ତୈଳୀୟ ତ୍ୱଚାର ଯତ୍ନ

ଋତୁ ବଦଳିବା ମାତ୍ରେ ତା’ର ପ୍ରଭାବ ତ୍ୱଚା ଉପରେ ପଡ଼ିଥାଏ। ବିଶେଷ କରି ବର୍ଷାଦିନେ ତୈଳୀୟ ତ୍ୱଚାରେ ବ୍ରଣ ଏବଂ ଲାଲ୍‌ ଦାନା ଭଳି ଫଳିଯାଏ। ତେବେ ଏହାର ଉପଚାର ପାଇଁ ଜାଣନ୍ତୁ କିଛି ଟିପ୍ସ…।ତ୍ୱଚାର ଲୋମଛିଦ୍ରକୁ ତୈଳମୁକ୍ତ ରଖନ୍ତୁ। ମୁହଁକୁ ସଫା କରିବା ପାଇଁ ଆଷ୍ଟ୍ରିଜେଣ୍ଟ୍‌ ଟୋନର ବ୍ୟବହାର କରନ୍ତୁ।
ତୈଳୀୟ ତ୍ୱଚା ହୋଇଥିଲେ ମେଡିକେଟେଡ୍‌ ସାବୁନ୍‌ କିମ୍ବା କ୍ଲିଞ୍ଜରରେ ମୁହଁକୁ ଦିନକୁ ୨ ଥର ଧୁଅନ୍ତୁ। ଗୋଲାପ ମିଶିଥିବା ସ୍କିନ୍‌ ଟୋନର ବି ଲଗାଇପାରିବେ।
ମୁହଁରେ ଧଳା ଦାଗ ଥିଲେ ଫେସିଆଲ୍‌ ସ୍କ୍ରବ୍‌ ଲଗାନ୍ତୁ। କିନ୍ତୁ ମୁହଁରେ ବ୍ରଣ କିମ୍ବା ଆଲର୍ଜି ହୋଇଥିଲେ ସ୍କ୍ରବ୍‌ର ବ୍ୟବହାର କରନ୍ତୁ ନାହିଁ। ଚାଉଳ ଗୁଣ୍ଡରେ ଗୋଲାପ ଜଳ ମିଶାଇ ପ୍ରତିଦିନ ଅନ୍ତତଃ ଥରେ ଲଗାନ୍ତୁ।
ଏହିଦିନେ ପାଦର ଉପଯୁକ୍ତ ଯତ୍ନ ନିଅନ୍ତୁ। ଯାହାଦ୍ୱାରା ଫଙ୍ଗାଲ ଇନ୍‌ଫେକ୍ସନ ହୁଏ ନାହିଁ। ପାଦକୁ ଭଲଭାବେ ଧୋଇ ସାରି ପୋଛନ୍ତୁ। ପାଦରେ ପାଉଡର ଲଗାନ୍ତୁ। ସବୁବେଳେ ଓପନ୍‌ ଫୁଟ୍‌ ଓ୍ବେର ପିନ୍ଧନ୍ତୁ।
ଭଲ କମ୍ପାନୀର ଶାମ୍ପୋ ଏବଂ କଣ୍ଡିଶନର ବ୍ୟବହାର କରନ୍ତୁ । ଯାହାଦ୍ୱାରା କେଶର ନମନୀୟତା ବଜାୟ ରହିଥାଏ।
ପ୍ରତିଦିନ କେଶରେ ତେଲ ଲଗାଇ ମସାଜ୍‌ କରନ୍ତୁ। ଏହା କେଶକୁ ମଜଭୁତ ରଖିବ। ଆପଣ ଚାହିଁଲେ ଷ୍ଟିମିଂ ବି କରିପାରିବେ।
ନଖକୁ ପରିଷ୍କାର ରଖନ୍ତୁ। ଯାହାଦ୍ୱାରା କୌଣସି ଇନ୍‌ଫେକ୍ସନ ରହିବ ନାହିଁ। ସାବଧାନତାର ସହ ପେଡିକିଓର ଓ ମିନିକିଓର କରନ୍ତୁ।