ତେଲଙ୍ଗାନାରୁ ଫେରିଲା ଦାଦନ ଶ୍ରମିକଙ୍କ ମୃତଦେହ

ଖପ୍ରାଖୋଲ, ୩୧ା୫(ଡି.ଏନ.ଏ.)-ତେଲଙ୍ଗାନା ରାଜ୍ୟକୁ ଦାଦନ ଶ୍ରମିକଭାବେ କାମ କରିବାକୁ ଯାଇ ଜୀବନ ହରାଇଛନ୍ତି ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ରେଙ୍ଗାଲି ପଞ୍ଚାୟତ ଅନ୍ତର୍ଗତ ଭରୁଆମୁଣ୍ଡା ଗାଁର ବାଲେଶ୍ୱର ମାଝୀ(୨୦)। ରବିବାର ତାଙ୍କ ମୃତଦେହ ଏଠାକୁ ଆସିବା ପରେ ଶୋକର ଛାୟା ଖେଳିଯାଇଛି। ଘରେ ବିଧବା ମା’ ନିଜ ରୋଜଗାରିଆ ପୁଅକୁ ହରାଇ ଭାଙ୍ଗି ପଡିଥିବା ବେଳେ ୧୦ବର୍ଷର ସାନଭାଇ ଯେମିତି ନିର୍ବାକ ହୋଇଯାଇଛନ୍ତି। ଗତ ସେପ୍ଟେମ୍ବର ମାସରେ ତେଲଙ୍ଗାନା ରାଜ୍ୟ କାମାରେଡ୍ଡୀ ଜିଲାର ଏକ ଇଟାଭାଟିକୁ କାମ କରିବାକୁ ଯାଇଥିଲେ ବାଲେଶ୍ୱର। ଗତ ଶୁକ୍ରବାର ସେଠାରେ ଏକ ଟ୍ରାକ୍ଟର ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା ା ଇଟାଭାଟି ମାଲିକ ଏକ ଗାଡି ଯୋଗେ ମୃତଦେହକୁ ଏଠାକୁ ପଠାଇ ଦେଇଥିଲେ। ଏ ନେଇ ଖପ୍ରାଖୋଲ ବିଡିଓ ତରଣୀ ସୁନାଙ୍କୁ ପଚାରିବାରୁ ମୃତକଙ୍କ ପରିବାରକୁ ସରକାରୀ ନିୟମ ଅନୁସାରେ ସହାୟତା ଯୋଗାଇ ଦିଆଯିବ।