ତେଜିଲା ଅନୁଭବ, ମଞ୍ଜିତ ତିକ୍ତତା

ଭୁବନେଶ୍ୱର,୧।୧୦(ବ୍ୟୁରୋ): ପୁଣି ଚର୍ଚ୍ଚାରେ ଅଭିନେତା ତଥା କେନ୍ଦ୍ରାପଡା ଏମ୍‌ପି ଅନୁଭବ ମହାନ୍ତି। ପଡୋଶୀ ତଥା ଛାତ୍ର ବିଜେଡି ଉପସଭାପତି ମଞ୍ଜିତ ଦାସ ଓ ଅନୁଭବଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ତିକ୍ତତା ଏବେ ପଦାକୁ ଆସିଛି। ସୋମବାର ଏହା ଆହୁରି ତେଜିଥିବାବେଳେ ମଝିରେ ଫସିଯାଇଛି ପୋଲିସ। ମଞ୍ଜିତ ଓ ପୁରୀଘାଟ ଥାନାଧିକାରୀ ତାଙ୍କୁ ଦୁର୍ବ୍ୟବହାର କରିଥିବାନେଇ ଅନୁଭବ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀକୁ ଟୁଇଟ୍‌ ଅଭିଯୋଗ କରିବା ପରେ ଘଟଣାକୁ ନେଇ ସୋମବାର ଦିନତମାମ ଚର୍ଚ୍ଚା ଜୋର୍‌ ଧରିଛି।
କଟକ ନନ୍ଦିସାହିରେ ଏମ୍‌ପି ଅନୁଭବ ମହାନ୍ତିଙ୍କ ଘର ସମ୍ମୁଖରେ ରୁହନ୍ତି ମଞ୍ଜିତଙ୍କ ପରିବାର। ରବିବାର ରାତିରେ ଘର ନିକଟରେ ମଞ୍ଜିତଙ୍କ ସହ ମଦନ ଆଶା, ଚନ୍ଦୁ ନାମକ କେତେଜଣ ଯୁବକ ବସିଥିଲେ। ରାତି ପ୍ରାୟ ୧୨ଟା ୩୦ରେ ସାମାନ୍ୟ କଥାକୁ ନେଇ ମଦନ ଓ ଚନ୍ଦୁଙ୍କ ମଧ୍ୟରେ କଥା କଟାକଟିରୁ ଗଣ୍ଡଗୋଳ ହୋଇଥିଲା। ଅନୁଭବଙ୍କ ଅଭିଯୋଗ ହେଲା, ପାଟିତୁଣ୍ଡ ଶୁଣି ସେ ଘରୁ ବାହାରି ଆସି ସମାଧାନ କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ନିଶାରେ ଥିବା ମଞ୍ଜିତ ତାଙ୍କୁ ଖରାପ ଭାଷାରେ ଗାଳିଗୁଲଜ କରିଥିଲେ। ଏନେଇ ସେ ପୁରୀଘାଟ ଥାନାକୁ ଫୋନ୍‌ କରିଥିଲେ। ଥାନା ଅଧିକାରୀ ରଶ୍ମୀରଞ୍ଜନ ସାହା ସେଠାରେ ପହଞ୍ଚତ୍ ମଞ୍ଜିତଙ୍କୁ ଗିରଫ କରିବା ବଦଳରେ ଓଲଟା ତାଙ୍କୁ ଦୁର୍ବ୍ୟବହାର କରିଥିଲେ ବୋଲି ଅନୁଭବ ଜଣାଇଛନ୍ତି। ଉକ୍ତ ଟୁଇଟ୍‌ରେ ସେ ଦୁଇଜଣ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନର ଭିଡିଓ ମଧ୍ୟ କମିଶନରଙ୍କୁ ପୋଷ୍ଟ କରିଛନ୍ତି। ତେବେ କଟକ ଡିସିପି ଅଖିଳେଶ୍ୱର ସିଂ ଅନୁଭବଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଥାନା ଅଧିକାରୀ ଭସାଣି କାର୍ଯ୍ୟରେ ଥିଲେ। ସେ ଖବର ପାଇ ତୁରନ୍ତ ସେଠାରେ ପହଞ୍ଚତ୍ ଘଟଣା ସମ୍ପର୍କରେ ପଚାରିବୁଝିବା ସହ ଥାନାରେ ଅଭିଯୋଗ କରିବାକୁ ଅନୁଭବଙ୍କୁ କହିଥିଲେ। ଅନୁଭବ ଲିଖିତ ଅଭିଯୋଗ କରିବା ପରେ ଗଣ୍ଡଗୋଳ ଓ ପୋଲିସ ଦୁର୍ବ୍ୟବହାରର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଡିସିପି କହିଛନ୍ତି। ଥାନାଧିକାରୀ ସାହୁ କହିଛନ୍ତି, ଅନୁଭବଙ୍କୁ ସେଭଳି କିଛି ଦୁର୍ବ୍ୟବହାର କରାଯାଇନାହିଁ। ସେ ଅତିରଞ୍ଜିତ କରି କହୁଛନ୍ତି। ତେବେ ସୋମବାର ଅପରାହ୍ନରେ ମଞ୍ଜିତ ଓ ଅନ୍ୟକେତେଜଣଙ୍କ ବିରୋଧରେ ମଦନ ଥାନାରେ ଅଭିଯୋଗ କରିଛନ୍ତି। ଆଇପିସି ଦଫା ୩୪୧, ୩୨୩, ୨୯୪, ୩୦୭, ୫୦୬, ୩୭୯ ଓ ୩୪ ଅନୁଯାୟୀ ମାମଲା (ନଂ.୨୧୧/୧୯) ରୁଜୁ କରାଯାଇ ତଦନ୍ତ ଚାଲିଛି।
ମଞ୍ଜିତ କହିଛନ୍ତି, ତାଙ୍କ ଘର ଆଗରେ ଅନୁଭବ ସବୁବେଳେ ଗାଡ଼ି ପାର୍କିଂ କରୁଥିଲେ। ସମସ୍ୟା ହେବାରୁ ସେ ଗାଡି ରଖିବା ପାଇଁ ମନା କରି ଦେଇଥିଲେ। ଏହାକୁ ନେଇ ଅନୁଭବ ରାଗ ରଖିଥିଲେ। ତେଣୁ ସେ ଏଭଳି ମିଥ୍ୟା ଅଭିଯୋଗ ଆଣୁଛନ୍ତି। ତାଙ୍କୁ ଦୁର୍ବ୍ୟବହାର କରି ନ ଥିବା ସେ କହିଛନ୍ତି। ଅନୁଭବ କହିଛନ୍ତି, ମଞ୍ଜିତ ମୋ ସାନଭାଇ ପରି। ତାଙ୍କର ବିଭିନ୍ନ କାର୍ଯ୍ୟକ୍ରମରେ ମୁଁ ଯୋଗଦେଇଛି। କିନ୍ତୁ ସେ ନିଶାଗ୍ରସ୍ତ ଅବସ୍ଥାରେ ମୋତେ ଦୁର୍ବ୍ୟବହାର କଲେ। ଥାନାଧିକାରୀଙ୍କ ବ୍ୟବହାର ମଧ୍ୟ ମୋତେ ଭଲ ଲାଗିଲାନି। ଜଣଙ୍କ ପାଇଁ ମୁଁ ସମସ୍ତ ପୋଲିସକୁ ଦାୟୀ କରୁନି। ମୁଁ ଥାନାରେ ଅଭିଯୋଗ କଲାପରେ ବି ସେ ଜାଣିଶୁଣି କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି। ଭରସା ଅଛି, ମୋତେ ନ୍ୟାୟ ମିଳିବ।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ଯୁଗଳଙ୍କ ଉପରେ ଆସ୍ଥା ପ୍ରକଟ କଲେ ନବୀନ: କଳାହାଣ୍ଡି ଜିଲା ସମ୍ପାଦକ ପାଇଁ ମନୋନୀତ…

ରିଷିଡା,୩୧।୧୨ (ସୁଶାନ୍ତ ମଲ୍ଲିକ ): କଳାହାଣ୍ଡି ଜିଲା ବିଜୁ ଜନତା ଦଳର ସମ୍ପାଦକ ଭାବେ କର୍ଲାମୁଣ୍ଡା ବ୍ଲକର ଯୁବନେତା ତଥା ନାଟ୍ୟ ନିର୍ଦ୍ଦେଶକ ଯୁଗଳ କିଶୋର...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ବିଗିଡିଲା ଭୁବନେଶ୍ୱର ବାୟୁ ଗୁଣବତ୍ତା, ଓଡ଼ିଶାର ୪ ସହରର ସ୍ଥିତି ସଙ୍ଗିନ

ଭୁବନେଶ୍ବର,୩୧ା୧୨: ଓଡ଼ିଶାର ବାୟୁ ପ୍ରଦୂଷଣ ସ୍ତର ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ,...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri