ତେଜୁଛି ଚାଇନା ବିରୋଧୀ ଚିନ୍ତାଧାରା

ବେଜିଂ,୬ା୫: କରୋନା ଭାଇରସ୍‌ ସାରା ବିଶ୍ୱକୁ ଭୟଙ୍କର ଭାବେ ଗ୍ରାସିଛି। ପ୍ରାୟ ୩୭ ଲକ୍ଷ ଲୋକ କରୋନାରେ ସଂକ୍ରମିତ ହୋଇଥିବାବେଳେ ଅଢ଼େଇ ଲକ୍ଷରୁ ଊର୍ଦ୍ଧ୍ୱ ଆଖିବୁଜିଲେଣି। ଏଭଳି ପରିସ୍ଥିତି ପାଇଁ କରୋନାର ଉତ୍ପତ୍ତିସ୍ଥଳ ଚାଇନାକୁ ଦାୟୀ କରାଯାଉଛି। ବିଶେଷକରି ସବୁଠୁ ଅଧିକ ପ୍ରଭାବିତ ଆମେରିକା ଚାଇନାକୁ କେବଳ ଦାୟୀ କରୁନି, ବରଂ ପ୍ରତିଶୋଧ ନେବାକୁ ଚେତାବନୀ ବି ଦେଇସାରିଛି। ଚାଇନାର ଉହାନ୍‌ ସହରସ୍ଥିତ ରିସର୍ଚ୍ଚ ଲାବ୍‌ରୁ କରୋନା ଉତ୍ପନ୍ନ ହୋଇଥିବା ଆମେରିକା କହୁଛି। ଚାଇନା ଏହି ମହାମାରୀ ସମ୍ପର୍କିତ ତଥ୍ୟ ଲୁଚାଇଥିବାରୁ ଆଜି ସାରା ବିଶ୍ୱରେ ଭୟାବହ ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ପୂର୍ବରୁ କହିସାରିଛନ୍ତି। ଏଥିପାଇଁ ଚାଇନାକୁ ଉତ୍ତରଦାୟୀ ହେବାକୁ ପଡ଼ିବ ବୋଲି ସେ କହିଥିଲେ। କେବଳ ଆମେରିକା ନୁହେଁ, ଅଷ୍ଟ୍ରେଲିଆ, ଜର୍ମାନୀ, ବ୍ରିଟେନ, ବ୍ରାଜିଲ ଭଳି ବହୁ ଦେଶ ମଧ୍ୟ ଚାଇନାକୁ ଦାୟୀ କରୁଛନ୍ତି। ଏହି କ୍ରମରେ ଚାଇନା ବିରୋଧୀ ଚିନ୍ତାଧାରା ସାରା ବିଶ୍ୱରେ ଦାନା ବାନ୍ଧିବାରେ ଲାଗିଛି। ଏପରି କି ବେଜିଂ ବିରୋଧରେ ଶତ୍ରୁଭାବ ବଢ଼ୁଥିବା ନେଇ ଦେଶର ଆଭ୍ୟନ୍ତରୀଣ ରିପୋର୍ଟରେ ଚେତାଇ ଦିଆଯାଇଛି। କରୋନାକୁ ନେଇ ଆମେରିକା ସହ ଚାଇନାର ସମ୍ପର୍କରେ ଯେଉଁ ତିକ୍ତତା ଦେଖାଦେଇଛି ତାହା ପରସ୍ପରକୁ ମୁହଁ।ମୁହିଁ ପରିସ୍ଥିିତିକୁ ନେଇ ଯାଇପାରେ ବୋଲି ଗଣମାଧ୍ୟମ ସଂସ୍ଥା ରଏଟର୍ସ କହିଛି।
ରଏଟର୍ସ ଅନୁଯାୟୀ, ଗତ ମାସରେ ଚାଇନାର ପ୍ରତିରକ୍ଷା ମନ୍ତ୍ରଣାଳୟ ରାଷ୍ଟ୍ରପତି ଜି ଜିନପିଙ୍ଗ୍‌ଙ୍କ ସମେତ ବେଜିଂର ବରିଷ୍ଠ ନେତାଙ୍କ ନିକଟରେ ରିପୋର୍ଟ ଦାଖଲ କରିଥିଲା। ଉକ୍ତ ରିପୋର୍ଟରେ କୁହାଯାଇଛି ଯେ, ଅନ୍ତର୍ଜାତୀୟ ସ୍ତରରେ ଲୋକଙ୍କ ଅସନ୍ତୋଷରେ ବହୁତ କ୍ରୋଧ ରହିଛି, ଯାହାକି ୧୯୮୯ ତିଆନମେନ୍‌ ସ୍କୋୟାର ଗଣହତ୍ୟା ସମୟର ଚାଇନା ବିରୋଧୀ ବାତାବରଣ ସଦୃଶ। ମହାମାରୀ ପରେ ଆମେରିକା ସମର୍ଥିତ ଚାଇନା ବିରୋଧୀ ଚିନ୍ତାଧାରା ସର୍ବୋଚ୍ଚ ସ୍ତରରେ ରହିପାରେ ଏବଂ ଏହି ମାମଲା ଦୁଇ ବିଶ୍ୱ ଶକ୍ତି ଆମେରିକା ଓ ଚାଇନା ମଧ୍ୟରେ ସଶସ୍ତ୍ର ବିଦ୍ରୋହର ରୂପ ନେଇପାରେ। ଚାଇନାର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ କଣ୍ଟେମ୍ପୋରାରୀ ଇଣ୍ଟରନ୍ୟାଶନାଲ ରିଲେସନ୍ସ (ସିଆଇସିଆଇଆର) ଦ୍ୱାରା ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି, ଯାହାକି ଦେଶର ସର୍ବୋଚ୍ଚ ଗୋଇନ୍ଦା ସଂସ୍ଥା ଦ୍ୱାରା ସ୍ବୀକୃତିପ୍ରାପ୍ତ। ରଏଟର୍ସ ପକ୍ଷରୁ କୁହାଯାଇଛି ଯେ, ସେମାନଙ୍କ ପାଖରେ ଏହି ରିପୋର୍ଟର କୌଣସି କପି ନାହିଁ। କିନ୍ତୁ ରିପୋର୍ଟକୁ ପଢ଼ିଥିବା ଲୋକଙ୍କ ସହ କଥାବାର୍ତ୍ତା କରି ଉପରୋକ୍ତ ସୂଚନା ହସ୍ତଗତ ହୋଇଛି। ରିପୋର୍ଟ ସମ୍ପର୍କରେ ରଏଟର୍ସ ଚାଇନାଠାରୁ ଆନୁଷ୍ଠାନିକ ଭାବେ ଜାଣିବାକୁ ଚାହିଁବାରୁ, ସେ ନେଇ କୌଣସି ସୂଚନା ନାହିଁ ବୋଲି ବହିର୍ବ୍ୟାପାର ମନ୍ତ୍ରଣାଳୟର ଜଣେ ମୁଖପାତ୍ର ଉତ୍ତର ଦେଇଥିଲେ। ଚାଇନାର ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ମଧ୍ୟ କୌଣସି ମତାମତ ଦିଆଯାଇ ନ ଥିଲା। ସିଆଇସିଆଇଆର ହେଉଛି ଚାଇନାର ପ୍ରତିରକ୍ଷା ମନ୍ତ୍ରଣାଳୟର ଏକ ପ୍ରଭାବଶାଳୀ ବିଚାର ମଞ୍ଚ(ଥିଙ୍କ୍‌ ଟ୍ୟାଙ୍କ)। ଏହା ୧୯୮୦ ମସିହାରୁ ଚାଇନା ସରକାରଙ୍କୁ ବୈଦେଶିକ ଏବଂ ପ୍ରତିରକ୍ଷା ପ୍ରସଙ୍ଗରେ ପରାମର୍ଶ ଜାରି ରଖିଛି। ଉପରୋକ୍ତ ରିପୋର୍ଟ ସମ୍ପର୍କରେ ସିଆଇସିଆଇଆର ମଧ୍ୟ କୌଣସି ମତାମତ ଦେଇନାହିଁ।
ଏହି ରିପୋର୍ଟ ଉପରେ ବେଜିଂ ଗମ୍ଭୀର ବୋଲି ସୂଚନା ମିଳିଛି। କାରଣ ବଢ଼ୁଥିବା ଅସନ୍ତୋଷ ଯୋଗୁ ବିଦେଶରେ ଚାଇନାର ଯୋଜନାବଦ୍ଧ ପୁଞ୍ଜିନିବେଶ ପ୍ରତି ବିପଦ ସୃଷ୍ଟି ହୋଇପାରେ। କିନ୍ତୁ ଉକ୍ତ ରିପୋର୍ଟ ଚାଇନାର ନୀତି ଉପରେ କେତେ ପ୍ରଭାବ ପକାଇବ ତାହା ଏବେଠୁ କହିହେବ ନାହିଁ। ଗତ ଦଶନ୍ଧି ମଧ୍ୟରେ ଚାଇନା ଓ ଆମେରିକା ମଧ୍ୟରେ ସମ୍ପର୍କ ଅତ୍ୟନ୍ତ ଖରାପ ହୋଇପଡ଼ିଛି। କାରଣ ହଂକଂ, ତାଇଓ୍ବାନକୁ ନେଇ ବିବାଦ ଏବଂ ଦକ୍ଷିଣ ସାଗରର ବିବାଦୀୟ କ୍ଷେତ୍ରରେ ଅନୁଚିତ ବ୍ୟାପାର ଓ ପ୍ରଯୁକ୍ତିବିଦ୍ୟାର ବ୍ୟବହାରକୁ ନେଇ ଉଭୟ ଦେଶ ମଧ୍ୟରେ ଗଭୀର ଅବିଶ୍ୱାସ ଓ ମତଭେଦ ରହିଆସିଛି। ଏଭଳି ସ୍ଥଳେ କରୋନା ସଂକ୍ରମଣକୁ ନେଇ ଯେଭଳି ଦାୟୀ କରାଯାଉଛି ସେଥିରେ ଚାଇନାର ସ୍ଥିତି ଦୁର୍ବଳ ହେବା ସହ ଦେଶ ପାଇଁ କୁଖ୍ୟାତ ଆଣିଦେଇଛି। ରିପୋର୍ଟରେ କୁହାଯାଇଛି ଯେ, ଚାଇନା ବିରୋଧୀ ଭାବନାକୁ ପ୍ରୋତ୍ସାହନ ଦିଆଯିବା କାରଣରୁ ତାହାର ‘ବେଲ୍ଟ ଆଣ୍ଡ ରୋଡ୍‌ ଇନ୍‌ଫ୍ରାଷ୍ଟ୍ରକଚର ଇନଭେଷ୍ଟମେଣ୍ଟ ପ୍ରୋଜେକ୍ଟ’ ଉପରେ ପ୍ରଭାବ ପଡ଼ିପାରେ। ୱାଶିଂଟନ୍‌ ନିଜର ସହଯୋଗୀଙ୍କୁ ଆର୍ଥିକ ଏବଂ ସାମରିକ ସହାୟତା ଯୋଗାଇ ଚାଇନା ବିରୋଧରେ ଚ୍ୟାଲେଞ୍ଜ ସୃଷ୍ଟି କରିପାରେ, ଯାହାକି ସମଗ୍ର ଦକ୍ଷିଣ ଏସିଆ ପାଇଁ ବିପଜ୍ଜନକ ହୋଇପାରେ।
ଉଲ୍ଲେଖଥାଉ କି, ପ୍ରାୟ ୩୦ ବର୍ଷ ତଳେ ତିଆନମେନ୍‌ ସ୍କୋୟାରରେ ଗଣତନ୍ତ୍ର ସପକ୍ଷବାଦୀଙ୍କୁ ଗଣହତ୍ୟା ପରେ ଆମେରିକା ଏବଂ ଅନ୍ୟ ପାଶ୍ଚାତ୍ୟ ଦେଶଗୁଡ଼ିକ ଚାଇନା ଉପରେ ଆର୍ଥିକ ପ୍ରତିବନ୍ଧକ ଲଗାଇଥିଲେ। ଅସ୍ତ୍ରଶସ୍ତ୍ର ବିକ୍ରି ଓ ପ୍ରଯୁକ୍ତିବିଦ୍ୟା ଆଦାନପ୍ରଦାନ କ୍ଷେତ୍ରରେ କଟକଣା ଲଗାଯାଇଥିଲା। ଫଳରେ ଚାଇନାକୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

‘ଆମ ଆଙ୍ଗୁଠି ଏବେବି ଟ୍ରିଗର ଉପରେ ଅଛି…’, ପାକିସ୍ତାନରେ ଆମେରିକା ସହିତ ବୈଠକ ପୂର୍ବରୁ ଇସ୍ରାଏଲକୁ ଖୋଲା ଧମକ ଦେଇଛି ଇରାନ

ତେହରାନ,୯।୪: ଶୁକ୍ରବାର (୧୦ ଏପ୍ରିଲ) ପାକିସ୍ତାନର ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ହେବାକୁ ଯାଉଛି। ଏହା ପୂର୍ବରୁ, ଇରାନ ଇସ୍ରାଏଲକୁ ଏକ ଧମକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri