Categories: ଜାତୀୟ

ତେଜ ପ୍ରତାପଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ

ପାଟନା,୩୧।୫: ରାଷ୍ଟ୍ରୀୟ ଜନତା ଦଳ(ଆରଜେଡି)ର ନେତା ଓ ଲାଲୁ ଯାଦବଙ୍କ ପୁଅ ତେଜ ପ୍ରତାପଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ତେଜ ପ୍ରତାପ ସାମାନ୍ୟ ଆହତ ହୋଇଥିବା ବେଳେ କାରରେ ଥିବା ଅନ୍ୟ ୩ଜଣ ମଧ୍ୟ ଆହତ ହୋଇଥିବା ସୂଚନା ମିଳିଛି। ସୂଚନାଯୋଗ୍ୟ, ପାଟନାର ଇକୋ ପାର୍କ ନିକଟରେ ତେଜ ପ୍ରତାପଙ୍କ ଗାଡ଼ି ସହ ଅନ୍ୟ ଏକ ଗାଡ଼ି ଧକ୍କା ହେବାରୁ ଏହି ଦୁର୍ଘଟଣା ଘଟିଥିଲା।

Share