ତେଲ ଟ୍ୟାଙ୍କରରୁ ଗଞ୍ଜେଇ ଜବତ, ଜଣେ ଗିରଫ

ରାଇକିଆ,୨୨।୫(ଡି.ଏନ୍‌.ଏ.)- କନ୍ଧମାଳ ଜିଲା ରାଇକିଆ ପୋଲିସ ଏକ ତେଲ ଟ୍ୟାଙ୍କରରୁ ଗଞ୍ଜେଇ ଜବତ କରିବା ସହ ଚାଳକଙ୍କୁ ଗିରଫ କରିଛି। ସେ ହେଲେ ନୟାଗଡ ଜିଲାର ଗୋଲକ ବିହାରୀ ଦାସ। ଶୁକ୍ରବାର ଭୋରରେ ପେଟ୍ରୋଲିଂ ଟିମ୍‌ ତେଲ ଟ୍ୟାଙ୍କରକୁ ଅଟକାଇ ଯାଞ୍ଚବେଳେ ସେଥିରୁ ଗଞ୍ଜେଇ ମିଳିଥିଲା। ଡ୍ରାଇଭର ସିଟ୍‌ ପଛପଟେ ତିନୋଟି ପ୍ୟାକେଟରେ ଏହା ଥିଲା। ରାଇକିଆ ତହସିଲଦାର ସାରଦାକାନ୍ତି ଦଳେଇଙ୍କ ଉପସ୍ଥିତିରେ ଜବତ ଗଞ୍ଜେଇ ଓଜନ କରାଯିବା ପରେ ୫୦ କେଜି ଥିବା ଜଣା ପଡିଥିଲା। ନଂ.୨୮/୨୦ରେ ରାଇକିଆ ଥାନାରେ ମାମଲା ରୁଜୁ ହୋଇଥିବା ଥାନା ଅଧିକାରୀ ଅଲେଖ ଗରଡିଆ କହିଛନ୍ତି।