Categories: ଜାତୀୟ

ତେଲେଙ୍ଗାନାରେ କଂଗ୍ରେସକୁ ବଡ ଝଟକା: ଦଳ ଛାଡି ଟିଆରଏସରେ ଯୋଗଦେବେ ୧୨ ବିଧାୟକ

ହାଇଦ୍ରାବାଦ, ୬।୬: ତେଲେଙ୍ଗାନାରେ କଂଗ୍ରେସକୁ ବଡ ଝଟକା ଲାଗିଛି। ରାଜ୍ୟରେ କଂଗ୍ରେସର ୧୮ ବିଧାୟକଙ୍କ ମଧ୍ୟରୁ ୧୨ ବିଧାୟକ ଦଳ ଛାଡି କେ. ଚନ୍ଦ୍ରଶେଖର ରାଓଙ୍କ ନେତୃତ୍ୱାଧୀନ ତେଲେଙ୍ଗାନା ରାଷ୍ଟ୍ର ସମିତି(ଟିଆରଏସ)ରେ ଯୋଗ ଦେବାକୁ ଚାହୁଁଛନ୍ତି। ଏନେଇ ସେମାନେ ବିଧାନସଭା ବାଚସ୍ପତିଙ୍କୁ ଭେଟି ଏକ ପତ୍ର ଦେଇଛନ୍ତି। ଲୋକ ସଭା ନିର୍ବାଚନରେ କଂଗ୍ରେସ ଶୋଚନୀୟ ପରାଜୟ ଭୋଗିବା ପରେ ବିଭିନ୍ନ ରାଜ୍ୟରୁ କଂଗ୍ରେସ ନେତାମାନେ ଦଳ ଛାଡି ଅନ୍ୟ ଦଳରେ ଯୋଗ ଦେଉଥିବା ଲକ୍ଷ୍ୟ କରାଯାଉଛି। ସୂଚନାଯୋଗ୍ୟ, ତେଲେଙ୍ଗାନାରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ୧୧୯ଟି ସିଟରୁ ୮୮ ଆସନ ଜିତି ଟିଆରଏସ୍‌ ସରକାର ଗଢିଥିଲା। କଂଗ୍ରେସର ମାତ୍ର ୧୮ଟି ଆସନରେ ବିଜୟୀ ହୋଇଥିଲା। ସେହିପରି ଲୋକ ସଭା ନିର୍ବାଚନରେ ଫଳାଫଳ ଆସିବା ପରେ ରାଜ୍ୟରେ ଦଳର ନେତୃତ୍ୱକୁ ନେଇ କଂଗ୍ରେସର କିଛି ବିଧାୟକ ଅସନ୍ତୁଷ୍ଟ ଥିଲେ।

Share