ତେଜିଲା ଅନୁଭବ, ମଞ୍ଜିତ ତିକ୍ତତା

ଭୁବନେଶ୍ୱର,୧।୧୦(ବ୍ୟୁରୋ): ପୁଣି ଚର୍ଚ୍ଚାରେ ଅଭିନେତା ତଥା କେନ୍ଦ୍ରାପଡା ଏମ୍‌ପି ଅନୁଭବ ମହାନ୍ତି। ପଡୋଶୀ ତଥା ଛାତ୍ର ବିଜେଡି ଉପସଭାପତି ମଞ୍ଜିତ ଦାସ ଓ ଅନୁଭବଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ତିକ୍ତତା ଏବେ ପଦାକୁ ଆସିଛି। ସୋମବାର ଏହା ଆହୁରି ତେଜିଥିବାବେଳେ ମଝିରେ ଫସିଯାଇଛି ପୋଲିସ। ମଞ୍ଜିତ ଓ ପୁରୀଘାଟ ଥାନାଧିକାରୀ ତାଙ୍କୁ ଦୁର୍ବ୍ୟବହାର କରିଥିବାନେଇ ଅନୁଭବ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀକୁ ଟୁଇଟ୍‌ ଅଭିଯୋଗ କରିବା ପରେ ଘଟଣାକୁ ନେଇ ସୋମବାର ଦିନତମାମ ଚର୍ଚ୍ଚା ଜୋର୍‌ ଧରିଛି।
କଟକ ନନ୍ଦିସାହିରେ ଏମ୍‌ପି ଅନୁଭବ ମହାନ୍ତିଙ୍କ ଘର ସମ୍ମୁଖରେ ରୁହନ୍ତି ମଞ୍ଜିତଙ୍କ ପରିବାର। ରବିବାର ରାତିରେ ଘର ନିକଟରେ ମଞ୍ଜିତଙ୍କ ସହ ମଦନ ଆଶା, ଚନ୍ଦୁ ନାମକ କେତେଜଣ ଯୁବକ ବସିଥିଲେ। ରାତି ପ୍ରାୟ ୧୨ଟା ୩୦ରେ ସାମାନ୍ୟ କଥାକୁ ନେଇ ମଦନ ଓ ଚନ୍ଦୁଙ୍କ ମଧ୍ୟରେ କଥା କଟାକଟିରୁ ଗଣ୍ଡଗୋଳ ହୋଇଥିଲା। ଅନୁଭବଙ୍କ ଅଭିଯୋଗ ହେଲା, ପାଟିତୁଣ୍ଡ ଶୁଣି ସେ ଘରୁ ବାହାରି ଆସି ସମାଧାନ କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ନିଶାରେ ଥିବା ମଞ୍ଜିତ ତାଙ୍କୁ ଖରାପ ଭାଷାରେ ଗାଳିଗୁଲଜ କରିଥିଲେ। ଏନେଇ ସେ ପୁରୀଘାଟ ଥାନାକୁ ଫୋନ୍‌ କରିଥିଲେ। ଥାନା ଅଧିକାରୀ ରଶ୍ମୀରଞ୍ଜନ ସାହା ସେଠାରେ ପହଞ୍ଚତ୍ ମଞ୍ଜିତଙ୍କୁ ଗିରଫ କରିବା ବଦଳରେ ଓଲଟା ତାଙ୍କୁ ଦୁର୍ବ୍ୟବହାର କରିଥିଲେ ବୋଲି ଅନୁଭବ ଜଣାଇଛନ୍ତି। ଉକ୍ତ ଟୁଇଟ୍‌ରେ ସେ ଦୁଇଜଣ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନର ଭିଡିଓ ମଧ୍ୟ କମିଶନରଙ୍କୁ ପୋଷ୍ଟ କରିଛନ୍ତି। ତେବେ କଟକ ଡିସିପି ଅଖିଳେଶ୍ୱର ସିଂ ଅନୁଭବଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଥାନା ଅଧିକାରୀ ଭସାଣି କାର୍ଯ୍ୟରେ ଥିଲେ। ସେ ଖବର ପାଇ ତୁରନ୍ତ ସେଠାରେ ପହଞ୍ଚତ୍ ଘଟଣା ସମ୍ପର୍କରେ ପଚାରିବୁଝିବା ସହ ଥାନାରେ ଅଭିଯୋଗ କରିବାକୁ ଅନୁଭବଙ୍କୁ କହିଥିଲେ। ଅନୁଭବ ଲିଖିତ ଅଭିଯୋଗ କରିବା ପରେ ଗଣ୍ଡଗୋଳ ଓ ପୋଲିସ ଦୁର୍ବ୍ୟବହାରର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଡିସିପି କହିଛନ୍ତି। ଥାନାଧିକାରୀ ସାହୁ କହିଛନ୍ତି, ଅନୁଭବଙ୍କୁ ସେଭଳି କିଛି ଦୁର୍ବ୍ୟବହାର କରାଯାଇନାହିଁ। ସେ ଅତିରଞ୍ଜିତ କରି କହୁଛନ୍ତି। ତେବେ ସୋମବାର ଅପରାହ୍ନରେ ମଞ୍ଜିତ ଓ ଅନ୍ୟକେତେଜଣଙ୍କ ବିରୋଧରେ ମଦନ ଥାନାରେ ଅଭିଯୋଗ କରିଛନ୍ତି। ଆଇପିସି ଦଫା ୩୪୧, ୩୨୩, ୨୯୪, ୩୦୭, ୫୦୬, ୩୭୯ ଓ ୩୪ ଅନୁଯାୟୀ ମାମଲା (ନଂ.୨୧୧/୧୯) ରୁଜୁ କରାଯାଇ ତଦନ୍ତ ଚାଲିଛି।
ମଞ୍ଜିତ କହିଛନ୍ତି, ତାଙ୍କ ଘର ଆଗରେ ଅନୁଭବ ସବୁବେଳେ ଗାଡ଼ି ପାର୍କିଂ କରୁଥିଲେ। ସମସ୍ୟା ହେବାରୁ ସେ ଗାଡି ରଖିବା ପାଇଁ ମନା କରି ଦେଇଥିଲେ। ଏହାକୁ ନେଇ ଅନୁଭବ ରାଗ ରଖିଥିଲେ। ତେଣୁ ସେ ଏଭଳି ମିଥ୍ୟା ଅଭିଯୋଗ ଆଣୁଛନ୍ତି। ତାଙ୍କୁ ଦୁର୍ବ୍ୟବହାର କରି ନ ଥିବା ସେ କହିଛନ୍ତି। ଅନୁଭବ କହିଛନ୍ତି, ମଞ୍ଜିତ ମୋ ସାନଭାଇ ପରି। ତାଙ୍କର ବିଭିନ୍ନ କାର୍ଯ୍ୟକ୍ରମରେ ମୁଁ ଯୋଗଦେଇଛି। କିନ୍ତୁ ସେ ନିଶାଗ୍ରସ୍ତ ଅବସ୍ଥାରେ ମୋତେ ଦୁର୍ବ୍ୟବହାର କଲେ। ଥାନାଧିକାରୀଙ୍କ ବ୍ୟବହାର ମଧ୍ୟ ମୋତେ ଭଲ ଲାଗିଲାନି। ଜଣଙ୍କ ପାଇଁ ମୁଁ ସମସ୍ତ ପୋଲିସକୁ ଦାୟୀ କରୁନି। ମୁଁ ଥାନାରେ ଅଭିଯୋଗ କଲାପରେ ବି ସେ ଜାଣିଶୁଣି କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି। ଭରସା ଅଛି, ମୋତେ ନ୍ୟାୟ ମିଳିବ।


Enter your email to get our daily news in your inbox.

All Right Reserved By Dharitri.Com

ବିଳମ୍ବିତ ରାତିରେ କୋରାପୁଟରେ ଭୂକମ୍ପ ଝଟ୍‌କା: ଭୟଭୀତ ଅବସ୍ଥାରେ ଘରୁ ବାହାରି ଆସିଲେ ଲୋକେ

କୋରାପୁଟ/ପଟ୍ଟାଙ୍ଗି, ୪।୪(ଅମିତାଭ ବେହେରା/ ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସମେତ ଆଖପାଖ ଅଞ୍ଚଳରେ ଶନିବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।…

ଗୁଜରାଟକୁ ହରାଇ ରାଜସ୍ଥାନର ଦ୍ୱିତୀୟ ବିଜୟ

ଅହମଦାବାଦ,୪ା୪: ଯଶସ୍ୱି ଜୟସ୍ୱାଲ ଓ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇଙ୍କ ୪ ଉଇକେଟ ସଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ୬ ରନରେ ଗୁଜରାଟ ଟାଇଟନ୍ସକୁ…

ମଦ ପିଇ ବସ୍‌ ଚଳାଉଥିଲେ ଡ୍ରାଇଭର, ବ୍ରେଥ୍‌ ଆନାଲାଇଜର୍‌ରେ ଯାଞ୍ଚ କରି ଧରିଲା ପୋଲିସ, ଡିଏଲ୍‌ ସସ୍‌ପେଣ୍ଡ ସହ…

ଛତ୍ରପୁର, ୪।୪(ଦିଲୀପ ସାମଲ): ଯାତ୍ରୀଙ୍କ ଜୀବନ ସହ ଖେଳୁଥିବା ଜଣେ ଦାୟିତ୍ୱହୀନ ବସ୍‌ ଚାଳକଙ୍କୁ ଧରିଛି ପୋଲିସ। ନିଶାଶକ୍ତ ଅବସ୍ଥାରେ ବସ ଚଳାଇବା ଅଭିଯୋଗରେ ଗାଡ଼ି ଜବତ…

ମୁମ୍ୱାଇକୁ ହରାଇଲା ଦିଲ୍ଲୀ

ନୂଆଦିଲ୍ଲୀ,୪ା୪: ସମୀର ରିଜ୍‌ଭୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଶନିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ ୬ ଉଇକେଟରେ ପରାସ୍ତ…

ଫାସଡ୍‌ ଶୁକତେଲ ନଦୀ ପୋଲତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ: ଚାଲିଗଲା ଡ୍ରାଇଭରଙ୍କ ଜୀବନ, ହେଲ୍‌ପର…

ବଲାଙ୍ଗୀର,୪।୪(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ୨୬ ନମ୍ବର ଜାତୀୟ ରାଜପଥ ଲୋଇସିଂହା ଥାନା ଅନ୍ତର୍ଗତ ଫାସଡ୍‌ ଶୁକତେଲ ନଦୀ…

ୟୁକ୍ରେନ୍‌ ଉପରେ ରୁଷିଆର ଡ୍ରୋନ୍‌ ଆକ୍ରମଣ, ପୁଣି ବଢ଼ାଇଲା ଚିନ୍ତା…

କିଭ୍‌,୪ା୪: ୟୁକ୍ରେନ୍‌ର ନିକୋପୋଲ୍‌ ସହର ଅନ୍ତର୍ଗତ ଏକ ବଜାର ଉପରେ ଶନିବାର ରୁଷିଆ ଡ୍ରୋନ୍‌ ମାଡ଼ କରିବାରୁ ଅନୂ୍ୟନ ୫ ଜଣଙ୍କ ମୃତ୍ୟୁ ଘଟିବା ସହ ୧୯ଜଣ…

ଶ୍ରୀରାମ ନବମୀ ଶୋଭାଯାତ୍ରାରେ ଯୁବକଙ୍କୁ ବ୍ଲେଡ୍‌ରେ ଆକ୍ରମଣ ପରେ ହତ୍ୟା ଉଦ୍ୟମ, ୪ଜଣଙ୍କୁ ବାନ୍ଧି…

ଦିଗପହଣ୍ଡି, ୪।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ କଇଠଖଣ୍ଡି ଗ୍ରାମରେ ଶ୍ରୀରାମ ନବମୀ ଯାତ୍ରା ଅବସରରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଶୋଭାଯାତ୍ରା…

ଉତ୍ସବରେ ଯୋଗଦେଇ ଘରକୁ ଫେରୁଥିଲେ ପରିବାର ଲୋକେ: ରାସ୍ତାପାର୍ଶ୍ୱ କୂଅରେ ଖସିପଡ଼ିଲା କାର୍‌, ଆଉ ତା’ପରେ…

ନାଶିକ୍‌,୪ା୪: ମହାରାଷ୍ଟ୍ରର ନାଶିକ ଜିଲାରେ ଖୋଲା କୂଅକୁ ଏକ କାର୍‌ ଖସିପଡ଼ିବାରୁ ଗୋଟିଏ ପରିବାରର ୯ ସଦସ୍ୟଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୬ଜଣ ପିଲା ଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri