଧିତ ତୈଳ ପରିବହନ କ୍ଷେତ୍ରରେ କସ୍‌କୋ ବିଶ୍ୱର ସର୍ବବୃହତ କମ୍ପାନୀ। ଏହା ନିକଟରେ ୫୦ରୁ ଅଧିକ ସୁପର ଟ୍ୟାଙ୍କର ରହିଛି। ସିଙ୍ଗାପୁରସ୍ଥିତ ଜଣେ ତୈଳ ବ୍ୟବସାୟୀଙ୍କ ପକ୍ଷରୁ କୁହାଯାଇଛି ଯେ, କସ୍‌କୋ ଉପରେ କଟକଣା ଲାଗୁ ହେବା ପରେ ତୈଳ କିଣୁଥିବା ଦେଶଗୁଡ଼ିକ ନିଜର ଅଶୋଧିତ ତେଲ ପରିବହନ ପାଇଁ ସୁପର ଟ୍ୟାଙ୍କର ଅଥବା ଅତି ବୃହତ କ୍ରୁଡ୍‌ କ୍ୟାରିୟର ଭଡ଼ା ନେବାକୁ ବ୍ୟଗ୍ର ହୋଇ ଉଠିଛନ୍ତି। ଫଳରେ ମିଡିଲ ଇଷ୍ଟ୍‌ରୁ ଉତ୍ତର ଏସିଆକୁ ତେଲ ପରିବହନ ଭଡ଼ା ରାତାରାତି ୧୯% ବୃଦ୍ଧି ପାଇଛି। ଫଳରେ ପ୍ରତ୍ୟେକ ତେଲ ଜାହାଜ ଭଡ଼ା ବାବଦରେ ତୈଳ କ୍ରେତା ଦେଶଗୁଡ଼ିକ ଅତିରିକ୍ତ ୬ ଲକ୍ଷ ଡଲାର ଖର୍ଚ୍ଚ କରିବାକୁ ହେବ। ତୈଳ ଶିଳ୍ପ ସୂତ୍ରରୁ ପ୍ରକାଶ ଯେ, ମଧ୍ୟପୂର୍ବରୁ ଭାରତର ପଶ୍ଚିମ ତଟ ପର୍ଯ୍ୟନ୍ତ ଅକ୍ଟୋବର ଦ୍ୱିତୀୟ ସପ୍ତାହର ଭଡ଼ା ୨୮% ବୃଦ୍ଧି ପାଇଛି। କାରଣ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ ପକ୍ଷରୁ ଦୁଇଟି ସୁପର ଟ୍ୟାଙ୍କର ଭଡ଼ା ନିଆଯାଇଛି। ଏସିଆରେ ସର୍ବାଧିକ ଅଶୋଧିତ ତେଲ କିଣୁଥିବା ତାଇଓ୍ବାନର ପେଟ୍ରୋକେମିକାଲ କମ୍ପାନୀ ଫରମୋସା ପେଟ୍ରୋକେମିକାଲର ମୁଖପାତ୍ର କେ.ଓ୍ବାଇ ଲିନ୍‌ କହିଛନ୍ତି ଯେ, ବଜାରରେ ଏବେ ଭୟ ଖେଳି ଯାଇଛି। ରିଫାଇନେରି କମ୍ପାନୀଗୁଡ଼ିକ ପ୍ରତିଷେଧାମତ୍କ ପଦକ୍ଷେପ ନେଉଛନ୍ତି। କସ୍‌କୋ ବିରୋଧରେ କଟକଣା ଲାଗୁ କରିବା ଯୋଗୁ ଏହା କେତେ ମାତ୍ରାରେ ପରିବହନକୁ ପ୍ରଭାବିତ କରୁଛି, ସେ ସମ୍ପର୍କରେ ତର୍ଜମା ହେଉଛି ବୋଲି ଲିନ୍‌ କହିଛନ୍ତି। ସୌଦି ଡ୍ରୋନ୍‌ ଆକ୍ରମଣ ପରେ ଦେଶରେ ପେଟ୍ରୋଲ ଲିଟର ପିଛା ଦର ପ୍ରାୟ ୭୩ ଟଙ୍କା ଟପିଲାଣି। ଡିଜେଲ ଦର ମଧ୍ୟ ୭୨ ଟଙ୍କା ଟପିଛି। ଏପରିପ୍ରେକ୍ଷୀରେ ତୈଳ ପରିବହନ ଖର୍ଚ୍ଚ ବଢ଼ିଲେ ଦେଶର ତୈଳ କମ୍ପାନୀଗୁଡ଼ିକ ପେଟ୍ରୋଲ ଓ ଡିଜେଲ ଦର ଆହୁରି ବଢ଼ାଇବାକୁ ବାଧ୍ୟ ହେବେ ଏଥିରେ ସନ୍ଦେହ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରମ୍ପଙ୍କ ଅଲ୍ଟିମେଟମ୍‌: ଆଜି ରାତିରେ ଗୋଟିଏ ସଭ୍ୟତାର ବିନାଶ ନିଶ୍ଚିତ, ବିଶ୍ୱରେ ଚହଳ

ୱାଶିଂଟନ/ତେହେରାନ,୭।୪: ହର୍ମୁଜ ପ୍ରଣାଳୀ ଖୋଲିବାକୁ ନେଇ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦ ଏବେ ଚରମ ସୀମାରେ ପହଞ୍ଚିଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବିସ୍ଫୋରକ…

ସିଜିମାଳି ଖଣିରେ ରାସ୍ତା ନିର୍ମାଣକୁ ନେଇ ତୁମୁଳକାଣ୍ଡ: ଗ୍ରାମବାସୀ-ପୋଲିସ ମୁହାଁମୁହିଁ, ୧୦୦ରୁ ଊର୍ଦ୍ଧ୍ୱ ଆହତ,ଗିରଫ ଭୟରେ…

ରାୟଗଡ଼ା,୭।୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ସିଜିମାଳି ପାହାଡରେ ରାସ୍ତା ନିର୍ମାଣକୁ ନେଇ ସମଗ୍ର ଅଞ୍ଚଳ ଅଶାନ୍ତ ହୋଇପଡିଛି। ରାସ୍ତା ନିର୍ମାଣ କାର୍ଯ୍ୟକୁ ବିରୋଧ କରି କାଶୀପୁର…

ଜବରଦସ୍ତ Family Pack, କରିବାକୁ ପଡିବନି ଅଲଗା ଅଲଗା ରିଚାର୍ଜ! ଗୋଟିଏ ପ୍ଲାନରେ ସବୁ ଫ୍ରି….

ଆପଣ କ’ଣ ଆପଣଙ୍କ ପରିବାରର ଚାରି ଜଣ ସଦସ୍ୟଙ୍କ ପାଇଁ ପୃଥକ ପୃଥକ ରିଚାର୍ଜ କରୁଛନ୍ତି? ପ୍ରତି ମାସରେ ୧୫୦୦ରୁ ୨୦୦୦ ଟଙ୍କା ଖର୍ଚ୍ଚ କରୁଛନ୍ତି? ପ୍ରତ୍ୟେକ…

ସୀମାରେ ସାପ-କୁମ୍ଭୀର ଛାଡିବ ଭାରତ! ଶୁଣିକି ଛାନିଆ ହେଲା ପାକ୍‌-ବାଂଲାଦେଶ

ନୂଆଦିଲ୍ଲୀ,୭।୪: ଭାରତ-ବାଂଲାଦେଶ ସୀମାରେ ଅବୈଧ ଅନୁପ୍ରବେଶକୁ ରୋକିବା ପାଇଁ ବିଏସଏଫ ଏକ ଅଭିନବ ପଦ୍ଧତି ପ୍ରସ୍ତୁତ କରିଛି। ସୋମବାର ଅଧିକାରୀମାନେ ପ୍ରକାଶ କରିଛନ୍ତି ଯେ ସୀମା ସୁରକ୍ଷା…

୮ ଏପ୍ରିଲରୁ ଏୟାର ଇଣ୍ଡିଆର ଯାତ୍ରା ହେବ ମହଙ୍ଗା! ଜାଣନ୍ତୁ କେତେ ବଢ଼ିବ

ନୂଆଦିଲ୍ଲୀ,୭।୪: ଟାଟା ଗ୍ରୁପ୍ ନେତୃତ୍ୱରେ ପରିଚାଳିତ ବିମାନ କମ୍ପାନୀ ଏୟାର ଇଣ୍ଡିଆ ଯାତ୍ରୀମାନଙ୍କୁ ଏକ ଝଟକା ଦେଇଛି । ବଢି଼ପାରେ ଭଡ଼ା । କମ୍ପାନୀ ୮ ଏପ୍ରିଲରୁ…

ଗ୍ରାହକକୈନ୍ଦ୍ରିକ ଆଭିମୁଖ୍ୟ ଆମକୁ ସ୍ବତନ୍ତ୍ର କରିଛି: ଜୀବନ କୁମାର ବଡୁ

ଓଡ଼ିଶାର ବିଦ୍ୟୁତ୍‌ ଭିତ୍ତିଭୂମି କ୍ଷେତ୍ରର ଅନ୍ୟତମ ପ୍ରତିଷ୍ଠିତ ସଂସ୍ଥା ଭୁବନେଶ୍ୱରର ମଞ୍ଚେଶ୍ୱର ଶିଳ୍ପାଞ୍ଚଳସ୍ଥିତ ‘ଓଡ଼ିଶା ଟ୍ରାନ୍ସଫର୍ମର୍ସ ପ୍ରାଇଭେଟ ଲିମିଟେଡ’ (ଓଟିପିଏଲ୍‌) ର ପରିଚାଳନା ନିର୍ଦ୍ଦେଶକ ହେଉଛନ୍ତି ଜୀବନ…

ପଶ୍ଚିମ ଏସିଆ ଯୁଦ୍ଧ, ଭାରତରେ ୨୦-୨୫% ମହଙ୍ଗା ହେବ କପଡ଼ା

ନୂଆଦିଲ୍ଲୀ,୭।୪: ପଶ୍ଚିମ ଏସିଆ ଯୁଦ୍ଧ ଏବେ ଭାରତର ସାଧାରଣ ଲୋକଙ୍କ ପକେଟ ଉପରେ ପ୍ରଭାବ ପକାଉଛି। ଖାଦ୍ୟ, ପେଟ୍ରୋଲ ଏବଂ ଗାଡ଼ି ମରାମତି ପରେ ଏବେ କପଡ଼ା…

ମାଷ୍ଟର ନାହାନ୍ତି

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ) ପକ୍ଷରୁ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ନୂଆ ପାଠ୍ୟକ୍ରମ ଅଣାଯାଇଛି। ଛାତ୍ରୀଛାତ୍ରମାନେ ୩ଟି ଭାଷା ପଢ଼ିବାର ବ୍ୟବସ୍ଥା ହୋଇଥିବା ବେଳେ ସେଥିମଧ୍ୟରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri