ତେଲ ଟ୍ୟାଙ୍କର ଜବତ, ଡ୍ରାଇଭର କୋର୍ଟ ଚାଲାଣ

ଚଣ୍ଡିଖୋଲ,୧୯ା୮(ଡି.ଏନ୍‌.ଏ.)- ୫ନଂ କ ଜାତୀୟ ରାଜପଥର ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ କଟିକଟା ଛକ ନିକଟରେ ଶନିବାର ଏକ ଡ୍ରାଇଭର ତେଲ ବିକ୍ରି କରୁଥିବା ଅଭିଯୋଗରେ ପୋଲିସ ତାଙ୍କୁ ଗିରଫ କରିଥିଲା। ଏଥିସହ ଟ୍ୟାଙ୍କରଟିକୁ ଜବତ କରିଛି। ଗିରଫ ଡ୍ରାଇଭର ହେଲେ ଭୁବନେଶ୍ୱର ଶାନ୍ତିପୁର ବସ୍ତିର କେଦାରସନ ପ୍ରଧାନ। ଏ ନେଇ ପୋଲିସ ଏକ ମାମଲା (ନଂ-୨୦୫/୧୯) ରଜୁକରି ତାଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନାଧିକାରୀ ସୁକାନ୍ତ ପାତ୍ର ସୂଚନା ଦେଇଛନ୍ତି।