ତେଲନଦୀରେ ବନ୍ୟାଜଳ: ୮ ପଞ୍ଚାୟତକୁ ଯୋଗାଯୋଗ ବିଚ୍ଛିନ୍ନ

କଣ୍ଟାମାଳ,୧୩।୮(ଡି.ଏନ୍‌.ଏ.): ବୌଦ୍ଧ ଜିଲାର ତେଲନଦୀରେ ବନ୍ୟାଜଳ ଆସିବାରୁ ୮ ପଞ୍ଚାୟତକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡ଼ିଛି। ଉଦେପୁରଠାରେ କଣ୍ଟାମାଳ-ବାଲିଗୁଡା ରାସ୍ତାରେ ୪ ଫୁଟ ଉଚ୍ଚରେ ବନ୍ୟାଜଳ ପ୍ରବାହିତ ହେଉଥିବା ଦେଖିବାକୁ ମିଳିଛି। ଏ ନେଇ ଅଞ୍ଚଳର ପ୍ରାୟ ୪୦ ହଜାର ଲୋକ ପ୍ରଭାବିତ ହେବା ସହ ଯାନବାହନ ଚଳାଚଳ ମଧ୍ୟ ବନ୍ଦ ରହିଛି। ଏଭଳି ସ୍ଥିତିରେ ଲୋକେ ଡଙ୍ଗା ଉପରେ ଭରସା କରିଥିବା ଜଣାପଡ଼ିଛି।